କାନ୍ଦୁରା ମୁହଁ କରି ମୁକୁନ୍ଦ କହିଲା “ଦୁଃସ୍ୱପ୍ନ କଥା ପଚାରୁଛ? ଗୋଟିଏ ନୁହେଁ, ଦୁଇଟି ନୁହେଁ, ଅନେକ ଦୁଃସ୍ୱପ୍ନ, କେତେ ଆଉ ମୁଁ ମନେ ରଖିବି? ସାରା ରାତି ଦୁସ୍ୱପ୍ନ ପୁଣି ପ୍ରତ୍ୟେକ ଥର ନିଦ ଭାଙ୍ଗିଯାଏ । ଏମିତି ହେଲେ ତ ମୋର ଦେହ ଖରାପ ହେବାକୁ ଖୁବ୍ ଅଳ୍ପ ସମୟ ଲାଗିବ ।”
ଗୋବିନ୍ଦ ପଚାରିଲା “ଦୁଷ୍ଟଶକ୍ତି ଉପରେ ତୋର ବିଶ୍ୱାସ ନାହିଁ ତ?”
ମୁକୁନ୍ଦ କହିଲା, “ମୁଁ ଆଉ କ’ଣ କହିବି? ଶାସ୍ତ୍ରିଜୀ ଆମକୁ ଯେତେବେଳେ ଘର ବଦଳ କରିବା କଥା କହିଲେ ଆମେ ତାକୁ ଅନ୍ଧବିଶ୍ୱାସ କହି ଉଡେଇ ଦେଲେ । କିନ୍ତୁ ମୁଁ ତ କେବଳ ତୁମ କଥାକୁହିଁ ସମର୍ଥନ କରିଥିଲି ।”
ଗୋବିନ୍ଦ କିଛି ସମୟ ଭାବିବା ପରେ କହିଲା, “ଦୁଷ୍ଟଶକ୍ତି ସବୁ ଅଛନ୍ତି ନା ନାହିଁ ସେକଥା ଛାଡ । ଶାସ୍ତ୍ରୀଜୀଙ୍କ କଥା ହୁଏତ ଆମ ମନରେ ଭୟ ଓ ଆଶଙ୍କା ସୃଷ୍ଟି କରିଛି । ସେ ଯାହା କିଛି ବି ହେଉ ଏପରି ଦୁଃସ୍ୱପ୍ନ କ’ଣ ଆମେ ଦେଖି ଚାଲିଥିବା? ଆଉ କେତେଦିନ ନିଦ୍ରାରୁ ବଂଚିତ ହେବା । ବରଂ ଶାସ୍ତ୍ରୀଙ୍କ କଥା ମାନିଯାଇ ଆମେ ନିଜ ନିଜ ଘର ବଦଳ କରିନେବା । ତୁ କ’ଣ କହୁଛୁ?”
ତା’ପରେ ମୁକୁନ୍ଦ ଖୁସି ହୋଇ କହିଲା “ମୁଁ ବି ତ ଠିକ୍ ଏଇକଥାହିଁ ଭାବୁଥିଲି ।”
ସେହିଦିନ ସେ ଦୁଇଭାଇ ନିଜ ନିଜର ଜିନିଷ ପତ୍ର ଧରି ଘର ବଦଳ କରିନେଲେ । ସେଦିନ ରାତିରେ ସେ ଦୁହେଁ ଶାନ୍ତିରେ ନିଦ୍ରା ଗଲେ । ଏହାପରେ ସେମାନେ ଆଉ କେବେ ମଧ୍ୟ ସେଭଳି ଦୁଃସ୍ୱପ୍ନ ଦେଖି ନାହାଁନ୍ତି ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।