ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହାତୀର ଚିକିତ୍ସା

                ଶିବଶର୍ମାଙ୍କୁ ତାଙ୍କ କଥା ଭାରି ଅପମାନଜନକ ଲାଗିଲା । ସେ ଭାବିଲେ “ଦରବାର ମଝିରେ, ସଭାସଦ୍ମାନେ ବସିଛନ୍ତି । ପୁଣି ବୈଦ୍ୟ ବୋଲି ପରିଚୟ ନେଇ ଅଚାନକ କୁଆଡୁ ଆସି ସେ ଏପରି କହୁଛି । ଶିବଶର୍ମା ରାଜବୈଦ୍ୟ; ପୁଣି କଥା ଦେଉଛନ୍ତି ଯେ ସର୍ବାଣୀ ଭଲ ହୋଇଯିବ । ତଥାପି ଏ ଲୋକର କି ଆସ୍ପର୍ଦ୍ଧ! ଏହି ଅର୍ବାଚୀନ ଲୋକ ଦିନେ ମୋ ପାଖରେ ଆୟୁର୍ବେଦ ଶିଖୁଥିଲା । ହେଲେ ଆଜି ଏ କ’ଣ?” ତେଣୁ ସେ ତରବରରେ କହିଲେ, “ମହାରାଜ, ସେ ଜଣେ ଭଲ ବୈଦ୍ୟ ନୁହଁନ୍ତି । ମୋ ପାଖରେ ଥାଇ ସେ କିଛିଦିନ ଆୟୁର୍ବେଦ ଶିଖିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କର ଜ୍ଞାନ ବହୁତ କମ୍ ଥିବାର ଦେଖି ମୁଁ ସେଠାରୁ ତାଙ୍କୁ ବିଦାୟ ଦେଲି ।”

                ରାଜା ଅଳ୍ପ ସମୟ ଚିନ୍ତା କରି କହିଲେ, “ଯାହା ମଧ୍ୟ ଘଟୁ, ମୁଁ କିନ୍ତୁ ସର୍ବାଣୀର ସେବା ପାଇଁ ଏହାଙ୍କୁ ଅନୁମତି ଦେଉଛି । କିଏ କହିବ, ହୁଏତ ତାଙ୍କ ହାତରେ କିଛିଟା ଉପକାର ହୋଇପାରେ ।”

                ତା’ପରେ ଜୀବକଦତ ରାଜାଙ୍କୁ ସମ୍ବୋଧିତ କରି କହିଲା, “ମହାରାଜ, ମୁଁ ଚାହେଁ କି ହାତୀ ନିକଟରେ ଏକ ଛୋଟ ପୋଖରୀ ଖୋଳି ଦିଆଯାଉ । ଆଉ ସେ ପୋଖରୀରେ ପାଣି ଭରପୁର ରହିବ । ସେଥିରେ ପଦ୍ମ ପତ୍ର ଫୁଲ ମଧ୍ୟ ଭରି ରହିଥିବ । ସେଥିରେ ଅନ୍ୟ ହାତୀ ମାନେ ବି ଯାଇ ସ୍ନାନ କରିବେ । ତା’ପରେ ଦେଖିବା ଫଳ କ’ଣ ହେଉଛି ।” ଏକଥା ଶୁଣି ସେ ରାଜା ବଡ ଅସୁବିଧାରେ ପଡିଲେ । ସେ କହିଲେ, “ତୁମର ଚିକିତ୍ସା କ’ଣ ଏହିପରି?”

                ଜୀବକଦତ କହିଲେ, “ମୁଁ ଯାହା କହୁଛି, ଆପଣ ଠିକ୍ ସେପରି କରି ଦେଖନ୍ତୁ ଫଳ କ’ଣ ହେଉଛି ।” ରାଜା ଜୀବକଦତଙ୍କ କଥା ଅନୁସାରେ ସବୁ କିଛି କାର୍ଯ୍ୟକାରୀ ହେବାକୁ ତୁରନ୍ତ ଆଦେଶ ଦେଲେ । ତା’ପରେ ସବୁକିଛି ଠିକ୍ ସେହିପରି ହେଲା । ତା’ପରେ ଜୀବକଦତଙ୍କ ଅନୁରୋଧରେ ହାତୀଶାଳରୁ ଦୁଇଚାରିଟି ହାତୀ ଆସି ସେହି ପୋଖରୀ ପାଣିରେ ପଶି ସ୍ନାନ କଲେ । ଏଥର ଦଶଦିନ ବିତିବା ଆଗରୁ ସର୍ବାଣୀର ସ୍ୱାସ୍ଥ୍ୟରେ ଟିକେ ପରିବର୍ତ୍ତନ ଦେଖାଦେଲା ।

ଦିନେ ଜୀବକଦତ ରାଜାଙ୍କୁ ସେଠାକୁ ନେଇଗଲେ । ରାଜା ଦେଖିଲେ ଅନ୍ୟ ହାତୀମାନଙ୍କ ସହିତ ସର୍ବାଣୀ ପାଣିରେ ସ୍ନାନ କରୁଛି ଓ ପାଣି ସବୁ ଫିଙ୍ଗି ମହାଆନନ୍ଦରେ ଖେଳୁଛି ।

ଏସବୁ ଦେଖି ରାଜା ବହୁତ ଖୁସି ହୋଇ କହିଲେ, “ସର୍ବାଣୀର ଚିକିତ୍ସାରେ ମୁଁ ବହୁତ ଖୁସି । ତୁମେ ପ୍ରକୃତରେ ଏକ ଅଦ୍ଭୁତ ଚିକିତ୍ସକ । ମୁଁ ତୁମକୁ ଦରବାରରେ ପୁରସ୍କୃତ କରି ତୁମପ୍ରତି ସମ୍ମାନ ଦେଖାଇବାକୁ ଚାହେଁ । ତୁମେ କାଲି ଦରବାରକୁ ଆସ ।”

ସେଠାରେ ଶିବଶର୍ମା ମଧ୍ୟ ଉପସ୍ଥିତ ଥିଲେ । ସେ ରାଜାଙ୍କୁ କହିଲେ, “ବହୁ ପରିଶ୍ରମ କରି ମୁଁ ସର୍ବାଣୀକୁ ସୁସ୍ଥ କଲି । ମୋ ଚିକିତ୍ସାର ଫଳ ସ୍ୱରୂପ ଆଜି ସେ ଅନ୍ୟ ହାତୀଙ୍କ ସହିତ ଖେଳୁଛି । ସେଥିରେ ଜୀବକଦତଙ୍କର କୌଣସି ବି ବାହାଦୁରୀ ନାହିଁ । ତେଣୁ ଆପଣ ପୁରସ୍କାର ମୋତେ ଦେବା ଉଚିତ୍ ।”

କିନ୍ତୁ ଜୀବକଦତଙ୍କ କଥା ମଧ୍ୟ ଏକହିଁ ପ୍ରକାରର । ସେ କହିଲେ, “ହାତୀ ମୋ ଯୋଗୁଁ ଭଲ ହେଲା, ମାତ୍ର ଶିବଶର୍ମାଙ୍କ ଚିକିତ୍ସା ଯୋଗୁଁ ନୁହେଁ ।”

ଏବେ ସେ ରାଜା ମହା ଅଡୁଆରେ ପଡିଲେ କିଛି ସମୟ ଚିନ୍ତା କରି ସେ କହିଲେ, “କାଲି ସକାଳେ ଦୁହେଁ ଦରବାରକୁ ଆସିବ । ସେହିଠାରେ ଯାହା ହେବାର ହେବ ।”

ପରଦିନ ସକାଳେ ଦରବାରସ୍ଥ ସମସ୍ତ ଲୋକଙ୍କୁ ରାଜା ପୂର୍ବଦିନର ବିବାଦ ବିଷୟରେ କହି ତା’ର ସମାଧାନ ବିଷୟରେ ପଚାରିଲେ ।

ପ୍ରଥମେ ସୁବୁଦ୍ଧି ନାମକ ଜଣେ ମନ୍ତ୍ରୀ କହିଲେ ଯେ ଶିବଶର୍ମାଙ୍କ ଚିକିତ୍ସାରୁ ହାତୀ ଭଲ ହେଲା । ତା’ପରେ ସୁକୀର୍ତ୍ତି ନାମକ ଅନ୍ୟ ଏକ ମନ୍ତ୍ରୀ କହିଲେ ଯେ ଜୀବକଦତଙ୍କ ଚିକିତ୍ସା ଯୋଗୁଁ ହିଁ ହାତୀ ଭଲ ହୋଇଗଲା । ତା’ପରେ ସର୍ବ କନିଷ୍ଠ ମନ୍ତ୍ରୀ ଶଶୀଧର କହିଲେ, “ମହାରାଜ, ଦୁଇଟି ଚିକିତ୍ସା ଜଣକର ବୋଲି ଭାବନ୍ତୁ । ଏଥର ଜାଣି ପାରିବେ ଯେ ଉଭୟ ବୈଦ୍ୟ ସମ୍ମାନ ଓ ପୁରସ୍କାର ପାଇଁ ଯୋଗ୍ୟ । ରାଜା କିଛି ସମୟ ଚିନ୍ତା କରି କହିଲେ, “ପ୍ରକୃତରେ ଏ କ୍ଷେତ୍ରରେ ଶଶୀଧରଙ୍କ କଥାହିଁ ଗ୍ରହଣ ଯୋଗ୍ୟ । ଜଣେ ଶାରୀରିକ ଓ ଜଣେ ମାନସିକ ଚିକିତ୍ସା କରିଛନ୍ତି । ଯାହା ଫଳରେ କି ସର୍ବାଣୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ପାରିଛି । ତେଣୁ ଏହି ଦୁଇ ବୈଦ୍ୟଙ୍କୁହିଁ ପୁରସ୍କାର ଦିଆଯିବ ।”

ରାଜାଙ୍କ କଥାକୁ ସମସ୍ତେ ସମର୍ଥନ କଲେ । ତା’ପରେ ରାଜା କହିଲେ, “ପ୍ରକୃତରେ ଜୀବକଦତଙ୍କ ଚିକିତ୍ସା ପ୍ରଣାଳୀ ଯୋଗୁଁ ସର୍ବାଣୀର ମନରବଳ ବଢିଲା । ଯଦ୍ୱାରା ତା’ର ଜୀବନ ପ୍ରତି ଇଚ୍ଛା ପୁଣି ବଳବତର ହୋଇ ଉଠିଲା, ତେଣୁ ସେ ପାଣିରେ ଖେଳିବା ପାଇଁ ନିଜେ ଚେଷ୍ଟାକରି ଉଠିଲା । କିନ୍ତୁ ତା’ପୂର୍ବରୁ ଶିବଶର୍ମାଙ୍କ ଚିକିତ୍ସାରେ ତା’ର ଶରୀର ସୁସ୍ଥ ଓ ହୃଷ୍ଟପୃଷ୍ଟ ହେବାରୁ ସେ ଉଠିବା ପାଇଁ ଶକ୍ତି ପାଇଥିଲା । ତେଣୁ ଏ ଦୁଇ ଜଣଙ୍କ ଚିକିତ୍ସା ଯୋଗୁଁ ହିଁ ହାତୀ ସୁସ୍ଥ ହେଲା ।”

ଏବେ ସମଗ୍ର ଦରବାର ହର୍ଷଧ୍ୱନି ଓ କରତାଳି ଧ୍ୱନିରେ ପୂର୍ଣ୍ଣ ହେଲା । ରାଜା ଦୁଇ ବୈଦ୍ୟଙ୍କୁ ପୁରସ୍କୃତ କଲେ । ଏହାପରେ କିନ୍ତୁ ରାଜା ଶିବଶର୍ମାଙ୍କୁ ଓ ଜୀବକଦତଙ୍କୁ ତାଙ୍କ ଗୋପନ ପ୍ରକୋଷ୍ଠ ଭିତରକୁ ନେଇଯାଇ କହିଲେ, “ଆପଣ ଦୁହେଁ ଯେ କୁଶଳୀ ଚିକିତ୍ସକ, ସେଥିରେ ତ ମୋର ଆଉ କୌଣସି ସନ୍ଦେହ ନାହିଁ । କିନ୍ତୁ କୌଣସି ଲୋକର କୌଣସି ବିଦ୍ୟାରେ ଜ୍ଞାନ ଚୂଡାନ୍ତ ନୁହେଁ । ସେଥିପାଇଁ ଜ୍ଞାନୀ ମାତ୍ରେ ବିଜୟୀ ହେବା ଆବଶ୍ୟକ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ