ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱପ୍ନ ସୁନ୍ଦରୀ ତାନ୍ତ୍ରିକ ବ୍ୟାଘ୍ରଦୀପ

ବେତାଳ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ଯାଇ ରାଜା ତତ୍କ୍ଷଣାତ୍ କହିଲେ… ହେ, ବେତାଳ, ତେବେ ତୁମ ପ୍ରଶ୍ନର ଉତ୍ତର ଶୁଣ, ଯୁବରାଜ ମହେନ୍ଦ୍ର ବର୍ମା ଜଣେ ରାଜପୁତ୍ର । ତାଙ୍କ ନିକଟରେ ନ୍ୟାୟ-ଅନ୍ୟାୟ, ବିଚାର-ଅବିଚାର ଜାଣିବାର ସାଧାରଣ ଜ୍ଞାନ ରହିଅଛି । କ’ଣ କରିବା ଉଚିତ୍ କ’ଣ ନ କରିବା ଉଚିତ୍, ଯୁବରାଜ ତାହା ଠିକ୍ ଜାଣିଛନ୍ତି । ଆଚରଣରୁ ଜାଣିହୁଏ କିଏ କାହାର ଶତ୍ରୁ ତ ପୁଣି କିଏ କାହାର ମିତ୍ର । ଯୁବରାଜଙ୍କ ଚିନ୍ତା ଆଉ ଚେତନା ଶକ୍ତି ଯଥେଷ୍ଟ ବେଶି । ଏଣୁ ସେ ଚିନ୍ତାକଲେ, ତାନ୍ତ୍ରିକ ଜଣକ ସ୍ୱଭାବରେ ଅତ୍ୟନ୍ତ ଦୁଷ୍ଟ, କପଟୀ ତଥା ମାୟାବୀ । ହେଲେ ବି ଦେବକୀକୁ ନିଜ ସହିତ ନିର୍ଜନ ଗୁମ୍ଫାରେ ଦୀର୍ଘ ସମୟ ପାଇଥିଲେ ମଧ୍ୟ ସେ ତାହାର ଦୁଷ୍ଟ ବୁଦ୍ଧିକୁ ପ୍ରୟୋଗ କରି ନଥିଲା କି ସୁନ୍ଦରୀ ଯୁବତୀ ଦେବକୀଙ୍କ ପ୍ରତି ଅସଦ ବ୍ୟବହାର କରିବା ତ ଦୂରର କଥା, ଦେବକୀଙ୍କୁ ସେହି ଉଦ୍ଧେଶ୍ୟରେ ସ୍ପର୍ଶ ମଧ୍ୟ କରିନାହିଁ । ଏତଦ୍ ବ୍ୟତୀତ ଦେବକୀକୁ ପାଇବାର ଆଶା ରଖି ତା’ର ବାକ୍ୟ ରଖିବା ନିମନ୍ତେ ତାନ୍ତ୍ରିକ ନିଜର ସମସ୍ତ ବୁଦ୍ଧିକୁ ପରିତ୍ୟାଗ କରିବାକୁ ସଙ୍କଳ୍ପବଦ୍ଧ ହୋଇ ସାରିଛି । ଆଉ ମଧ୍ୟ ଯୁବରାଜ ଜଣେ ଜ୍ଞାନୀ ଓ ସୁବିବେକୀ ବୋଲି ଆଗରୁ ଜାଣିଥିବାରୁ ସେ ସେତେବେଳେ ସେହି କଥାକୁ ମନକୁ ଆଣି ଆଶ୍ଚର୍ଯ୍ୟ ହୋଇ ଉଚ୍ଚ ହାସ୍ୟକଲା । ଏହାକୁ ଯୁବରାଜ ଅତି ସହଜରେ ବୁଝି ଯାଇଥିଲେ । ଆଉ ମଧ୍ୟ ତାନ୍ତ୍ରିକର ରତ୍ନହାର ଅର୍ଥାତ୍ ତନ୍ତ୍ରର ପ୍ରଭାବ ଯେତେବେଳେ ନଷ୍ଟ ହୋଇଗଲା, ସେତେବେଳେ ଦେବକୀର ଆଚରଣରୁ ସେ ବୁଝି ପାରିଥିଲେ ଯେ, ମୁଁ ଯୁବରାଜ ହେଲେ ମଧ୍ୟ ସେହି ତାନ୍ତ୍ରିକଠାରୁ ହୀନ ଓ ପୁରୁଷ ଭାବରେ ମୋଠାରୁ ତାନ୍ତ୍ରିକ ଦେବକୀ ନିମନ୍ତେ ଉପଯୁକ୍ତ ପାତ୍ର । ଏଇଥି ପାଇଁ ଯୁବରାଜ ପରିଶେଷରେ ଏପରି ବିଚାର କରିବାକୁ ବାଧ୍ୟ ହୋଇଥିଲେ ।

ରାଜା ବିକ୍ରମାଦିତ୍ୟଙ୍କ ଠାରୁ ସଠିକ୍ ଉତ୍ତର ଶୁଣି ସାରିବା ପରେ ବେତାଳ ଆଉ କ୍ଷଣିକ ମଧ୍ୟ ରାଜାଙ୍କ ସ୍କନ୍ଧରେ ରହି ନପାରି ସ୍କନ୍ଧଚ୍ୟୁତ ହୋଇ ନିଜର ସ୍ଥାନକୁ ଫେରିଯାଆନ୍ତେ ରାଜା ପୁନର୍ବାର ବେତାଳ ଚାଲିଯାଇଥିବା ମାର୍ଗରେ ଗମନ କରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ