କିନ୍ତୁ ରାଜା ଝିଅ ଯେଉଁ ପ୍ରଶ୍ନଟି ପଚାରିଥିଲେ ତା’ର ଉତ୍ତର ଦେବାକୁ କେହି ସକ୍ଷମ ହୋଇ ପାରିଲେ ନାହିଁ । ତଥାପି ଏହାର ଉତ୍ତର ଦେବା ନିମନ୍ତେ ଯେଉଁ ମାନେ ରାଜ ଦରବାରକୁ ଆସିଲେ ରାଜା ତାଙ୍କୁ ଖାଲି ହସ୍ତରେ ନଫେରାଇ କିଛି କିଛି ଉପହାର ଦେଇ ଫେରାଉ ଥିଲେ ।
ଦିନେ କୃଷ୍ଣ ସୁନ୍ଦରଙ୍କର ଦୃଷ୍ଟିରେ ଦିନେ ଏହି ବିଜ୍ଞାପନ ଆସିଲା । ତହୁଁ କୃଷ୍ଣ ସୁନ୍ଦରଙ୍କର ଇଚ୍ଛା ହେଲା ସେ ଏହି ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ରାଜ ଦରବାରକୁ ଯିବେ । ସେଥିଲାଗି କୃଷ୍ଣ ସୁନ୍ଦର ଶୁଭ ଦିନର ଶୁଭ ମୁହୂର୍ତ ଦେଖି ରାଜ ଦରବାରକୁ ଆସିଲେ ।
ରାଜ ଦରବାରରେ ପହଁଚିବା ପରେ କୃଷ୍ଣ ସୁନ୍ଦରଙ୍କୁ ପ୍ରଶ୍ନ ଗୋଟିଏ ଗୀତ ଆକାରରେ ଦିଆଗଲା । କୃଷ୍ଣ ସୁନ୍ଦର ଯେତେ ବେଳେ ସେହି ପ୍ରଶ୍ନଟିକୁ ଦେଖିଲେ ତାଙ୍କର ପଛ କଥା ଗୁଡିକ ଗୋଟି ଗୋଟି ହୋଇ ମନେ ପଡି ଗଲା । ତା’ପରେ ସେ ପ୍ରଶ୍ନର ସଠିକ୍ ଉତ୍ତରକୁ ଗୀତ ଛଳରେ ରାଜ କୁମାରୀଙ୍କୁ ଦେଲେ ।
ରାଜ କୁମାରୀ ଏବେ ଯାଏଁ ଯେତେ ଉତ୍ତର ପାଇ ଥିଲେ କୌଣସି ଉତ୍ତର ତାଙ୍କ ମନକୁ ପାଇ ନଥିଲା । ତେଣୁ ସବୁ ଉତ୍ତରକୁ ସେ ପ୍ରତ୍ୟାଖ୍ୟାନ କରି ଦେଇ ଥିଲେ । କିନ୍ତୁ କୃଷ୍ଣ ସୁନ୍ଦର ଯେଉଁ ଉତ୍ତରଟି ଦେଲେ ତାହା ଦେଖି ରାଜ କୁମାରୀ ଦୁଃଖରେ ମ୍ରିୟମାଣ ହୋଇ ପଡିଲେ । ତହୁଁ ସେ କାନ୍ଦିବାକୁ ଲାଗିଲେ । ସେ ସଙ୍ଗେ ସଙ୍ଗେ ଦୌଡି ଯାଇ କୃଷ୍ଣ ସୁନ୍ଦରଙ୍କର ପାଦ ତଳେ ପଡି ପାଦର ଧୂଳି ନେଇ ମଥାରେ ବୋଳି ହେଲେ ।
ଏଥର ରାଜ କୁମାରୀ ନିଜର ପ୍ରକୃତ ସ୍ୱାମୀଙ୍କୁ ପାଇ ଯେତିକି ଆନନ୍ଦ ହେଲେ ରାଜା ରାଣୀ ମଧ୍ୟ ନିଜର ଜ୍ୱାଇଁଙ୍କୁ ପାଇ ସେତିକି ଆନନ୍ଦ ହେଲେ । ଏକଥା ପ୍ରଘଟ ହୋଇ ଯିବା ପରେ ରାଇଜ ସାରା ଆନନ୍ଦର ଉତ୍ସବ ଲାଗି ରହିଲା ।