ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱର୍ଗ ଓ ନର୍କର କାହାଣୀ

ଅନ୍ତିମ ଶଯ୍ୟାରେ ଶୋଇଛନ୍ତି ଜଣେ ମଣିଷ । ସେ କିନ୍ତୁ ସାଧୁ କି ସନ୍ୟାସୀ ନୁହଁନ୍ତି । ଖାଲି ଜଣେ ଭଲ ମଣିଷ । ଭଲ ମଣିଷ ମାନେ ଆଉ କଣ? ଅନ୍ୟର ଅନିଷ୍ଟ ନ କରିଲେ ତ ଜଣେ ଭଲ ମଣିଷ ହୁଏ । ବନ୍ଧୁ ବାନ୍ଧବ ଜ୍ଞାତି ପରିଜନ ସମସ୍ତେ ତାଙ୍କ ଚାରିପାଖେ ଘେରି ବସିଚନ୍ତି । ଶେଷ ସମୟ ହୋଇଗଲା ଜାଣି କେହି ଜଣେ ଯାଇ ତାଙ୍କ ପୁରୋହିତଙ୍କୁ ଡାକି ଆଣିଲେ । ଶେଷ ସମୟରେ ତାଙ୍କ ପାଇଁ ପ୍ରାର୍ଥନା କରିବା ।

                ପୁରୋହିତ ତାଙ୍କୁ ପଚାରିଲେ – “ତୁମ ଶେଷ ଇଚ୍ଛା କଣ କୁହ, ଈଶ୍ୱରଙ୍କ ନିକଟରେ ସେଥିପାଇଁ ପ୍ରାର୍ଥନା କରିବୁ ।”

                “ମୁଁ ସ୍ୱର୍ଗ ଓ ନର୍କ ଉଭୟ ଜାଗା ଦେଖିବାକୁ ଚାହେଁ ।” ଏତିକି କହି ସେ ଲୋକଟି ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କଲେ ।

                ଭଲ ମଣିଷଙ୍କ କଥା ଠାକୁରଙ୍କ କାନରେ ବାଜିଲା । ସେ ତାଙ୍କ ମର ଶରୀର ଛାଡି ବାହାରିଲା ବେଳକୁ ତାଙ୍କ ପାଇଁ ରଥଟିଏ ଥୁଆ ହୋଇଛି ବାହାରେ । ତା’ପରେ ସେ ରଥରେ ବସିଲେ । ରଥ ଚାଲିଲା । ଗୋଟିଏ ଜାଗାରେ ଯାଇ ରଥ ଅଟକିଲା । ଚାଳକ ରଥରୁ ଓହ୍ଲାଇ ତାଙ୍କୁ ଗୋଟିଏ ଘର ଭିତରକୁ ଯିବାକୁ କହିଲେ । ରାସ୍ତାଠାରୁ ଘର ପର୍ଯ୍ୟନ୍ତ ଚମତ୍କାର ସାଜସଜ୍ଜା । ସବୁଆଡେ ଆଲୁଅ ଜଳୁଚି ହାଲୋଳ ହୋଇ । କୋଉଠି ଭିତରେ ଗହଳ ଚହଳ କୋଳାହଳ ଶୁଭୁଚି । ବଗିଚା ଟପି ସାମ୍ନାର ଗୋଟିଏ ବିରାଟ ହଲ୍ ଭିତରେ ପଶିଲେ ସେ । ଟେବୁଲ୍ ଚୌକି ପଡିଚି ଧାଡି ଧାଡି ହୋଇ । ଦୁଇପଟେ ଲୋକମାନେ ମଧ୍ୟ ବସିଚନ୍ତି । ସୁନ୍ଦର ବେଶ ପୋଷାକ ପିନ୍ଧିଛନ୍ତି ସମସ୍ତେ । କିନ୍ତୁ ପାଖକୁ ଗଲାରୁ ଦେଖି ପାରିଲେ ସେଇ କୋଳାହଳ, କିଛି ଗପସପର ଗହଳି ନୁହେଁ । ବରଂ ସେଠି ଖାଦ୍ୟ ପାଇଁ ଲୋକେ ଛଡା ଛଡି ହେଉଛନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ