ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହାଡବାଇ କଥା

         ହାଡବାଇ ଠାରୁ ଏ କଥା ଶୁଣି ପୁଣି ଟୋକା ଅନୁରୋଧ କରି କହିଲା ଆଚ୍ଛା କାଲି ତ ପୁଣି ତୁ ବିଧାତାଙ୍କ ପାଖକୁ ଯିବୁ । ବିଧାତାଙ୍କୁ କହିବୁ ନା ମୋର ଆୟୁଷରୁ ଗୋଟିଏ ବର୍ଷ କମେଇ ଦିଅନ୍ତେ । ଯଦି କମେଇ ଦେବାକୁ ସେ ରାଜି ନହେବେ ତାହା ହେଲେ ସେହି ଗୋଟିଏ ବର୍ଷ ବଢାଇ ଦିଅନ୍ତେ ।

         ତା’ପର ଦିନ ହାଡବାଇ ପୁନଶ୍ଚ ବିଧାତାଙ୍କ ପାଖକୁ ଗଲା ନିଜର ଯାହା ସବୁ କାମ ଥିଲା ତାହା ସାରି ବିଧାତାଙ୍କୁ କହିଲା –ହେ ବିଧାତା ମହାଶୟ ! ମୋର ଆଉ ଗୋଟିଏ କଥା ଆପଣଙ୍କୁ କହିବାର ଅଛି । ସେହି କଥା ହେଲା ସେହି ଟୋକାଟା ଆପଣଙ୍କର ଚରଣରେ ବିନମ୍ର ପ୍ରକାଶ କରି କହିଛି । ତା’ର ଯେଉଁ ଅଶି ବର୍ଷ ବୋଲି ଆୟୁଷ କଥା କହିଲେ – ଆପଣ ସେଥିରୁ ଗୋଟିଏ ବର୍ଷ କମେଇ ଦେବେ କିମ୍ବା ଗୋଟିଏ ବର୍ଷ ବଢେଇ ଦେବେ ।

         ହାଡବାଇ ଠାରୁ ଏ କଥା ଶୁଣି ବିଧାତା କହିଲେ – ବିଧାତାର ଯାହା ବିଧାନ ତାହା କେବେ ବଦଳା ବଦଳି କରାଯାଇ ପାରେନା । ଥରେ ଯାହା ଲେଖା ଯାଇଥାଏ ତା’ର ଆଉ କୌଣସି ପରିବର୍ତନ କରାଯାଇ ପାରେନା, ତେଣୁ ସେଥିରୁ ଗୋଟିଏ ଦିନ କମାଇ ଦିଆ ଯାଇ ପାରିବ ନାହିଁ କି ଗୋଟିଏ ଦିନ ବଢା ହୋଇ ପାରିବ ନାହିଁ ।

         ବିଧାତାଙ୍କ ଦରବାରରୁ ନିଜର କାମ ସାରି ହାଡବାଇ ଫେରି ଆସି ସେ ଟୋକାକୁ କହିଲା – ତୋର କାମ ବିଧାତା ଆଉ କରିବେ ନାହିଁ ବୋଲି ମନା କରି ଦେଲେ ।

         ସବୁ ଦିନ ପରି ତା’ପର ଦିନ ହାଡବାଇ ବିଧାତାଙ୍କ ଦପ୍ତରକୁ ଯାଇ ନିଜର କାମ ସାରି ଫେରି ଆସିଲା । ଆସି ଘରେ ଦେଖେ ତ ଟୋକା ଚଉକସ ଭୋଜନ କରସାରିଛି । ତା’ ଲାଗି କିଛି ବି ରଖି ନାହିଁ । ହାତରେ ଗୋଟାଏ ଶକତ ନିଆଁ ଖୁଂଟା ଧରିଛି । ଟୋକାକୁ ଏପରି ଅବସ୍ଥାରେ ଦେଖି ହାଡବାଇ କହିଲା – ମୋତେ ଖାଇବାକୁ ଦେ । ମୋତେ ଖୁବ୍ ଭୋକ ହେଉଛି ପରା ।


ଗପ ସାରଣୀ

ତାଲିକାଭୁକ୍ତ ଗପ