ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଯଥାର୍ଥ ଦାନ

       ମାତ୍ର ଗୁମାସ୍ତା ମନେ ମନେ ଠିକ୍ କଲେ କେମିତିହେଲେ ଶେଠ୍ ଙ୍କୁ ଉଚିତ୍ ଶିକ୍ଷା ମାଧ୍ୟମରେ ତାଙ୍କର ଭୁଲ୍ ଚେତେଇ ଦେବେ । ତାଙ୍କୁ ଭୁଲ୍ ବାଟରୁ ଠିକ୍ ବାଟକୁ ନେଇ ଆସିବେ ।

       ଦିନକର କଥା । ଶେଠ୍ ଠାକୁର ପୂଜାରେ ବସିଥାନ୍ତି । ଏତିକି ବେଳେ ସେ ଶୁଣିବାକୁ ପାଇଲେ – “ଆପଣଙ୍କ ଦାନ ତ ବ୍ୟବସାୟ ସଦୃଶ । ଏଭଳି ଦାନରେ କିଛି ମୂଲ୍ୟ ନାହିଁ ।”

       ଏହାଶୁଣି ଶେଠ୍ ସବୁଆଡକୁ ଚାହିଁଲେ, ହେଲେ କାହାରିକୁ ଦେଖିପାରିଲେ ନାହିଁ । ଏଣିକି ପ୍ରତ୍ୟହ ପୂଜା କରିବା ବେଳେ ଏହିଭଳି ସ୍ୱର ଶୁଣାଗଲା, ହେଲେ ପୂଜା ନସରୁଣୁ ଉଠିପାରୁ ନଥାନ୍ତି କି କିଏ ଏଭଳି କହୁଛି ଦେଖିପାରୁ ନଥାନ୍ତି ।

       ଦିନେ ମନେ ମନେ ଏକ କୌଶଳ ପାଂଚିଲେ । ମନେ ମନେ ଠିକ୍ କଲେ ଆଜି ଯେକୌଣସି ମତେ କହୁଥିବା ଲୋକଟିକୁ ଧରିବେ । ତେଣୁ ସେ ଠାକୁରପୂଜା କରିବା ଆଗରୁ ପୂଜା କରିବାର ବାହାନା କରି ଘଂଟି ବଜାଇଲେ । ସବୁ ଦିନ ଭଳି ସେଦିନ ମଧ୍ୟ ଠିକ୍ ସେହି ସ୍ୱର ଶୁଣାଗଲା । ତହୁଁ ଶେଠ୍ ତରବରିଆଭାବରେ ଯାଇ ଦେଖିଲେ, ତାଙ୍କର ଗୁମାସ୍ତା ଏଭଳି କାଣ୍ଡ ଭିଆଇ ଧରା ପଡିଯିବା ଭୟରେ ଦୌଡି ପଳାଉଛନ୍ତି ।

       ଗୁମାସ୍ତା ଦୌଡିବା ଦେଖି ଶେଠ୍ ଅତି କର୍କଶ ସ୍ୱରରେ କହିଲେ, “ତୁମେ ମୋର ଗୁମାସ୍ତା ହୋଇ ଠାକୁର ପୂଜାରେ ବିଘ୍ନ ଘଟାଇବାର କାରଣ କ’ଣ?

       ଏଥର ଗୁମାସ୍ତା ବାଧ୍ୟହୋଇ ଅପ୍ରିୟ ସତ୍ୟକଥାଟି କହିବାକୁ ଯାଇ କହିଲେ, “କ୍ଷମା କରିବେ, ଆପଣ ତ ପ୍ରତ୍ୟହ ଆପଣଙ୍କର ନାମ ଓ ପ୍ରସିଦ୍ଧି ପାଇବା ଆଶାରେ ଏଭଳି ଦାନ କରୁଛନ୍ତି । ଆପଣ ଦାନ ବଦଳରେ ନାଁ ଚାହୁଁଛନ୍ତି । ସୁତରାଂ ଏହା ନିଶ୍ଚୟ ବ୍ୟବସାୟ ସଦୃଶ । ଦାନର ପ୍ରଚାର ହେଉନଥିଲେ ଆପଣ ବୋଧହୁଏ ଦାନ ଦେଉ ନଥାନ୍ତେ? ସୁତରାଂ ଏହା ଯଥାର୍ଥ ଦାନ ନୁହେଁ । ଯଥାର୍ଥ ଦାନ କେବଳ ଏହାକୁ କୁହାଯାଏ, ଯାହା ଆବଶ୍ୟକ ବେଳେ ଦିଆଯାଇଥାଏ ଓ ତା’ ବଦଳରେ କିଛି ପାଇବା ଆଶା ରଖାଯାଇ ନଥାଏ । ମାତ୍ର ଆପଣଙ୍କ ଦାନ ଏହାଠାରୁ ଭିନ୍ନ । କାରଣ ଆପଣଙ୍କ ଦାନରେ ନିର୍ମିତ ଧର୍ମଶାଳା ତ କେବଳ ସମ୍ଭ୍ରାନ୍ତ ଶ୍ରେଣୀୟ ବ୍ୟକ୍ତିଙ୍କ ବ୍ୟବହାର ପାଇଁ ଉଦ୍ଧିଷ୍ଟ । ସେଠାରେ ଶୀତତାପ ନିୟନ୍ତ୍ରଣ ପ୍ରକୋଷ୍ଠ ବି ରହିଛି । ଅତିଥିମାନେ ରହିଲେ ମୋଟା ଅଙ୍କର ଅର୍ଥ ଦେବାକୁ ବି ପଡୁଛି । ଗରିବମାନଙ୍କ ପାଇଁ ତାହା ସାତସପନ । ସେମାନେ ଏତେ ଟଙ୍କା ପାଇବେ କେଉଁଠୁ ଯେ ଏଠାରେ ରହିବେ ।

       ଗୁମାସ୍ତାଙ୍କଠାରୁ ଏଭଳି କଥା ଶୁଣି ଶେଠ୍ ଲାଜେଇ ଗଲେ । ଏବେ ସେ ତାଙ୍କର ଭୁଲ୍ ବୁଝିଗଲେ ଓ ଦୀନଦୁଃଖୀଙ୍କୁ ଦାନଦେବା ଆରମ୍ଭ କରିଦେଲେ । ଶେଠ୍ ଙ୍କରଏତାଦୃଶ କାର୍ଯ୍ୟରେ ଖୁସି ହୋଇ ସମସ୍ତେ ପ୍ରଶଂସା କରିବାକୁ ଲାଗିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ