ଅନ୍ଧାରିଆ ନଈ ସିନା ପାରି ହୋଇଗଲା, ମାତ୍ର ରାଜା ପ୍ଲୁଟୋଙ୍କ ସିଂହଦ୍ୱାରରେ ଏକ ଭୟଙ୍କର କୁକୁର ଅରଫିଅସ୍କୁ ବାଟ ଓଗାଳିଲା । ସାମାନ୍ୟ ଆଗେଇଲେ ସେ ଟିକି ଟିକି କରିଦେବ । ଅରଫିଅସ୍କୁ ଦେଖି ସେ କୁକୁର ଖୁବ୍ ଚିତ୍କାର କରି ତା’ ଆଡକୁ ମାଡିଆସିଲା । କାଳବିଳମ୍ବ ନ କରି ସେହିକ୍ଷଣି ଅରଫିଅସ୍ ନିଜର ବୀଣା ବଜାଇବାକୁ ଲାଗିଲା । ମନ୍ତୁରାପାଣି ପଡିଲାପରି ସେ କୁକୁରଟି ସେଇଠି ହିଁ ବସି ପଡିଲା । ତାପରେ ସେ କୁକୁରଟି ଅତ୍ୟନ୍ତ ବିହ୍ୱଳ ହୋଇ ଅନାଇ ରହିଛି, ଅରଫିଅସ୍ ସିଂହଦରଜା ଡେଇଁ ରାଜା ପ୍ଲୁଟୋଙ୍କ ସିଂହାସନ ପାଖରେ ଯାଇ ହାଜର । ପୃଥିବୀର ଏକ ଜୀଅନ୍ତା ମଣିଷକୁ ଦେଖି ରାଜା ପ୍ଲୁଟୋ ଏବଂ ରାଣୀ ପ୍ରଃସ୍ପରିନ ଆଚମ୍ବିତ ହେବା ଆଗରୁ ସେ ଅରଫିଅସ୍ ସେଠାକାର ରାଜା ଓ ରାଣୀଙ୍କ ପାଦତଳେ ବସିପଡି ଅତ୍ୟନ୍ତ କରୁଣ ସ୍ୱରରେ ନିଜର ବୀଣା ବଜାଇଲା ଏବଂ ଏକ ଗୀତଟିଏ ଗାଇଲା । ସେ ଗୀତର ଭାବ ଏତେ ଦୁଃଖପୂର୍ଣ୍ଣ ଥିଲା ଯେ, ସେ ରାଜା ରାଣୀ ଖୁବ୍ ଅଧୀର ହୋଇ ଶେଷରେ କାନ୍ଦି ପକାଇଲେ । ତାପରେ ସେମାନେ ଦୟା କରି ଅରଫିଅସ୍କୁ ବର ଯାଚିଲେ । ତହୁଁ ସେ ଅରଫିଅସ୍ କହିଲା, ମୋତେ ଦୟାକରି ମୋର ସ୍ତ୍ରୀ ଉରିଡାଇସ୍କୁ ଫେରାଇ ଦିଅନ୍ତୁ । ଏହା ଶୁଣି ପ୍ଲୁଟୋ କହିଲେ, “ଗୋଟିଏ ସର୍ତରେ ହିଁ ତୋର ମନକାମନା ନିଶ୍ଚୟ ପୂରଣ ହେବ । ତୁ ଆଗେ ଆଗେ ଯିବୁ ଏବଂ ତୋର ପଛରେ ତୋର ସ୍ତ୍ରୀ ଯାଉଥିବ । ମାତ୍ର ଏ ପାତାଳପୁରୀ ପାରି ନ ହେବା ପର୍ଯ୍ୟନ୍ତ ତୁ ଆଦୌ ପଛକୁ ଚାହିଁବୁ ନାହିଁ । ପଛକୁ ଚାହିଁଦେଲେ ତୋ ସ୍ତ୍ରୀ ସେଇଠାରୁ ହିଁ ଫେରିଆସିବ ।”
ଅରଫିଅସ୍ ଅତ୍ୟନ୍ତ ଖୁସୀ ହୋଇ ଶେଷରେ ପ୍ଲୁଟୋଙ୍କ କଥାରେ ରାଜି ହେଲା । ସେ ଆଗେ ଆଗେ ଚାଲିଥାଏ । ତାର ପଛେ ପଛେ ଉରିଡାଇସ୍ ଚୁପ୍ଚାପ୍ ଯାଉଥାଏ । ପାତାଳର ସୀମା ପାଖରେ କାହିଁକି କେଜାଣି ସେ ଅରଫିଅସ୍ର ମନରେ ଟିକେ ସନ୍ଦେହ ହେଲା । ତେଣୁ ସେ ପଛକୁ ଚାହିଁଦେଇ ଦେଖିଲା ଯେ, ତାର ସ୍ତ୍ରୀ ସଙ୍ଗେ ସଙ୍ଗେ ପାତାଳପୁରୀ ମଧ୍ୟରେ ବୁଡିଯାଉଛି ।
ଏତେ ପରିଶ୍ରମ ସେ ଅରଫିଅସ୍ର ଶେଷରେ ବୃଥା ହେଲା । ତାପରେ ସେ ଅନ୍ଧାରିଆ ନଈକୂଳରେ ସାତଦିନ ସାତରାତି ଅରଫିଅସ୍ ଅପେକ୍ଷା କରି ରହିଲା । ସେ ଖାଦ୍ୟ କି ପାଣି ଆଦୌ କିଛି ବି ଛୁଇଁଲା ନାହିଁ ।
ପରିଶେଷରେ ସେ ଅରଫିଅସ୍ ଗୋଟିଏ ପାହାଡ ଉପରେ ଯାଇ ସେଠାରେ ଆଶ୍ରୟ ଗ୍ରହଣ କଲା । ପଶୁପକ୍ଷୀଙ୍କ ସାଙ୍ଗରେ ତାର ସମୟ କୌଣସି ପ୍ରକାରେ ବିତି ଯାଉଥାଏ । ସବୁବେଳେ କେବଳ ତାର ସ୍ତ୍ରୀ କଥା ହିଁ ସେ ଭାବୁଥାଏ । ଦିନେ କେତେଜଣ କିନ୍ନରୀ ସେ ପାହାଡକୁ ହସିଖେଳି ବୁଲିବା ପାଇଁ ଆସିଥିଲେ । ସେମାନେ ତାଙ୍କ ମନମଉଜରେ ବୁଲୁ ବୁଲୁ ଅରଫିଅସ୍କୁ ଦେଖି ତାକୁ ତାର ବୀଣା ବଜାଇବାକୁ ଆଦେଶ ଦେଲେ । ଅରଫିଅସ ଏହି ହସଖୁସିରେ ଯୋଗ ଦେଇପାରିଲା ନାହିଁ । ଗୀତ ଗାଇବାକୁ ସେ ସିଧା ସିଧା ମନା କରିଦେଲା । ଏଥିରେ ସେ କିନ୍ନରୀମାନେ ରାଗିଯାଇ ତାକୁ ବେଢିଗଲେ ଏବଂ ମାରି ପକାଇଲେ । ଶେଷରେ ତାର ଶବକୁ ସେଇ ଅନ୍ଧାରିଆ ନଈରେ ଭସାଇ ଦେଲେ ।
ଅରଫିଅସ ମରିଯିବାରୁ ଗଛଲତା, ବଣପାହାଡ, ଝରଣା ସମସ୍ତେ ତାର ସେହି ମଧୁର ସଙ୍ଗୀତ ମନେ ପକାଇ କେବଳ ତାକୁ ଝୁରିବାକୁ ଲାଗିଲେ । ମାତ୍ର ଅରଫିଅସ ମୃତ୍ୟୁ ପରେ ଅନ୍ଧାରିଆ ନଈ ପାରି ହୋଇ ପାତାଳପୁରୀରେ ନିଜର ସ୍ତ୍ରୀ ସହିତ ଅତ୍ୟନ୍ତ ସୁଖରେ ଘର କରି ରହିଲା ।