ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱପ୍ନରୁ ବାସ୍ତବ

ଅଭୟ ପାଖରେ ହିସାବନିକାଶ କିଛି ନଥିଲା । କାରଣ ବାସ୍ତବିକ ତା’ ବ୍ୟବସାୟ ସାଧାରଣ ନିୟମରେ ଚାଲି ନଥିଲା । ସେ ଗମ୍ଭୀର ହୋଇ ଘରକୁ ଫେରିଲା ଓ ସ୍ତ୍ରୀ ସୁଶୀଳାକୁ ସବୁକଥା ଖୋଲିକି କହିଲା ।

ରାତିରେ ସେ ସ୍ୱପ୍ନ ଦେଖିଲା, ସେ ପାଟଳିପୁତ୍ରର ରାଜା ହୋଇ ଯାଇଛି! ନିଦ ଭାଙ୍ଗିବା ମାତ୍ରେ ସେ ଭାବିଲା, ସେ ସ୍ୱପ୍ନକୁ ମଧ୍ୟ ସେ ବାସ୍ତବରେ ପରିଣତ କରିପାରେ! ଥରେ ରାଜା ହୋଇଗଲେ ତେଣିକି ଆଉ କିଛି ସମସ୍ୟା ବା ବିପଦ ନଥିବ! ସେ ଆନନ୍ଦରେ ସେକଥା ତା’ ସ୍ତ୍ରୀ ସୁଶୀଳାକୁ କହିଲା । ସୁଶୀଳା ସେଥିରେ ଖୁବ୍ ଆନନ୍ଦିତ ହେବ ବୋଲି ସେ ଆଶା କରିଥିଲା । କିନ୍ତୁ ତା’ର ଏଭଳି କଥାରେ ସୁଶୀଳା ନୀରବ ରହିଲା ।

ପରଦିନ ସେ ଯାଇ ରାଜାଙ୍କୁ କହିଲା, “ମହାରାଜ! ସପ୍ତାହେ ଅପେକ୍ଷା କରିବା କିଛିବି ଦରକାର ନାହିଁ । ଆପଣ ମୋର ସମସ୍ତ ସମ୍ପତ୍ତି ବ୍ୟାଜ୍ୟାପ୍ତ କରି ପାରନ୍ତି । ତେବେ ମୋର ଧନୀ ହେବା ପଛରେ କୌଣସି ଚୋରା କାରବାର ବା ଡାକୁଦଳ ସହ କିଛିବି ସମ୍ପର୍କ ନାହିଁ ।”

ଏଭଳି କଥା ଶୁଣି ସେ ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ ଓ କିଛିବି କହିଲେ ନାହିଁ ।

ଅଭୟ ସେଠାରୁ ବାହାରି ସିଧା ବଣ ଭିତରକୁ ଗଲା ଓ ତପସ୍ୱୀଙ୍କୁ ଭେଟି ସେ କହିଲା, “ମହାଭାଗ! ଆପଣ ଦେଇଥିବା ମନ୍ତ୍ର ମୁଁ ଦୁଇଥର ପ୍ରୟୋଗ କରିଛି । ତୃତୀୟ ଥର ପାଇଁ ତାକୁ ପ୍ରୟୋଗ କରିବାକୁ ଚାହେଁ ନାହିଁ । ଆପଣ ସେ ମନ୍ତ୍ରଶକ୍ତି ପ୍ରତ୍ୟାହାର କରି ନିଅନ୍ତୁ ।”

ତା’ର ଏପ୍ରକାର କଥା ଶୁଣି ତପସ୍ୱୀ ହସିଲେ ଓ ଅଭୟର ପିଠି ଥାପୁଡାଇ ଦେଇ ତାକୁ ସେ କହିଲେ, “ତୁ ଜ୍ଞାନୀ ।”

ଅଭୟ ପ୍ରଣାମ କରି କହିଲା “ମହାଭାଗ! ମୁଁ ପାଟଳିପୁତ୍ର ଛାଡି ଗଲେ ମଧ୍ୟ ଥରେ ଥରେ ଆସି ଆପଣଙ୍କୁ ଭେଟୁଥିବି ।” ତପସ୍ୱୀ କହିଲେ, “ସ୍ୱାଗତ!” ଅଭୟ ପାଟଳିପୁତ୍ର ଯାଇ ରାଜାଙ୍କୁ ପୁଣି ଭେଟି ତା’ ନିଜ ସମ୍ପତ୍ତିର ଚାରିଭାଗରୁ ତିନିଭାଗ ଦେଇଦେଲା ଓ କହିଲା, “ମହାରାଜ, ମୋର ଗୋଟିଏ ଅନୁରୋଧ । ଏ ଧନକୁ ଆପଣ କୌଣସି ହିତକର କାମରେ ଲଗାଇବେ ।”

ବାକି ଚତୁର୍ଥାଂଶ ଧନ ଧରି ସେ ଅନ୍ୟ ଏକ ସହରକୁ ଯାଇ ବ୍ୟବସାୟ କଲା ଓ ପରିଶ୍ରମ କରି କ୍ରମେ ଉନ୍ନତି କଲା ।

ବେତାଳ ତା’ କାହାଣୀଟି କହିସାରି ଟିକିଏ ଚୁପ୍ ରହି ମୁକାବିଲା କଲା ଭଳି କଣ୍ଠରେ ରାଜା ବିକ୍ରମାର୍କଙ୍କୁ ସେ ପଚାରିଲା, “ରାଜା! ଅଭୟର ଏଭଳି ବୁଦ୍ଧିଭ୍ରଂଶ କିପରି ହେଲା? ସେ ରାଜା ହୋଇ ପାରିଥାନ୍ତା; ମାତ୍ର ତାହା ନକରି ସେ ତପସ୍ୱୀଙ୍କୁ ଯାଇ ନିଜ ଶକ୍ତି କାହିଁକି ଫେରାଇଦେଲା? ରାଜାଙ୍କୁ ବା ସେ କାହିଁକି ଯାଚିକରି ନିଜ ସମ୍ପତ୍ତିର ବିପୁଳାଂଶ ଦେଇଦେଲା? ପାରିଲେ ତୁମେ ମୋ ଏସବୁ ପ୍ରଶ୍ନର ଉତ୍ତର ଦିଅ । ଆଉ ଉତ୍ତର ଜାଣି ମଧ୍ୟ ତୁମେ ଯଦି ନୀରବ ରହିବ, ତେବେ ତମ ଶୀର ଅବଶ୍ୟ ସ୍କନ୍ଧଚ୍ୟୁତ ହେବ ।”

ମୁହୂର୍ତ୍ତେ ମଧ୍ୟ କାଳ ବିଳମ୍ବ ନକରି ରାଜା ବିକ୍ରମାର୍କ ତତ୍କ୍ଷଣାତ୍ କହିଲେ, “ଅଭୟର ବୁଦ୍ଧିଭ୍ରଂଶ ହେବା ତ ଦୂରର କଥା, ତା’ଭିତରେ ସଦ୍ବୁଦ୍ଧିର ଉଦୟ ହୋଇଥିଲା । ସେ ବୁଝିଥିଲା ଯେ ଅପ୍ରାକୃତିକ ମାର୍ଗରେ ମଣିଷ ଯାହା ପାଇବ, ତାହା ସହିତ ଅନ୍ୟ ସମସ୍ୟା ଆସିବହିଁ ଆସିବ । ସେ ଜୟାନଦଙ୍କ ଜାମାତା ହେଲା ସତ, କିନ୍ତୁ ସେଇଥିଯୋଗୁଁ ସେ ଅନ୍ୟମାନଙ୍କ ଥଟ୍ଟାର ପାତ୍ର ହେଲା । ସେ କୋଟିପତି ହେଲା; ତା’ସଙ୍ଗେ ସଙ୍ଗେ ସେ ରାଜାଙ୍କ ସନ୍ଦେହ ଦୃଷ୍ଟିରେ ବି ପଡିଲା । ସେ ଯଦି ରାଜା ହୋଇଥାନ୍ତା, ସଙ୍ଗେ ସଙ୍ଗେ ସେହିପରି ଅପ୍ରତ୍ୟାଶିତ ସମସ୍ୟା ବି ଦେଖା ଦେଇଥାନ୍ତା । ହୁଏତ ଶତ୍ରୁ ରାଜା ହାତରେ ସେ ବନ୍ଦୀ ହୋଇଥାନ୍ତା, ନଚେତ୍ ରାଜ୍ୟ ଶାସନରେ ଅଭିଜ୍ଞତା ନଥିବା ଯୋଗୁଁ ରାଜ୍ୟକୁ ଦୁର୍ଦ୍ଦଶାଗ୍ରସ୍ତ କରିଥାନ୍ତା । ତେଣୁ ସେ ନିଜ ମନ୍ତ୍ରଶକ୍ତି ଫେରାଇ ଦେଲା । ତା’ର ସୌଭାଗ୍ୟ, ତା’ ସ୍ତ୍ରୀ ସୁଶୀଳା ମଧ୍ୟ ଏଭଳି ଅପ୍ରାକୃତିକ ଭାବରେ ଉନ୍ନତି କରିବାକୁ ଉତ୍ସାହ ଦେଉ ନଥିଲା । ସେ ରାଜାଙ୍କୁ ତିନି ଅଂଶ ଦେଇ ଦେବାର କାରଣ, ସେ ନୂଆ କରି ପରିଶ୍ରମ ଦ୍ୱାରା ଉପାର୍ଜନ କରିବାକୁ ଚାହୁଁଥିଲା । ମନ୍ତ୍ରବଳରେ ଆସିଥିବା ବିତ୍ତରୁ ସେ ଆଉ ଆନନ୍ଦ ପାଉ ନଥିଲା ।”

ରାଜାଙ୍କ ମୌନଭଙ୍ଗ ହେବା ମାତ୍ରେ ଶବ ସହ ଶବସ୍ଥିତ ଉକ୍ତ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସି ପୁନରାୟ ସେହି ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ