ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହାଡବାଇ କଥା

         ହାଡବାଇ ଆଜି ଖାଇବାକୁ ମାଗୁଛି । ଟୋକା ଏ କଥା ଶୁଣି ଖାଲି ଠୋ ଠୋ ହୋଇ ହସିବାକୁ ଲାଗିଲା – ହାଡବାଇର ମୁଖକୁ ଚାହିଁ କହିଲା । ଆଜି କିନ୍ତୁ ତୋ ପାଇଁ କିଛି ଖାଇବା ପଦାର୍ଥ ନାହିଁ । ତୁ ଆଜି ନଖାଇ ଚୁପ୍ ହୋଇ ଶୋଇ ପଡ, ଆସନ୍ତା କାଲିକୁ ଖାଦ୍ୟ ପ୍ରସ୍ତୁତ କରି ରଖି ଥିବି ତୁ ଆସିଲେ ଖାଇବୁ ।

         ଟୋକା ଠାରୁ ଏ କଥା ଶୁଣି ହାଡବାଇ ରାଗରେ ନିଆଁ ହୋଇଗଲା । କ୍ରୋଧରେ ସେ ଦାନ୍ତ କଡ ମଡ କରି କହିଲା – ତୁ ପିଲା ଲୋକ ବୋଲି ଦୟାରେ ଆଜି ଯାଏଁ ମୁଁ ତୋତେ ନଖାଇ ରଖିଛି କିନ୍ତୁ ଆଜି ଜାଣିବୁ ତୁ ମରଣ ମୁଖରେ ପଡିବୁ ।

         ହାଡବାଇ ଠାରୁ ଏପରି ଧମକ ପୂର୍ଣ୍ଣ କଥା ଶୁଣି ଟୋକା ତାକୁ ଉତ୍ତର ଦେଲା – ଆରେ ବିଧାତା ପରା ମୋର ଆୟୁଷ ଗୋଟିଏ ଦିନ ବଢାଇବାକୁ କିମ୍ବା କମେଇବାକୁ ମନା କରି ଦେଲେ । ମୋତେ ଏ ଦୁନିଆରେ ବାଧ୍ୟ ହୋଇ ଅଶି ବର୍ଷ ବଂଚିବାକୁ ହେବ । ମୁଁ ତ ମରିବି ନାହିଁ । ତାହା ହେଲେ ତୁ ମୋତେ ଖାଇବୁ କିପରି କହିଲୁ? ତୋର ଯେବେ ଭଲ ଗତି ଅଛି ତାହା ହେଲେ ଯେତେ ଶୀଘ୍ର ତୁ ମୋର ଘରୁ ବାହାରି ଯା ତାହା ନହେଲେ ମୋର ଏହି ଜଳନ୍ତା ନିଆଁ ଖୁଂଟାକୁ ଦେଖୁଛୁ ।

         ଏହା କହି ଟୋକା ଅଳ୍ପ ଦୂର ଗୋଡାଇ ଯାଆନ୍ତେ ହାଡବାଇ ଖୁବ୍ ତର ତର ହୋଇ ସେ ଘର ଛାଡି ପଳାଇଲା, ହାଡବାଇ ପଳାଇ ଯିବାରୁ ଟୋକା ତା’ର ମାମୁଁ ଘରକୁ ଗଲା, ସେଠାରେ ସମସ୍ତଙ୍କୁ ହାଡବାଇକୁ ବିଦା କରିଦେବା କଥା ଶୁଣାଇ ମାଆଙ୍କୁ ଧରି ନିଜ ଘରକୁ ଆସିଲା । ନିଜ ଘରେ ଆସି ସୁଖ ଶାନ୍ତିରେ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ