ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ପୁନର୍ମୂଷିକ ଭବ

ପ୍ରାଚୀନ କାଳର କଥା । ଗଙ୍ଗା ନାମକ ନଦୀ କୂଳବର୍ତ୍ତି ସ୍ଥାନରେ ଜଣେ ଋଷିଙ୍କର ଆଶ୍ରମ ଥିଲା । ସେହି ଋଷିଙ୍କର ନାମ ହେଉଛି ସାନ୍ଧିପର୍ଣ୍ଣି । ଋଷି ପ୍ରତିଦିନ ପୁଣ୍ୟନଦୀ ଗଙ୍ଗାରେ ସ୍ନାନ ସାରି ଆଦିତ୍ୟ ଦେବତାଙ୍କ ଉଦ୍ଧେଶ୍ୟରେ ଜଳ ସମର୍ପଣ କରିଥାଆନ୍ତି ।

                ଦିନକର କଥା । ଋଷି ସାନ୍ଦିପର୍ଣ୍ଣି ଗଙ୍ଗା ନଦୀରେ ସ୍ନାନାଦି କାର୍ଯ୍ୟ ସମାପନ କରି ଆଦିତ୍ୟଙ୍କୁ ଜଳ ତର୍ପଣ କରିବା ସମୟରେ ତାଙ୍କ ହସ୍ତରେ ଶୂନ୍ୟରୁ ଆସି ଗୋଟିଏ ମୂଷିକ ପଡ଼ିଗଲା । ଏହାଦେଖି ଋଷି ଆଶ୍ଚର୍ଯ୍ୟ ହୋଇଗଲେ ଓ ପୁନଶ୍ଚ ସେହି ମୂଷିକକୁ ନଦୀ କୂଳରେ ଥୋଇଦେଇ ସ୍ନାନ କରିଲେ ।

                ସ୍ନାନସାରି ଯେତେବେଳେ ଋଷି ଆଶ୍ରମକୁ ଫେରିଲେ ସେତେବେଳେ ସେହି ମୂଷିକକୁ ଏକ କନ୍ୟା ରୂପରେ ପରିଣତ କରିଦେଲେ । ତା’ପରେ କନ୍ୟାକୁ ନେଇ ଆଶ୍ରମକୁ ଗଲେ । ସେତେବେଳେ କନ୍ୟାଟିକୁ ଋଷି ତାଙ୍କର ସ୍ତ୍ରୀଙ୍କୁ ସମର୍ପଣ କରି କହିଲେ ଏଇଟି ତୁମର କନ୍ୟା । ତାକୁ ତୁମେ ଯତ୍ନରେ ଲାଳନପାଳନ କରିବ ।

                ଏହାପରେ ଋଷିପତ୍ନୀଙ୍କର ଅତି ଆଦରର ଲାଳନ ପାଳନ ଦ୍ୱାରା କନ୍ୟା ଖୁବ୍ ଖୁସିରେ ଆଶ୍ରମରେ ରହୁଥାଏ । ଏହାପରେ ଋଷି ଓ ଋଷିପତ୍ନୀଙ୍କର ଆଖିକୁ କନ୍ୟାଟି ବିବାହ ଯୋଗ୍ୟା ହେବାର ଦେଖା ଗଲାରୁ ତହିଁ ଋଷି କନ୍ୟାର ବିବାହ ନିମନ୍ତେ ଏକ ବଳୁଆ ଜ୍ୱାଇଁଙ୍କର ଅନୁସନ୍ଧାନରେ ରହିଲେ । ହଠାତ୍ ତାଙ୍କର ବିଚାରକୁ ଆସିଲା ଯେ ସଂସାରରେ ସବୁଠାରୁ ଶ୍ରେଷ୍ଠ ତଥା ଶକ୍ତିବାନ ହେବେ ନିଜେ ସୂର୍ଯ୍ୟ ତାଙ୍କୁ ହିଁ ଜ୍ୱାଇଁ କରିବା ଉଦ୍ଧେଶ୍ୟରେ, ସେ ସୂର୍ଯ୍ୟଙ୍କ ପାଖକୁ ନିଜର କନ୍ୟାକୁ ଧରି ଚାଲିଲେ ।

                ଋଷିଙ୍କର ସୂର୍ଯ୍ୟ ଦେବତାଙ୍କ ସହ ସାକ୍ଷାତ ହେଲା । ଋଷି ସୂର୍ଯ୍ୟ ଦେବତାଙ୍କୁ ପ୍ରଣାମ କରି କହିଲେ ଯେ ଆପଣ ସଂସାରରେ ସବୁଠାରୁ ଶକ୍ତିମାନ । ସେହି କାରଣରୁ ମୋର କନ୍ୟାଙ୍କୁ ଆପଣଙ୍କ ସହ ବିବାହ ଦେବାକୁ ଆସିଅଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ