ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଈଶ୍ୱର ପ୍ରାଥନାର ଚମତ୍କରିତା

       ଜଣେ ବ୍ୟକ୍ତି ଘର ତିଆରି କରିବା ପାଇଁ ଇଟା ପ୍ରସ୍ତୁତ କରି ବିକ୍ରୀ କରୁଥାନ୍ତି । ପ୍ରଥମେ କଂଚା ମାଟିରେ ଇଟା ଛାଂଚରେ ତିଆରି ହୁଏ । ତାକୁ ଖରାରେ ଶୁଖାଇ ଭାଟିରେ ସଜାଡି ରଖି ପୋଡାଯାଇଥାଏ । ତାପରେ ତାକୁ ବିକ୍ରୀ କରାଯାଏ ।

       ଦିନକର କଥା, ଇଟାକୁ ଭାଟିରେ ସଜାଡି ରଖାଯାଉଥାଏ । ସେହି କଂଚାଇଟାର ଭାଟିରେ ସେହି ବ୍ୟକ୍ତି ଦେଖିଲେ ଏକ ପକ୍ଷୀ ଘାସପତ୍ରରେ ବସାଟିଏ ତିଆରି କରି କେତୋଟି ଅଣ୍ଡା ରଖିଛି । ଭାବିଲେ ଭାଟିରେ ନିଆଁ ଲଗାଇବା ଆଗରୁ ସେହି ଅଣ୍ଡାଗୁଡିକ ଅନ୍ୟତ୍ର ସ୍ଥାନାନ୍ତର କରିଦେବେ ।

       କିଛି ଦିନପରେ ଭାଟିରେ ନିଆଁ ଲଗାଗଲା । ମାତ୍ର ସେହି ବ୍ୟକ୍ତି ଜଣକ ଅଣ୍ଡାକଥା ସମ୍ପୂର୍ଣ୍ଣ ଭୁଲିଯାଇଥିଲେ । ଭାଟିରେ ନିଆଁ ଲାଗିଗଲା ପରେ ସେ ଘରକୁ ଫେରି ଆସିଲେ । ହଠାତ୍ ଅଣ୍ଡାଗୁଡିକ କଥା ତାଙ୍କର ମନେ ପଡିଗଲା । ସେହି ବ୍ୟକ୍ତି ଭାବିଲେ ନିଆଁ ତ ସାରା ଭାଟିକୁ ମାଡି ଯାଇଥିଲା, ସୁତରାଂ ନିଆଁ ଝାସରେ ଅଣ୍ଡାଗୁଡିକ ନଷ୍ଟ ହୋଇଯିବଣି । ଏହା ଭାବି ସେ ମନ ଦୁଃଖରେ ଭାଟିପାଖକୁ ଦୌଡିଲେ ।

       ସେହି ବ୍ୟକ୍ତି ଭାଟି ପାଖରେ ପହଂଚି ଯାହା ଦେଖିଲେ, ସେ ତାଙ୍କର ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଅଣ୍ଡାଗୁଡିକ ନଷ୍ଟ ହେବା ପରିବର୍ତେ ନିଆଁ ଝାସର ଉଷୁମରେ ଫୁଟି ଛୁଆ ବାହାରି ଗଲେଣି । ଏହାଦେଖି ସେ ଛୁଆଗୁଡିକୁ ଭାଟି ଉପରୁ ଉଧାର କରିବା ସହିତ ଭଗବାନଙ୍କୁ ଅଶେଷ ଧନ୍ୟବାଦଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ