ଟୋକା କହିଲା ଭଲ ହେଲା । ସତରେ ଯେବେ ତୁ ବିଧାତାଙ୍କ ପାଖକୁ ଯାଉ ଥାଉ ତାହା ହେଲେ ତୁ ମୋ ଲାଗି ଏହି ଛୋଟିଆ କାମଟି କରିବୁ । ଛୋଟ ପିଲାଙ୍କର ଉପକାର କଲେ ଶୁଣିଛି ଭଗବାନ କାଳେ ସନ୍ତୁଷ୍ଟ ହୋଇଥାନ୍ତି । କହୁନୁ ମୋର ଏହି କାମଟା କରି ଦେବୁ ନା ନାହିଁ ।
ହାଡବାଇ କହିଲା – କହୁନୁ – କହ ମୁଁ ନିଶ୍ଚୟ କରାଇ ଦେବି । ଟୋକା କହିଲା – ଆମ ଲାଗି ସିନା ଏକଥା କରିବା ବଡ ହେବ । ତୋ ପାଇଁ କିନ୍ତୁ ସାନ ହେବ । ତୁ ବିଧାତା ପାଖକୁ ଯେତେ ବେଳେ ଯାଉଛୁ ତାହା ହେଲେ ବିଧାତାଙ୍କ ଠାରୁ ଟିକିଏ ବୁଝି ଆସିବୁ ତ ମୋର ଆୟୁଷ କେତେ? ମୁଁ ଆଉ କେତେ ଦିନ ବଚିଂ ପାରିବି ।
ତହିଁ ଆର ଦିନ ହାଡବାଇ ବିଧାତାଙ୍କ ପାଖକୁ ଗଲା । ତା’ର ଯାହା ଯାହା ବୁଝିବାର ଥିଲା ସେ ସବୁ ବୁଝି ସାରିବା ପରେ ବିଧାତାଙ୍କୁ ପଚାରିଲା – ହେ ବିଧାତା ! ମୋତେ ଟିକେ କହି ଦିଅନ୍ତୁ ଯେ ମୋ ପାଖରେ ଯେଉଁ ଟୋକା ଅଛି ତାର ମୋଟା ମୋଟି ଆୟୁଷ କେତେ?
ବିଧାତା କହିଲେ – ସେ ଟୋକା ଅତି ବେଶୀରେ ଅଶି ବର୍ଷ ଯାଏଁ ଏ ସଂସାରରେ ବଂଚି ରହିବ ।
ସେଦିନ ବିଧାତାଙ୍କ ପାଖରୁ ହାଡବାଇ ଫେରି ଆସିଲା ଟୋକା ପାଖରେ ପହଁଚି ଥିବାରୁ ସେ କହିଲା ବିଧାତା କହିଲେ ଯେ ତୋର ମୋଟା ମୋଟି ଆୟୁଷ ଅଶି ବର୍ଷ ।