ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହୃଦୟ ନିର୍ମଳ ବ୍ୟକ୍ତି ହିଁ ମହାନ୍

ସ୍ୱାମୀ ବିବେକାନନ୍ଦ ସନ୍ନ୍ୟାସ ବ୍ରତ ଗ୍ରହଣ କରି ସାରି ସାରା ଇଣ୍ଡିଆ ଭ୍ରମଣରେ ବାହାରିଲେ । ସେତେବେଳେ ପାଖରେ ତାଙ୍କର ପଇସାଟିଏ ବି ନଥାଏ । ତଥାପି ବି ଶୂନ୍ୟ ହସ୍ତରେ ସେ ଜଣେ ପରିବ୍ରାଜକ ହିସାବରେ ଭ୍ରମଣ ଆରମ୍ଭ କରିଦେଲେ । ଏହିଭଳି ବୁଲିବୁଲି ଆଠବର୍ଷରେ ସେ ସାରା ଇଣ୍ଡିଆବର୍ଷ ବୁଲିଆସିଲେ । ତାଙ୍କର ଭ୍ରମଣର ମୁଖ୍ୟ ଉଦ୍ଧେଶ୍ୟ ଥିଲା ବିଭିନ୍ନ ଅଂଚଳର ବେଶ, ପୋଷାକ, ଖାଦ୍ୟ, ଭାଷା, ରୀତିନୀତି ଓ ଲୋକଙ୍କର ଆଚାର ବ୍ୟବହାର ସମ୍ବନ୍ଧରେ ପ୍ରତ୍ୟକ୍ଷ ଜ୍ଞାନ ଲାଭ କରିବା ।

                ସ୍ୱାମିଜୀ ବିଭିନ୍ନ ଅଂଚଳ ବୁଲିବା ଭିତରେ ସାଧୁସନ୍ଥଙ୍କୁ ମଧ୍ୟ ଭେଟିଥିଲେ । ଏହାଫଳରେ କେତେକ ସାଧୁବେଶଧାରୀ ଖଳ ଲୋକଙ୍କର କୁପ୍ରବୃତ୍ତି ଏବଂ ସେମାନେ ସମାଜରେ କୁପ୍ରଭାବ ପକାଉଥିବା ସେ ଜାଣିପାରିଲେ । ସବୁଠାରୁ ବଡକଥା ହେଲା, ସ୍ୱାମିଜୀ ଇଣ୍ଡିଆନ ଗ୍ରାମ୍ୟଜୀବନର ଟିକିନିଖି ତଥ୍ୟ ସଂଗ୍ରହ କରିବାକୁ ସକ୍ଷମ ହୋଇପାରିଥିଲେ । ସେ ମଧ୍ୟ ଇଣ୍ଡିଆନ ସଂସ୍କୃତିର ସାରତତ୍ତ୍ୱ ଏବଂ ନିରକ୍ଷର ଲୋକଙ୍କର ପ୍ରେମପୂର୍ଣ୍ଣ ସରଳ, ନିଷ୍କପଟ, ପବିତ୍ର ହୃଦୟ ଦେଖି ଅତ୍ୟନ୍ତ ଆନନ୍ଦିତ ହୋଇଯାଇଥିଲେ ।

                ଜଣେ ସଚ୍ଚା ସନ୍ନ୍ୟାସୀ ଭାବରେ ସ୍ୱାମିଜୀ ଜାତିଭେଦ ଠାରୁ ଦୂରରେ ରହୁଥିଲେ । ସବୁଠାରୁ ଦରିଦ୍ର ଓ ନଗଣ୍ୟ ଲୋକ, ଯାହାଙ୍କୁ କି ଉଚ୍ଚଜାତିର ଲୋକମାନେ ଘୃଣା କରନ୍ତି, କେବଳ ସେହିମାନଙ୍କ ହାତରୁ ହିଁ ସେ ସ୍ୱାମିଜୀ ଖାଦ୍ୟ ଗ୍ରହଣ କରୁଥିଲେ ଓ ତାଙ୍କ ଆତିଥ୍ୟ ବି ଗ୍ରହଣ କରୁଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ