“ସେମାନେ ନୁହଁନ୍ତି ହଂସୀଗୁଡିକ,
ଦେଇଥିଲେ ସବୁ ଗାଈଗୁଡିକ ।
ଆମ ପାଇଁ ସିଏ ଅଟନ୍ତି ଦେବୀ,
ଗାଆଁ ବଂଚିବାକୁ ସେମାନେ ହୁଅନ୍ତି ଭାବି ।”
ସେହି ସମୟରେ ଗୋଟିଏ ଝିଅ ତିନିଟି ତାଳି ବଜାଇ ସେ ପୋଖରୀ କୂଳରେ ଡାକିଲା, ହେ ଆମର ମିତ, ଆମକୁ ଦେଖାଦିଅ ।
ସେହିକ୍ଷଣି ହଠାତ୍ ସେହି ବଡ ପୋଖରୀ ଭିତରୁ କୁନି କୁନି ସୁନ୍ଦରୀ ପରିବିଶିଷ୍ଟ ଝିଅମାନେ ବାହାରି ଆସିଲେ । ସେମାନେ ତାଙ୍କ ହାତରେ ଥିବା ସୁନ୍ଦର ସୁନ୍ଦର ପଦ୍ମ ଫୁଲଗୁଡିକ ଏ ଝିଅମାନଙ୍କୁ ବାଂଟିଥିଲେ ।
ଗ୍ରାମବାସୀମାନେ ସ୍ୱପ୍ନ ଦେଖିଲା ପରି ଏ ଦୃଶ୍ୟଦେଖି ସେମାନେ ବି ଅତ୍ୟନ୍ତ ବିଭୋର ହୋଇପଡିଲେ । ଏଥୁଅନ୍ତେ ସେ ଗ୍ରାମବାସୀମାନେ କୁନି କୁନି ସୁନ୍ଦରୀ ପରିବିଶିଷ୍ଟ ଝିଅମାନଙ୍କ ପାଦତ୍ତଳେ ପଡିଯାଇ ନିଜର କରିଥିବା ଭୁଲ୍ ପାଇଁ କ୍ଷମା ମାଗିଲେ । ସେ ହଂସୀ ପରୀମାନେ ତ ଅତି ସରଳ ଓ ଅମାୟିକ ପ୍ରକୃତିର ଥିଲେ ।
ତେଣୁ ସେମାନେ ଖୁସିରେ ହସିଦେଇ କହିଲେ, –
“ଆମେ ଯେତେବେଳେ ଯାହା ଚାହିଁବୁ
ତାହା କରି ଦେଖାଇବୁ
ଯେଉଁ ରୂପ ଯେତେବେଳେ ଚାହିଁବୁ,
ସେହି ରୂପ ହୋଇଯିବୁ ।
ଗାଆଁଲୋକ ପାଇଁ ଦୟାବହି ଆମେ,
ବଡ ପୋଖରୀ ଭିତରେ ।
ପହଁରି ପହଁରି ଈଶ୍ୱରଙ୍କୁ ଡାକୁ,
ରହୁ ଜଙ୍ଗଲ ଭିତରେ ।
ଆମେ ହଂସୀପରି ପାରିବନି ଧରି,
ଜାଲ ବିଛାଇବା ବ୍ୟର୍ଥ ।
ତୁମେମାନେ ଭଲ ଚଳିବ କିପରି,
ଆମେ ଚାହୁଁ ତୁମ ସ୍ୱାର୍ଥ ।
ତାପରେ ଗ୍ରାମବାସୀମାନେ ସେ ପରୀମାନଙ୍କ ଋଣକୁ କେବେବି ଶୁଝିପାରିବେନି ବୋଲି ସ୍ୱୀକାର କଲେ । ସେହି ଦିନଠାରୁ ଭାଇ ଭାଇ ପରି ସେହି ଗ୍ରାମବାସୀମାନେ ଗାଈ ଗୋରୁ ରଖି ଅତ୍ୟନ୍ତ ଭଲରେ ଚଳିଲେ । କଳିକଜିଆ ତାଙ୍କ ଭିତରେ ଆଉ କେବେ ହେଲେ ବି ହୁଏ ନାହିଁ । ଏଣେ ଏ ହଂସୀପରୀମାନେ ସେ ଗ୍ରାମବାସୀମାନଙ୍କର ହିତାକାଂକ୍ଷୀ ଭାବେ ସବୁଦିନ ପାଇଁ ସେହି ଜଙ୍ଗଲରେ ରହିଥିଲେ । ଗାଆଁର ସମସ୍ତ ଦୁଃଖ ସୁଖରେ ସେମାନେ ଗାଁଲୋକଙ୍କର ସମଭାଗି ହୋଇପାରିଥିଲେ । ପର୍ବପର୍ବାଣୀରେ ସେମାନେ ଅତ୍ୟନ୍ତ ଖୁସିରେ ଯୋଗ ଦେଉଥିଲେ । ସତେକି ଶାନ୍ତିର ବାତାବରଣ ସେ ଗାଆଁସାରା ଘେରି ରହିଥିଲା ।