ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସୃଷ୍ଟିର ଆନନ୍ଦ

ଜେଜେବାପାଙ୍କର ଏଇ ଶେଷ କଥା ପଦକରେ କ’ଣ ଥିଲା କେଜାଣି ଏଥେିରେ ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା ସେ କୁନିଝିଅଟି । ତା’ପରେ କେତେବେଳେ ଯେ ତା’ହାତ ସେ ଗଛର ମୂଳରୁ ଡାଳଯାଏଁ ଜଣେ ଆପଣାର କାହାକୁ ଛୁଇଁଲା ପରି ଆଉଁଶି ଆଣିଚି ତାକୁ ଜଣାନାହିଁ । କିନ୍ତୁ ସେ ସ୍ପର୍ଶରେ ତା’ଭିତରେ କ’ଣ ଗୋଟାଏ ବୁଝାମଣା ହୋଇଗଲା ମୁହୂର୍ତ୍ତକରେ ।

                ତା’ର ମନେପଡିଗଲା ଦିନେ ଗାଁରୁ ତାଙ୍କ ବିଲରେ କାମକରୁଥିବା କୋଠିଆ ଶିରିଆ ଆସିଥିଲା ଯେ ବାପାଙ୍କୁ କହୁଥାଏ – “ବାବୁ ! ଆପଣ ତ ଏଣେ ରହିଲେ । ସେଣେ ମଣ୍ଡପ ଚକ ବିଲରେ ସେ ନୂଆ ଧାନ ଫୁଲ ଉଡୁଚି ଯେ ତା ବାସ୍ନାରେ ଖଣ୍ଡ ମଣ୍ଡଳ ମହକୁଚି ।”

ଆଉ ଏ କଥା କହିଲା ବେଳେ କୁନିଝିଅ ଦେଖିଚି ଶିରିଆର ମୁହଁ କେମିତି ଉଜ୍ଜ୍ୱଳ ଦିଶୁଥାଏ । ସତେକି ଏଇଲେ ସେ ବାସ୍ନା ତା’ ନାକରେ ବାଜୁଚି । ସେଦିନ ଏଇ କଥାରେ ଏତେ ଖୁସି ହବାର କ’ଣ ଅଛି ବୋଲି ବୁଝିପାରି ନ ଥିଲା କୁନିଝିଅ । ମାତ୍ର ସେ ଆଜି ଠିକ୍  ବୁଝିଗଲା । ତା’ଛାତି ପୂରି ଗଲାପରି ଲାଗିଲା । ତା’ ମନ ଭିତରେ କିଏ ଯେମିତି ପଚାରିଲା – ଆଃ, ତତେ ଏଇ ଗୋଟିଏ ଗଛରେ ଏତେ ସୁଖ ଲାଗୁଚି, ତେବେ ଭାବିଲୁ କୋଠିଆ ଶିରିଆକୁ ସେ ଫୁଲ ଉଡା ଧାନକ୍ଷେତ ଦେଖିଲେ କେମିତି ଲାଗୁଥିବ!


ଗପ ସାରଣୀ

ତାଲିକାଭୁକ୍ତ ଗପ