ଦିନଟା କଟିଗଲା । ସଂନ୍ଧ୍ୟା ହୋଇ ଆସୁଚି । ହଠାତ୍ ଆଉ ଗୋଟେ ସ୍ୱର ଶୁଭିଲା ସେଇ ପାଖରୁ । ଦୂରରେ ଛିଡା ହୋଇ ଦେଖିଲା ସମୀର ।
ମାଉସୀଙ୍କ ସୁଇଟି ଆସି ନୂଆ ଶୁଆର ପଞ୍ଜୁରୀ ଉପରେ ବସିଚି । କଣ ସବୁ କଥା ହଉଚନ୍ତି ଦୁହେଁ ତାଙ୍କ ଭାଷାରେ । ଏପଟ ସେପଟ ଡେଇଁବାକୁ ଲାଗିଲା । ସତେକି ଭାରି ଖୁସି । ସମୀର ଧୀରେ ଧୀରେ ଆସି ତା ପଞ୍ଜୁରୀ ଦ୍ୱାର ବନ୍ଦ କରିଦେଲା । ଆଉ ତାପରେ ।
ଘରଯାକ ସମସ୍ତେ ଖୁସିରେ ନାଚିଗଲେ । ଆଉ ସେ ଉତ୍ସବର ମୁଖ୍ୟ ନାୟକ ଟାଇଗର । ସେଇ ଜାଣ ଫେରାଇ ଆଣିଲା ଏ ପରିବାରର ହଜିଲା ଦରବ । ସୁଇଟିକି ପାଇ ଏକା ମାଉସୀ ନୁହଁନ୍ତି ବରଂ ଘରଯାକ ସମସ୍ତେ ଭାରି ଖୁସି ହେଲେ ।
ଗୋଟେ ବଡ ପଞ୍ଜୁରୀ ଆଣି ଦୁଇଟି ଶୁଆଙ୍କୁ ଏକାଠି ରଖିଲେ ମାଉସୀ । ତାଙ୍କ ସମ୍ପତ୍ତିଙ୍କୁ ନେଇ ଫେରିଗଲେ ସେ ଦିଲ୍ଲୀ ।
କେତେ ଦିନ ପରେ, ଫୋନ୍ ଆସିଲା – ‘ଶୁଆ ଶୁଇ ଅଣ୍ଡା ଦେଇଚନ୍ତି’ – ଆଃ କି ଆନନ୍ଦର ଦିନ । କୁନି କୁନି ଶୁଆମାନେ ଆସିବେ ତାଙ୍କ ଘରକୁ । ସମୀର, ଆନା ସ୍ଥିର କଲେ ଛୁଆ ଫୁଟିଲେ ସେମାନେ କିଛି ଦିନ ପାଇଁ ଦିଲ୍ଲୀ ଯିବେ ।
ମା’ ପଚାରିଲେ –
କଣ ଟାଇଗରକୁ ନବନା ତୁମ ସାଙ୍ଗରେ?