“କିହୋ ଗୋପାଳ ତୁମ୍ଭର କ’ଣ କିଛି ବାତ ବାତ ବ୍ୟାଧି ଅଛି କି?”
ହଠାତ୍ ଏପରି ହେଲା କାହିଁକି?
ଉପସ୍ଥିତ ଟିକେ ଆରାମ୍ ବୋଧ ହେଉଛି ନା । କିଛି ଔଷଧ ବ୍ୟବସ୍ଥା କରିବି?
– ଏହା ଶୁଣି ଏକ କପଟ ଦୀର୍ଘ ନିଃଶ୍ୱାସ ପକାଇ କ୍ଷୀଣ ସ୍ୱରରେ କହିଲେ –
ଆଜ୍ଞା ।
ନା ମହାଶୟ ଆପଣଙ୍କୁ ଆଉ ଔଷଧର ବ୍ୟବସ୍ଥା କରିବାକୁ ହେବ ନାହିଁ । ଯାହା କରି ଛନ୍ତି ଏହାହିଁ ଯଥେଷ୍ଟ । ମୋର କାଳେ ଆପଣଙ୍କ ଆଶୀର୍ବାଦରୁ କୌଣସି ରୋଗ ନାହିଁ ।
ହଳଧର ବାବୁ କହିଲେ –
“ତେବେ ମୁଁ ଡାକିବା ମାତ୍ରେ ହଠାତ୍ ମୂର୍ଚ୍ଛା ଗଲ କାହିଁକି?”
ତହୁଁ ଗୋପାଳ ଭାଣ୍ଡ କହିଲେ –
“କାରଣଟା କ’ଣ ବୁଝି ପାରୁ ନାହାଁନ୍ତି?”
ଲୋକେ କହନ୍ତି ଯେ, ସିଂହର ଡାକ ଶୁଣିଲେ ପୁରୁଷ ପୁଅଙ୍କର ପୁରୁଷତ୍ୱ ଖସି ପଡେ । ମୁଁ ତ ବାଟେ ବାଟେ ଯାଉ ଥିଲି । ହଠାତ୍ ଆପଣ ଡାକ ପକାଇଲେ । ଆପଣଙ୍କର ସେହି ଉପାଧି ହଠାତ୍ ସ୍ମରଣ ହେବାରୁ ମୁଁ ମନେ କରିଲି ତେବେ କ’ଣ ମୋର ସେଇଟା ଖସି ପଡିଲା କି ନା ଖସି ପଡିବ । ଏହି ଭୟରେ ମୁଁ ହଠାତ୍ ମୂର୍ଚ୍ଛା ଗଲି । ବର୍ତ୍ତମାନ ଦେଖୁଛି ମୋର ସମସ୍ତ ବଜାୟ ଅଛି ଅନିଷ୍ଟ ହୋଇ ନାହିଁ । ଗୋପାଳର ଏଭଳି କଥା ଶୁଣି ସମସ୍ତେ ଠୋ ଠୋ ହୋଇ ହସିଲେ । ହଳଧର ବାବୁ ଗୋପାଳର ଭାଣ୍ଡାମିରେ ସନ୍ତୁଷ୍ଟ ହୋଇ ତାଙ୍କୁ ଖଣ୍ଡିଏ ନୋଟ୍ ପୁରସ୍କାର ଦେଲେ । ଗୋପାଳ ସେଠାରୁ ବିଦାୟ ହୋଇ ରାଜ ଭବନକୁ ଆସିବା ବିଳମ୍ବ ଦେଖି କୃଷ୍ଣ ଚନ୍ଦ୍ର ପଚାରିଲେ –
“ଗୋପାଳ ଆଜି ଏତେ ବିଳମ୍ବ କାହିଁକି?”
ଗୋପାଳ କହିଲେ –
“ମହାରାଜ ଆଜି ରାସ୍ତାରେ ଆସୁ ଆସୁ ସିଂହଙ୍କ ଉପରେ ଚଢି ୧୦ ଟଙ୍କା ବକ୍ସିସ୍ ପାଇ ଅଛି ।”
ରାଜା ଗୋପାଳଙ୍କର ସିଂହ ଉପରେ ଚଢିବା ଶୁଣି ବିସ୍ମୟରେ କାରଣ ପଚାରିବାରୁ ଗୋପାଳ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସମସ୍ତ କଥା ରାଜାଙ୍କୁ କହିଲେ । ରାଜା ଖୁସି ହୋଇ ନଅର ଆଡେ ଗଲେ, ଗୋପାଳ ମଧ୍ୟ ନିଜ ଗୃହକୁ ଫେରିଲେ ।