ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!

ଉପରୋକ୍ତ କଥାଟିଥିଲା ବିରବଲଙ୍କ ନିମନ୍ତେ ବହୁ ଅତୀତ କାଳର କଥା । ଥରେ ବିରବଲ ନାନା ଦେଶ ଭ୍ରମଣରେ ବାହାରିଲେ । ଏହି ଭ୍ରମଣରେ ଯାଉ ଯାଉ ବିରବଲ ଯାଇ କାବୁଲ୍ ନାମକ ରାଜ୍ୟରେ ପହଁଚିଲେ । ସେହି ରାଜ୍ୟରେ ମାତ୍ର ଦୁଇ ଗୋଟି ଦିବସ ରହିଯିବା ପରେ ବିରବଲଙ୍କୁ ସେହି ସ୍ଥାନଟି ଆଦୌ ଭଲ ଲାଗିଲା ନାହିଁ । ସମସ୍ତ ଲୋକ ଯେପରି ତାଙ୍କୁ ଖାପଛଡା ଲାଗିଲା ।

         ଏହାର କାରଣ ଯେ କାବୁଲ୍ର ଲୋକ ବିରବଲଙ୍କ ଚାଲିଚଳନ ଦେଖି ଭାବି ନେଉଥିଲେ ଯେ ଏହି ଲୋକଟା ଯେ ଆମ ରାଜ୍ୟରେ ଘୂରି ବୁଲୁଛି ସେ ନିଶ୍ଚୟ ଅନ୍ୟ କୌଣସି ଦେଶର ରାଜକର୍ମଚାରୀ ହୋଇ ଆମ ରାଜ୍ୟକୁ ଗୁପ୍ତଚର ଭାବେ ଆସିଅଛି । ଏଠାରେ ପୁଣି କିଛିଦିନ ରହିଯିବା ପରେ ଆମ ରାଜ୍ୟର ପ୍ରକୃତ ମାନଚିତ୍ର ଯେ ସେ ତା” ନିଜ ରାଜ୍ୟକୁ ଫେରିଯାଇ ନିଜ ରାଜ୍ୟର ଶାସନକର୍ତ୍ତାଙ୍କୁ ଦେଇ ପୁରସ୍କାର ମଧ୍ୟ ନେବ ।

         ବାସ୍ତବରେ କାବୁଲ୍ ରାଜ୍ୟର ପ୍ରଜାମାନେ ଏହି କଥାକୁ ବିଚାର କଲେ ଓ ଲୋକଟାକୁ ସଂଦେହ ହେବାରୁ ସେମାନେ ଯାଇ ନିଜ ସମ୍ରାଟଙ୍କ ଆଗରେ ଏହି କଥାକୁ ପ୍ରକାଶ କଲେ ।

         କାବୁଲ୍ ରାଜ୍ୟର ସମ୍ରାଟ୍ ପ୍ରଜାମାନଙ୍କଠାରୁ ଏକଥା ଶୁଣି ତଟସ୍ଥ ହୋଇ ପଡିଲେ । ଲୋକଟା ଯେ ମୋ ରାଜ୍ୟର ମାନଚିତ୍ର ସଂଗ୍ରହ କରି ନେଇ ନିଜ ରାଜ୍ୟର ସମ୍ରାଟଙ୍କୁ ପ୍ରଦାନ କରେ । ସେ ସମ୍ରାଟ୍ ମୋର ଧନ ଦୌଲତ ତଥା ରାଜ୍ୟ ଓ ପ୍ରଜାଙ୍କ ପ୍ରତି ଲୋଭିତ ହୋଇ ହୁଏତ ଭବିଷ୍ୟତରେ ଯଦି ମୋ ରାଜ୍ୟକୁ ଆକ୍ରମଣ କରେ । ତେଣୁ ସେହି ଲୋକଟାକୁ ଏବେ ଧରି ଆଣି କାରାଗାର ମଧ୍ୟରେ ରଖିଦେବା ଦରକାର ।

         ଏପରି ବିଚାର କରି କାବୁଲ୍ର ସମ୍ରାଟ୍ କେତେକ ଦୂତମାନଙ୍କୁ ପଠାଇ ବିରବଲଙ୍କୁ ଧରି ନେଇଗଲେ ।

         ଦୂତମାନେ ସମ୍ରାଟଙ୍କ ଆଦେଶକୁ ପାଳନ କରିବା ନିମନ୍ତେ ଧାଇଁ ଯାଇ ବିରବଲଙ୍କୁ ଧରି ଆଣି ରାଜ ଦରବାରରେ ଠିଆ କରିଦେଲେ ।

         ବିରବଲଙ୍କ ପ୍ରକୃତ ରାଜକୀୟ ପୋଷାକକୁ ଦେଖି ସମ୍ରାଟ୍ ପ୍ରଜାମାନଙ୍କର ଅଭିଯୋଗକୁ ସ୍ୱୀକାର କରିନେଇଥିଲେ । ସେ ଯେପରି ସନ୍ଦିହାନ ଅବସ୍ଥାରେ ବିରବଲଙ୍କୁ ପଚାରିଲେ, ତୁମେ କିଏ? ତୁମେ ଆମ ରାଜ୍ୟ ମଧ୍ୟରେ ଏପରି ଏକାକୀ ଘୂରିବୁଲୁଛ କାହିଁକି?


ଗପ ସାରଣୀ

ତାଲିକାଭୁକ୍ତ ଗପ