ଦିନକର କଥା । ବାଦ୍ଶାହା ଉଆସ ମଧ୍ୟରେ ବୁଲୁଥାନ୍ତି । ହଠାତ୍ ତାଙ୍କର ନଜର ପଡିଗଲା ଯେ ଚୂନ କୁଣ୍ଡରେ କିଛି ବଳକା ଚୂନ ରହିଯାଇଅଛି । ସମ୍ରାଟ୍ ସେହି ଚୂନକୁ ବାହାର କରି ଫିଙ୍ଗି ଦେବାକୁ କହି ଚାଲିଗଲେ ।
ସେଦିନ ଚାକର ଜଣକ ସମ୍ରାଟଙ୍କ କଥା ଶୁଣିଲେ ସତ ହେଲେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥାଇ ସମ୍ରାଟଙ୍କ ଦେଇଥିବା ଆଦେଶକୁ ଭୁଲିଗଲେ ।
ତା’ପରଦିନ ସମ୍ରାଟ୍ ଆସି ଦେଖନ୍ତି ତ କାନ୍ଥରେ ବୋଳାଯାଇଥିବା ବଳକା ଚୂନ ସେହିପରି କୁଣ୍ଡ ମଧ୍ୟରେ ପଡି ରହିଛି । ଚାକର କିନ୍ତୁ ସମ୍ରାଟଙ୍କ କଥାକୁ ସଂପୂର୍ଣ୍ଣ ଭାବରେ ଭୁଲିଯାଇଛି । ଏଥିଲାଗି ସେଦିନ ସମ୍ରାଟ୍ ଭୀଷଣ ଭାବରେ ଚାକର ଉପରେ ରାଗି ଚାଲିଗଲେ । ତା’ପରଦିନ ଦରବାରକୁ ଚାକରକୁ ଡକାଇ ପଠାଇଲେ ।
ସମ୍ରାଟଙ୍କ ଆଦେଶକୁ ଅମାନ୍ୟ କରିଥିବାରୁ ଚାକରକୁ ସମ୍ରାଟ୍ ଦରବାରକୁ ଡକାଇ ଥିବାରୁ ଚାକର ପ୍ରାଣ ଭୟରେ ଆସିଲା । ଜାଣେ ନା ଯେ ଆଜି ସମ୍ରାଟ୍ ତା’ ନିମନ୍ତେ କି ପ୍ରକାର ଦଣ୍ଡ ବିଧାନ କରୁଅଛନ୍ତି ।
ଡରେ ମରେ ସେଦିନ ଚାକର ସମ୍ରାଟଙ୍କ ଦରବାରରେ ଯାଇ ହାଜର ହୁଅନ୍ତେ ସମ୍ରାଟ୍ ତାଙ୍କୁ ସଂଗେ ସଂଗେ ହୁକୁମ୍ ଦେଲେ ଯେ ଯେତେଶୀଘ୍ର ପାରିବୁ ତୁ ବଜାରକୁ ଯାଇ ଏକ କିଲୋ ଚୂନ ବଜାରରୁ କିଣି ଆଣି ଦରବାରରେ ପହଁଚିବୁ ।
ସମ୍ରାଟଙ୍କର ଏପରି ଆଦେଶ ଶୁଣି ଚାକର ମନକୁ ପାପ ଛୁଇଁଲା । ସେ ସମ୍ରାଟଙ୍କ ଆଦେଶକୁ ପାଳନ କରି ନାହିଁ । ସେଥିଲାଗି ସମ୍ରାଟ୍ ସେହି ଚୂନ ଆଣିବା ନିମନ୍ତେ ବଜାରକୁ ପଠାଇଛନ୍ତି । ଏହାର କାରଣ କ’ଣ, କୁଣ୍ଡରେ ତ ବଳକା ଚୂନ ଥିଲା । ତାହା ହେଲେ ସମ୍ରାଟ୍ ବଜାରରୁ ପୁଣି ଚୂନ ଆଣିବାକୁ ଆଦେଶ ଦେଲେ କାହିଁକି?
ଏହି କଥା ଭାବି ଭାବି ଚାକର ରାସ୍ତାରେ ଚାଲିଥାଏ । ମନ ମଧ୍ୟରେ ତାହାର ଅନେକ ଚିନ୍ତା । ମନରେ ସଦାସର୍ବଦା ପାପ ଛୁଉଁଛି । ସମ୍ରାଟ୍ ଯେତେବେଳେ ଯାହାକୁ ଦଣ୍ଡ ଦିଅନ୍ତି ଖୁବ୍ କଠୋର ଦଣ୍ଡ ଦେଇଥାଆନ୍ତି । ମୋ ଭାଗ୍ୟରେ ପୁଣି କେଉଁ ଦଣ୍ଡ ଅଛି । ଏହି ଦଣ୍ଡରୁ ଯଦି ମୋତେ କୌଣସିମତେ ମୁକ୍ତି ନ ମିଳେ ତାହାହେଲେ ମୋର ଛୁଆ ପିଲାଙ୍କର ଭବିଷ୍ୟତ ଅନ୍ଧାର ହେଲା ଜାଣ ।