ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସେବା କରିବା ମହତ କାର୍ଯ୍ୟ

ଦକ୍ଷିଣ ଇଣ୍ଡିଆର କର୍ଣ୍ଣାଟକ ରାଜ୍ୟରେ ମହିଶୁର ବୋଲି ଗୋଟିଏ ସହର । ସେହି ସହରରେ ଗୋପାଳ ସ୍ୱାମୀ ବୋଲି ଗୋଟିଏ ଗରିବ ପିଲା ଥାଏ । ପିଲାଟି ଦିନରୁ ତ ତା ମା’ ବାପା ମରିଯାଇଥା’ନ୍ତି । ପିଲାଟି କିନ୍ତୁ ଭଲ ପଢେ । ସେଥିପାଇଁ ସ୍କୁଲ ଶିକ୍ଷକ ମାନେ ତାକୁ ସାହାଯ୍ୟ କରନ୍ତି । ଅନ୍ୟର ସାହାଯ୍ୟରେ ଗୋପାଳ ମାଇନର୍ ପାଶ୍ କରିଗଲା । ଏଥର ହାଇସ୍କୁଲ୍ରେ ନାଁ ଲେଖାଇବା କଥା । ଗୋପାଳ ମନେ ମନେ ଭାବିଲା ସେ ଆଉ ଲୋକଙ୍କୁ ହାତ ପାତି ପଇସା ମାଗିବ ନାହିଁ । ନିଜେ ରୋଜଗାର କରି ପାଠ ପଢିବ । ଗୋଟିଏ ଦୋକାନୀ ଗୋପାଳକୁ ବହି ଖାତା, ପେନସିଲ୍, ପିଲାଙ୍କ ଲଜେନ୍ସ, ବିସ୍କୁଟ ସବୁ ଯୋଗାଇ ଦେଇ କହିଲା, ତୁମେ ଏହାକୁ ନେଇ ବୁଲି ବିକ୍ରି କର ଯାହା ଲାଭ ହେବ ସେଇ ଟଙ୍କାରେ ସ୍କୁଲ୍ ଦରମା ଦେବ । ନିଜ ପଢା ଖର୍ଚ୍ଚ ବି ତୁଲାଇବ ।

ଛୁଟିଦିନ ମାନଙ୍କରେ ଗୋପାଳ ଘର ଘର ବୁଲି ଜିନିଷ ବିକ୍ରି କରେ । ଥରେ ସକାଳୁ ଗୋପାଳ କିଛି ନ ଖାଇ ଚାଲିଆସିଛି ଘର ଘର ବୁଲି ଥକି ପଡିଲାଣି । ବୈଶାଖ ମାସର ଟାଇଁ ଟାଇଁଆ ଖରା । ଖରା ଧାସରେ ମୁହଁ ହାତ ଲାଲ୍ ଦିଶୁଛି । ଭୋକରେ ଖାଲି ତାର ପେଟ ଜଳିଲାଣି । କାହାକୁ ବି ସେ ଖାଇବାକୁ ମାଗି ପାରୁନାହିଁ । ଶେଷରେ ଗୋପାଳ ବାଧ୍ୟ ହୋଇ ଗୋଟିଏ ଘରର କବାଟ ଠକ୍ ଠକ୍ କଲା । କବାଟ ଖୋଲିଲେ ଜଣେ ଭଦ୍ର ମହିଳା । ହସ ହସ ମୁହଁ । ଆଖିରେ ସ୍ନେହଭରା ଚାହାଣୀ । ଗୋପାଳ କହିଲା, ମା’ ମତେ ଭାରି  ଶୋଷ । ଗିଲାସେ ପାଣିଦିଅ । 


ଗପ ସାରଣୀ

ତାଲିକାଭୁକ୍ତ ଗପ