ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହାମେଲିନ୍ର ବିଚିତ୍ର ବଂଶୀବାଦକ

ପିଲାମାନଙ୍କ ପିତାମାତାଙ୍କ ଧାରଣା ହେଲାଯେ ପିଲାମାନେ ମରିଯାଇନାହାଁନ୍ତି ଏବଂ ସେ ବଂଶୀବାଦକ ସେଇ ପର୍ବତରୁ ପିଲାମାନଙ୍କୁ ବାହାରକୁ ଆଣି ତା ଦେଶକୁ ନେଇ ଯାଇଛି । ସେଇଥିପାଇଁ ପିତାମାତାମାନେ ଅନେକ ଦେଶକୁ ଯାଇ ସେଇ ପିଲାମାନଙ୍କର ଅନୁସଂଧାନ କରିଛନ୍ତି ମାତ୍ର ସେମାନେ ପିଲାମାନଙ୍କର କୌଣସି ଚିହ୍ନବର୍ଣ୍ଣ ମଧ୍ୟ ପାଇ ନାହାଁନ୍ତି । କ୍ରମେକ୍ରମେ ଏ ଘଟଣାକୁ ଅନେକ ଭୁଲିଗଲେ ଏବଂ ବହୁକାଳ ଧରି ଏପିଲାମାନଙ୍କର କିଛି ବି ଖୋଜ ଖବର ମିଳିଲା ନାହିଁ ।

ଏହି ଘଟଣା ଘଟିବାର ପ୍ରାୟ ଦେଢଶହ ବର୍ଷ ପରେ ଯେତେବେଳେ କି ନିଖୋଜ ପିଲାମାନଙ୍କ ପିତାମାତା କିମ୍ବା ଭାଇ ଭଉଣୀ କେହି ବି ଆଉ ଜୀବିତ ନଥିଲେ ସେତେବେଳେ ପ୍ରାଚ୍ୟଆଡୁ ଫେରୁଥିବା ବର୍ମିନର ଦଳେ ବଣିକ ହାମେଲିନ୍ ସହରରେ ଆସି ପହଁଚିଲେ । ସେମାନଙ୍କ ସହ ହାମେଲିନ୍ ସହରର ଅଧିବାସୀମାନେ କଥା ହେଉ ହେଉ ସେମାନେ ଗୋଟିଏ କଥା କହିଲେ । ସେମାନଙ୍କ କହିବା କଥା ଅନୁସାରେ ସେମାନେ ହଙ୍ଗେରୀ ପାରହୋଇ ଆସୁ ଆସୁ ଟ୍ରାନ୍ସାଲଭାନିଆ ନାମକ ଏକ ପାର୍ବତ୍ୟଦେଶରେ ଅଳ୍ପ କେଇଦିନ କଟାଇଥିଲେ । ସେଠାରେ ଥିବା କେତେକ ଅଧିବାସୀ ଜର୍ମାନ ଭାଷା କହୁଥିବାର ସେମାନେ ଜାଣିବାକୁ ପାଇଲେ ଏବଂ ସେମାନଙ୍କୁ ଛାଡିଦେଲେ ସେମାନଙ୍କ ଚତୁପାଶ୍ୱର୍ରେ ଥିବା ଅଧିବାସୀମାନେ ହଙ୍ଗେରୀ ଭାଷା କହୁଥିଲେ । ସେହି ଅଧିବାସୀମାନଙ୍କୁ ଏ ସଂପର୍କରେ ପଚାରିବାରୁ ସେମାନେ ଜର୍ମାନରୁ ଯାଇଥିଲେ ବୋଲି କହୁଥିଲେ ମଧ୍ୟ ସେମାନେ କିପରି ସେଠାକୁ ଗଲେ ତାହା ମୋଟେ କହିପାରୁନଥିଲେ । ସେଇ ବଣିକମାନଙ୍କ ବିଶ୍ୱାସ ଯେ ଜର୍ମାନଭାଷା କହୁଥିବା ଅଧିବାସୀମାନେ ଏଇ ହାମେଲିନ୍ରୁ ହିଁ ସେ ବଂଶୀବାଦକ ଦ୍ୱାରା ଅପହୃତ ଶିଶୁମାନଙ୍କ ଉତ୍ତରାଧିକାରୀ ବ୍ୟତୀତ ଅନ୍ୟକେହି ବି ନୁହଁନ୍ତି ।

ତା’ପରେ ସେ ହାମେଲିନ୍ର ଅଧିବାସୀମାନଙ୍କ ଏ ବିଷୟରେ ଆଉ କିଛିବି ସଂଦେହ ରହିଲା ନାହିଁ ଏବଂ ସେହିଦିନଠାରୁ ସେମାନେ ଟ୍ରାନ୍ସାଲଭାନିଆର ଅଧିବାସୀମାନଙ୍କୁ ନିଜର ଜ୍ଞାତିଭାବରେ ଗ୍ରହଣ କରିନେଲେ କାରଣ ସେମାନଙ୍କ ପୂର୍ବପୁରୁଷମାନଙ୍କୁ ସେଇ ବଂଶୀବାଦକ ଜଣକ ସେଠାକୁ ନେଇଯାଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ