ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଧା ଆଲୋକ ଅଧାଛାଇ

 ଦିନେ ଆକବର କୌଣସି ଏକ ଘଟଣାକୁ ନେଇ ଖୁବ୍ ରାଗିଗଲେ, ଏବଂ ବିରବଲଙ୍କୁ, ଦେଶ ଛାଡି ଚାଲିଯିବାକୁ କହିଲେ । ବିରବଲ ଆକବରଙ୍କୁ କହିଲେ, “ହଜୁର୍! ଆପଣ ମୋତେ ଯେତେବେଳେ ରାଜ୍ୟ ତ୍ୟାଗ କରିଯିବା ପାଇଁ କହିଛନ୍ତି ମାନେ ମୁଁ ଚାଲିଯିବି । ହେଲେ ଆପଣ ମୋତେ ନଡାକିବା ପର୍ଯ୍ୟନ୍ତ ମୁଁ ଆପଣଙ୍କ ପାଖକୁ ଆସିବି ନାହିଁ ।

         ଏହାକହି ବିରବଲ ଚାଲିଗଲେ । କିଛିଦିନ ଯିବାପରେ ଆକବର ମନେ ମନେ ବିରବଲଙ୍କୁ ଖୋଜୁଥାଆନ୍ତି । ବିରବଲ ନ ଆସିବାରୁ ଆକବରଙ୍କ ସମୟ କଟୁନଥାଏ । ଶେଷରେ ରାଜା ବ୍ୟସ୍ତହୋଇ କର୍ମଚାରୀମାନଙ୍କୁ ବିରବଲଙ୍କୁ ଖୋଜିବା ପାଇଁ କହିଲେ । ସେମାନେ ତାଙ୍କୁ ଚାରିଆଡେ ଖୋଜିଲେ । ହେଲେ କେଉଁଠାରେ ମଧ୍ୟ ପାଇଲେ ନାହିଁ । ଶେଷରେ ରାଜା ମନେ ମନେ ଏକ ଉପାୟ ପାଂଚିଲେ । ପରଦିନ ରାଜା ଏକ କଥା ଘୋଷଣା କଲେ ଯେ – “ଯେଉଁ ବ୍ୟକ୍ତି ମୋ ଦରବାରକୁ ଅଧା ଆଲୋକ, ଅଧା  ଅଂଧାରରେ ଆସି ପାରିବ ମୁଁ ତାକୁ ବହୁମୂଲ୍ୟ ଉପହାର ପୁରସ୍କାର ସ୍ୱରୂପ ପ୍ରଦାନ କରିବି ।” ଆକବର ଠିକ୍ ଜାଣି ଥାଆନ୍ତି ଯେ ଏହି ଘୋଷଣା ଶୁଣିବା ପରେ ବିରବଲ କଦାପି ଥୟ ଧରି ବସି ପାରିବେ ନାହିଁ ।

         ସେହି ସମୟରେ ବିରବଲ ସହର ଠାରୁ କିଛିଦୂରରେ ଗୋଟିଏ ପଡୋଶୀ ଘରେ ରହୁଥାଆନ୍ତି । ରାଜାଙ୍କ ଘୋଷଣା ଶୁଣିବା ପରେ କାହାରି ମୁଣ୍ଡରେ କିଛି ବୁଦ୍ଧି ଆସୁନଥାଏ । କେଉଁ ଉପାୟରେ ଜଣେ ଅଧା ଆଲୋକ ଅଧା ଅଂଧକାରରେ ଯାଇ ରାଜାଙ୍କ ପାଖରେ ପହଁଚିବ? ରାଜାଙ୍କ ଘୋଷଣା ସଂପର୍କରେ ସାରା ସହରରେ ଚର୍ଚ୍ଚା ଚାଲିଥାଏ । ବିରବଲଙ୍କ କାନରେ ମଧ୍ୟ ଏହି କଥା ପଡିଲା । ବିରବଲ ଚାହୁଁଥିଲେ ବ୍ରାହ୍ମଣ ରାମ ଶାସ୍ତ୍ରୀଙ୍କର ସାହାଯ୍ୟର ୠଣ ସୁଝିବା ପାଇଁ । ତେଣୁ ସେ ରାମ ଶାସ୍ତ୍ରୀଙ୍କୁ କହିଲେ, “ରାମଶାସ୍ତ୍ରୀ! ତୁମେ ରାଜାଙ୍କ ଘୋଷଣା ସଂପର୍କରେ ଶୁଣିଲଣି?” ରାମଶାସ୍ତ୍ରୀ କହିଲେ, “ହଁ! ଶୁଣିଛି, ହେଲେ ଏପରି କେଉଁ ଲୋକ ଅଛି ଯିଏ ଅଧା ଆଲୋକ ଅଧା ଅଂଧକାରରେ ଯାଇପାରିବ?” ବିରବଲ ରାମଶାସ୍ତ୍ରୀଙ୍କୁ କହିଲେ, “ତୁମେ ମୋ କଥା ଅନୁସାରେ କାର୍ଯ୍ୟ କଲେ ତୁମେ ପୁରସ୍କାର ଜିତିପାରିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ