ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ନେହ କରୁଣାର ପ୍ରଭାବ

       ସନ୍ନ୍ୟାସୀ ଏବେ ବୁଝିଗଲେ ଯେ, ସେ କିଏ ଓ କେଉଁ କାର୍ଯ୍ୟରେ ତାଙ୍କ ପାଖକୁ ଆସିଥିଲା? ଲୋକଟି ଜଣେ ଆତତାୟୀ ଓ ସେ ତାଙ୍କୁ ହତ୍ୟା କରିବା ପାଇଁ ଆସିଥିଲା ଜାଣିବା ପରେ ମଧ୍ୟ ସାଧୁବାବା ଆହତ ଲୋକଟିର ସେବା ଶୁଶ୍ରୂଷାରେ ଲାଗିପଡିଲେ । ନିର୍ବିକାର ଚିତ୍ତରେ ସାଧୁଙ୍କ ସେବା କିଛି ସମୟପରେ ଲୋକଟିକୁ ସୁସ୍ଥ କରିଦେଇ ପାରିଲା ।

      ଏବେ ଆତତାୟୀର ଚେତା ଫେରିଆସିବା ପରେ ସବୁକଥା ସେ ଜାଣିପାରିଲା । ସାଧୁଙ୍କ ସେବା ଶୁଶ୍ରୂଷା ଓ ତାଙ୍କର ଅପାର ସ୍ନେହ କରୁଣା ପ୍ରଭାବରେ ତା’ର ହୃଦୟ ତରଳିଗଲା । ସେ ଆଉ ସମ୍ଭାଳି ନ ପାରି ସତକଥାଟି ସାଧୁଙ୍କ ଆଗରେ କହିଦେଲା ।

       ଏଥର ସାଧୁବାବା କହିଲେ, “ମୁଁ ଆଗରୁ ତୁମକୁ ଜାଣେ । ତୁମେ ଜଣେ ବଚନବଦ୍ଧ ମଣିଷ । ସେଥିପାଇଁ ତୁମକୁ ମୁଁ ଅଶେଷ ଧନ୍ୟବାଦ ଦେଉଛି । ଆଉ କହୁଛି ଯେ ତୁମେ ତୁମର ବଚନ ରକ୍ଷା ପାଇଁ ଏବେ ମୋତେ ହତ୍ୟାକର ।”

       ଏହାଶୁଣି ଆତତାୟୀ ଜଣକ ସାଧୁଙ୍କ ପାଦତଳେ ପଡିଯାଇ କହିଲା, “ମହାଭାଗ ! ମୋତେ ଆଉ ଲଜ୍ଜା ଦିଅନ୍ତୁ ନାହିଁ । ଯେଉଁ ଅପରାଧୀ ଆପଣଙ୍କୁ ହତ୍ୟା କରିବା ଭଳି କୁକର୍ମ କରିବାକୁ କଥା ଦେଇଥିଲା, ତା’ର ମୃତ୍ୟୁ ଘଟିଛି । ଆପଣଙ୍କ କରୁଣାର ଧାରା ମୋତେ ନବ ଜନ୍ମ ଦେଇଛି । ମୁଁ ବଚନରକ୍ଷା କରିପାରିନଥିବାର ବିଫଳତା ମୋତେ କୌଣସି ମତେ ବ୍ୟଥିତ କରି ପାରିବ ନାହିଁ । କାରଣ ମୁଁ ଆଜି ପୂର୍ବର ସେହି ଅପରାଧୀ ନୁହେଁ, ଆପଣଙ୍କର ସେବକମାତ୍ର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ