ଶ୍ୱେତାଙ୍ଗ ଲୋକ ଜଣକ କାଠ ଖଣ୍ଡିକ ଲୁଚାଇ ରଖି ମନେ ମନେ ଭାବିଲା, ମୁଁ କାଠ ଜାଳି ଦେଲେ ଏ କଳା ଲୋକଟି ନିଶ୍ଚୟ ସତେଜ ହୋଇଯିବ । ମୋ ଦ୍ୱାରା ସେ ଉପକୃତ ହେବା ମୁଁ କଦାପି ସହ୍ୟ କରିପାରିବି ନାହିଁ । ତେଣୁ ସେ ମଧ୍ୟ କାଠ ଦେଲା ନାହିଁ ।
ଏବେ ସାଧୁବାବା ଭାବିଲେ ମୋ ପାଖରେ ଥିବା କାଠ ଖଣ୍ଡିଏ ମୁଁ ଲୁଚାଇ ରଖିବି । କାରଣ ସମସ୍ତେ ଅଲଗା ଅଲଗା ଧର୍ମର ଲୋକ, ଯିଏ ମୋତେ ଭଲ ପାଆନ୍ତି ନାହିଁ । ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗିଲା ବେଳେ ଏମାନେ ଟାହିଟାପରା କରୁଥିବା ମୁଁ ଶୁଣିଛି । ସୁତରାଂ ଏମାନଙ୍କୁ ସାହାଯ୍ୟ କରି କି’ ଲାଭ? ତେଣୁ ସିଏ ବି କାଠ ଦେଲେ ନାହିଁ ।
ଶେଷରେ ମହିଳା ଜଣକ ଭାବିଲେ ମୋ ପାଖରେ ଥିବା କାଠଖଣ୍ଡିଏ କାହାରିକୁ ଦେଖାଇବି ନାହିଁ । ତା’ର ଉପକାରିତା ପୁରୁଷ ଜାତି ନ ପାଆନ୍ତୁ । ସେମାନେ ସ୍ତ୍ରୀ ଜାତିକୁ ଭଲ ପାଆନ୍ତି ନାହିଁ । ତେଣୁ ମୋ କାଠଖଣ୍ଡିକରେ ଜଳିବା ନିଆଁରେ ମଜା ଏମାନେ ଚାଖିବେ କାହିଁକି?
ଏହିଭଳି ଛଅଜଣଯାକ ମନରେ ଭାବି ଭାବି ନିଜନିଜର କାଠଖଣ୍ଡିକମାନ ଲୁଚାଇ ରଖିଲେ । ଏଣେ ନିଆଁ ଲିଭିଗଲା । ଥଣ୍ଡାର ପ୍ରକୋପ ଏତେ ବଢିଗଲାଯେ ଏହାକୁ କେହି ସହ୍ୟ କରିପାରିଲେ ନାହିଁ । ସେହି ପାଉଁଶ ଗଦା ଚାରିପଟେ ମରି ଶୋଇଗଲେ । ଅଥଚ ସମସ୍ତେ କାଠ ଖଣ୍ଡିଏ ଲେଖାଏଁ ଲୁଚାଇ ରଖିଥିଲେ ।
ଏହି ଗପଟିରୁ ଶିକ୍ଷା ମିଳିଲାଯେ, ସ୍ୱାର୍ଥପରତା ଯୋଗୁ ଛଅଜଣଯାକ ଅକାରଣରେ ଅକାଳରେ ମରଣ ବରିଥିଲେ ।