ଝିଅମାନେ ଏହା ଶୁଣି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ । ହଂସୀଗୁଡିକ ବେକ ହଲାଇ ହଲାଇ ତାଙ୍କ ଆଡକୁ ଚାଲି ଆସି କହିଲେ, ଆମେ ଏହି ପୋଖରୀରେ ସବୁଦିନେ ବୁଲିଥାଉ । ଜଙ୍ଗଲ ଭିତରେ ବାସକରୁ । ଯେତେବେଳେ ଯେଉଁ ରୂପ ଧାରଣ କରିବା କଥା ତା ଆମେ କରିଥାଉ । ତୁମ ଗାଁ ଲୋକ ଅତି କୋଢିଆ । ଆମେମାନେ ଏକଥା ଜାଣିପାରି ଏ ଗାଆଁ ଛାଡି ମୋଟେ ଯାଉନାହୁଁ । ଅଧିକ ଧାନ ହେବା ପାଇଁ ଆମେ ଈଶ୍ୱରଙ୍କୁ ଡାକିଥାଉ । ବାଡି ବଗିଚାରେ ଭଲ ଫସଲ ପାଇଁ ଫଳପୁଷ୍ପ ଆଣି ଆମେ ସିଂଚନ କରିଥାଉ । ରୋଜଗାର ପାଇଁ ମଧ୍ୟ ଆମେ ସେମାନଙ୍କୁ ବଳ ଯୋଗାଇଥାଉ । ତଥାପି ଏ ଗାଁ ଲୋକେ କୋଢିଆ ହୋଇଥାଆନ୍ତି ।
ତାପରେ ଏ ଝିଅମାନେ ସେ ହଂସୀମାନଙ୍କ ସହ ମିତ ବସିଲେ । ଝିଅମାନେ ସେ ହଂସୀମାନଙ୍କୁ କହିଲେ ଆମ ଗାଁ ଲୋକଙ୍କ ପାଇଁ କ’ଣ ଗୋଟିଏ ବ୍ୟବସ୍ଥା କରିଦିଅ । ତାହେଲେ ତୁମ ଋଣ ଆମେ ଆଉ କେବେବି ଶୁଝିପାରିବୁ ନାହିଁ । ତହୁଁ ହଂସୀମାନେ ଝିଅମାନଙ୍କୁ କହିଲେ, ହେଇ ଦେଖ, କେଉଁମାନେ ଆସୁଛନ୍ତି । ହଠାତ୍ ସେ ପୋଖରୀ ଭିତରେ ଦୁହାଁଳିଆ ଗାଈ ଗୁଡିଏ ଚାଲିଆସିଲେ । ବଡ ବଡ ଗାଈ ବାଛୁରୀଗୁଡିକ ସେଠାରେ ଜମା ହୋଇଗଲେ । ଅତି ଖୁସିରେ ଝିଅମାନେ ହଂସୀମାନଙ୍କୁ ବିଦାୟ ଦେଲେ ଓ ଗାଈଗୁଡିକ ଅଡେଇନେଇ ଗାଆଁ ଭିତରକୁ ଯାଇ ଲୋକଙ୍କୁ ଡାକିଲେ । ହଂସୀମାନେ ତ ସେ ଝିଅମାନଙ୍କୁ ଆଗରୁ କହିଥିଲେ, ଯେତେବେଳେ ଆମକୁ ତିନିଟି ତାଳି ବଜାଇ ପୁଷ୍କରିଣୀ ନିକଟରେ ଡାକିବ, ଆମେ ତୁମ ବିପଦବେଳେ ନିଶ୍ଚୟ ଠିଆ ହେବୁ । କିନ୍ତୁ କାହା ଆଗରେ ତୁମେ ଏକଥା ମୋଟେ କହିବନି, ଆମେ ତୁମର ମିତ । ମିତ ହିସାବରେ ଦେଖାହେବୁ । ହଂସୀ ରୂପରେ ନୁହେଁ ଗାଈଗୁଡିକ ଈଶ୍ୱର ପଠାଇଛନ୍ତି ବୋଲି କହିବ । ତା’ପରେ ଯାହା ହେବ ସେଥିପାଇଁ ଆମେ ଅଛୁ ।
ଗାଁଆ ଲୋକେ ଏ ଗାଈଗୁଡିକ ଦେଖି ସମସ୍ତେ ମିଶି ସେମାନଙ୍କ ଲାଗି ବଡ ବଡ ଗୁହାଳ ଘର ଗୁଡିଏ ତିଆରି କଲେ । ଗାଁଲୋକମାନେ ସେଠାରେ ଏ ଗାଈ ବାଛୁରୀମାନଙ୍କର ଯତ୍ନ ନେଲେ । ତାପରେ ସେମାନେ ଏ ଝିଅମାନଙ୍କୁ ପଚାରିଲେ –
ଏତେ ଗାଈ ତୁମେ କାହୁଁ ପାଇଲ,
ଅଭାବ ଗାଆଁରୁ ଦୂରେଇ ଗଲା
ଖୀର, ଦହି, ଛେନା, ଘିଅ, ଲହୁଣୀ,
ଗ୍ରାମବାସୀ ସର୍ବେ ପାଇବେ ଭଲା ।
ତହୁଁ ସେ ଝିଅମାନେ କହିଲେ, –
ଈଶ୍ୱର ଆମକୁ ଖୁସିରେ ଦେଲେ,
ବୋଲୁଥିଲୁ ଆମେ ପୂର୍ଣ୍ଣମୀ ଗୀତ ।
ପୋଖରୀ ଭିତରୁ ଆସିଲେ ଗାଈ,
ଆମରି ପାଖରେ ହୋଇଲେ ଜୁଟ ।
ତାପରେ ସେ ଗାଁଲୋକେ ଦିନରାତି ସେ ଗାଈ ବାଛୁରୀଙ୍କ କାମରେ ଲାଗିଗଲେ, ପ୍ରତି ଘରଲୋକ କ୍ଷୀର, ଦହି, ଛେନା, ଘିଅ, ଲହୁଣୀ ଖାଇବା ସହିତ ସମବେତ ଭାବେ ସେସବୁ ଅନ୍ୟ ଗାଁରେ ବିକ୍ରି କରିବା ପାଇଁ ମଧ୍ୟ ଲାଗିଲେ । ଦିନେ ସେମାନେ ଅତି ଖୁସିରେ ପୋଖରୀ କୂଳରେ ବସିଥାଆନ୍ତି । ସେମାନେ ଦେଖିଲେ ଗୁଡିଏ ହଂସ ପହଁରୁଥାଆନ୍ତି । ତାଙ୍କୁ ମାରି ଭୋଜି କରିବା ପାଇଁ ଏଗାଁଲୋକମାନେ ଇଚ୍ଛା କଲେ । ତେଣୁ ଜାଲ ଚାରିଆଡେ ବିଛାଗଲା । ସେ ପୋଖରୀ ଭିତରେ ପଶି ହଂସୀମାନଙ୍କୁ ହୁରୁଡାଇଲା ବେଳକୁ, ଏ ଝିଅମାନେ ଆସି ସେ ଗାଆଁ ଲୋକଙ୍କୁ ମନା କଲେ ସେପରି କରିବା ପାଇଁ । କାରଣ ପଚାରନ୍ତେ, ସେହି ଝିଅ ମାନେ କ’ଣ କହିବେ କିଛିବି ଚିନ୍ତା କରିପାରିଲେନି । ସେହି ଝିଅମାନେ କେବଳ ଏତିକି କହିଲେ –