ଦିନେ ଗୋଟିଏ ହରିଣ ପାଣି ପିଉ ପିଉ ସେ ତା’ର ଛବି ପାଣିରେ ଦେଖିଲା । ଶିଙ୍ଗ ଦୁଇଟି ତାର ମୁଣ୍ଡ ଉପରେ ମୁକୁଟ ପରି ରହି ତାକୁ ବଡ ସୁନ୍ଦର ଦିଶୁଛି । ତେଣୁ ସେ ହରିଣ ଭାବିଲା, “ମୋର ଦେହର ସବୁ ଅଂଶଠାରୁ କେବଳ ଏହି ଶିଙ୍ଗ ଦୁଇଟି ହିଁ ସବୁଠାରୁ ଭଲ ।”
ହରିଣକୁ ଶିକାରୀ ତ କେବେବି ମାରିପାରେ ନାହିଁ । କାରଣ ହରିଣ ବହୁତ ଜୋର୍ରେ ଦୌଡି ଚାଲିଯାଏ । ଦିନେ ସେ ହରିଣର ଶିଙ୍ଗ ଜଙ୍ଗଲର ଗୋଟିଏ ଗଛରେ ଲାଗିଗଲା, ଯେତେ ଚେଷ୍ଟା କଲେ ମଧ୍ୟ ସେ ଆଉ ତା’ଶିଙ୍ଗକୁ ବାହାର କରିପାରିଲା ନାହିଁ । ଠିକ୍ ସେତିକିବେଳେ ଶିକାରୀ ଆସି ଅତି ସହଜରେ ହରିଣକୁ ମାରିଦେଲା । ମଲାବେଳକୁ ହରିଣ ଭାବିଲା, “ଶିଙ୍ଗ ପାଇଁ ମୁଁ ସିନା ଏତେ ଗର୍ବ କରୁଥିଲି; କିନ୍ତୁ ଆଜି ସେଇ ଶିଙ୍ଗ ପାଇଁ ହିଁ ମୁଁ ମରୁଛି ।”
ତୁମେ ଯାହାକୁ ସବୁଠାରୁ ଭଲ ବୋଲି ଭାବୁଥାଅ, ସେ ହିଁ ବେଳେ ବେଳେ ତୁମର ଅନିଷ୍ଟର କାରଣ ହୋଇଥାଏ ।