ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଛୁଆ କୁକୁଡା

ଥରେ ଗୋଟିଏ କୁକୁଡାଛୁଆ ବଗିଚାରେ ଖୋଲା ଆକାଶ ତଳେ ବୁଲୁଥିଲାବେଳେ ଗୋଟିଏ ଗୋଲାପ ଗଛରୁ ପତ୍ରଟିଏ ତା ଲାଞ୍ଜ ଉପରେ ପଡିଗଲା । ହଠାତ୍ ସେ ଚମକି ପଡିଲା ଏବଂ ଭାବିଲା ଆକାଶରୁ ଖଣ୍ଡେ ତା ଲାଞ୍ଜ ଉପରେ ଖସି ପଡିଛି । ଏକଥା ଭାବି ସେ ଦୌଡିବାକୁ ଲାଗିଲା ।

ସେ ଦୌଡି ଯାଉଯାଉ ବାଟରେ ‘ହେନିପେନି’ ନାମକ ଏକ କୁକୁଡାକୁ ଭେଟିଲା । ସେ ବଡପାଟିରେ ଚିତ୍କାରକରି କହିଲା ‘ହେ ହେନିପେନି! ଆକାଶ ଖଣ୍ଡ ଖଣ୍ଡ ହୋଇ ଖସି ପଡୁଛି ।’ ହେନିପେନି ପଚାରିଲା ‘ତୁ କେମିତି ଜାଣିଲୁ?’

ଛୁଆ କୁକୁଡାଟି କହିଲା ‘ଏହା ମୁଁ ମୋ ନିଜ ଆଖିରେ ଦେଖିଛି, ମୋ କାନରେ ଏହାର ଶବ୍ଦ ଶୁଣିଛି ଏବଂ ସେଥିରୁ ଖଣ୍ଡେ ମୋ ଲାଞ୍ଜ ଉପରେ ପଡିଛି ।’ ହେନିପେନି କହିଲା ‘ଚାଲ ଏକଥା ଆମେ ରାଜାଙ୍କୁ କହିବା ।’

ତେଣୁ ସେ ଦୁହେଁ ଦୌଡିବାକୁ ଲାଗିଲେ ଓ ବାଟରେ ‘ଡକିଲକି’ ନାମକ ଏକ ବତକକୁ ଭେଟିଲେ । ଛୁଆ କୁକୁଡାଟି କହିଲା ‘ହେ ଡକିଲକି! ଆକାଶ ଖସି ପଡୁଛି ।’ ଡକିଲକି ପଚାରିଲା ‘ତୁ କେମିତି ଜାଣିଲୁ?’

ଛୁଆ କୁକୁଡା କହିଲା ‘ଏହା ତ ମୁଁ ମୋ ନିଜ ଆଖିରେ ଦେଖିଛି, ମୋ କାନରେ ଏହାର ଶବ୍ଦ ଶୁଣିଛି ଏବଂ ସେଥିରୁ ଖଣ୍ଡେ ମୋ ଲାଞ୍ଜ ଉପରେ ବି ପଡିଛି । ଆମେ ଏକଥା ରାଜାଙ୍କୁ କହିବା ପାଇଁ ଯାଉଛୁ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ