ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ହାମେଲିନ୍ର ବିଚିତ୍ର ବଂଶୀବାଦକ

ଅନେକ ଦିନ ତଳେ ଜର୍ମାନର ହାମେଲିନ୍ ସହରରେ ମୂଷାମାନେ ଉପଦ୍ରବ ଆରମ୍ଭ କଲେ । ସେ ସହରରେ ମୂଷାମାନଙ୍କର ଏପରି ଉପଦ୍ରବ ପୂର୍ବରୁ କେବେ ବି ଦେଖାଯାଉନଥିଲା କିମ୍ବା ଏବେ ମଧ୍ୟ ଆଉ କେବେ ଦେଖାଯାଉ ନାହିଁ । ସେଇ କଳାରଙ୍ଗର ମୂଷାମାନେ ଦିନବେଳା ଆଲୋକରେ ପଦାକୁ ବାହାରି କାହାରିକୁ ଭୟ ନକରି ରାସ୍ତାଘାଟ ଓ ଘରଦ୍ୱାରରେ ଦଳଦଳ ହୋଇ ଦୌଡାଦୌଡି କରୁଥିଲେ । ଏମାନଙ୍କ ସଂଖ୍ୟା ଏତେ ଥିଲାଯେ ସହରର ଲୋକମାନେ ଚଲାବୁଲା କରିବାକୁ ଜାଗାମଧ୍ୟ ପାଉନଥିଲେ ।

                ସକାଳୁ ଲୋକମାନେ ସେମାନଙ୍କ ପୋଷାକପତ୍ର ଜାମା, ପ୍ୟାଂଟ, କୋଟ୍, ପାଇଜାମା ଓ ଟୋପି ପିନ୍ଧିବାକୁ ଗଲାବେଳେ ସେଥିରେ ମୂଷାମାନେ ପଶିଥିବାର ଦେଖିବାକୁ ପାଇଲେ । ଲୋକମାନେ ଖୁବ୍ ଯତ୍ନରେ ସଂରକ୍ଷିତ ସ୍ଥାନରେ ରଖିଥିବା ଖାଦ୍ୟପଦାର୍ଥକୁ ମୂଷାମାନେ ଘରର ଚାଳ ଉପରକୁ ନେଇ ଯାଉଥିଲେ । ରାତି ହେଲେ ସେମାନଙ୍କ ଦୌରାତ୍ମ୍ୟ ଆହୁରି ବଢି ଯାଉଥିଲା । ଦିନର ଆଲୋକ ଅସ୍ତମିତ ହୋଇ ସଂଧ୍ୟା ହୋଇଗଲାପରେ ଏଇ ଛୋଟ ଛୋଟ ଜୀବମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଦେଉଥିଲେ । ଘରର ସିଂଲିଂ, ଚଟାଣ, କବାଟ, କପ୍ବୋର୍ଡ ଉପରେ ଖଡ୍ଖାଡ୍ ଶବ୍ଦକରି ଜିନିଷପତ୍ର ଖୋଜାଖୋଜି କରୁଥିଲେ । ହାତୁଡି ପିଟିବା ଓ କଳ ଚାଲିବା ଭଳି ଭୟଙ୍କର ଏଇ ଖଡ୍ଖାଡ୍ ଶବ୍ଦରେ ଲୋକମାନେ ରାତିରେ ଟିକେ ଶାନ୍ତିରେ ବି ଶୋଇ ପାରୁନଥିଲେ ।

                ଲୋକମାନେ ଏଇ ମୂଷାମାନଙ୍କୁ ବିନାଶ କରିବା ପାଇଁ ବିଲାତି କୁକୁର ପାଳିବା, ବିଷ ଆଉ ଯନ୍ତା ବ୍ୟବହାର କରୁଥିଲେ ମଧ୍ୟ ସେମାନେ କୌଣସି ସୁଫଳ ପାଇପାରୁନଥିଲେ । ଏପରିକି ଠାକୁରଙ୍କ ପାଖରେ ଘିଅଦୀପ ଦେଇ ସେମାନଙ୍କ ବିନାଶ ପାଇଁ ପ୍ରାର୍ଥନା କରୁଥିଲେ ମଧ୍ୟ ସେହି ମୂଷାମାନେ ଆଦୌ ବିନାଶ ହେଉନଥିଲେ । ସେଇ ମୂଷାମାନଙ୍କୁ ଯେତେ ସଂଖ୍ୟାରେ ମାରିଲେ ମଧ୍ୟ ସେମାନଙ୍କ ସଂଖ୍ୟା ଦିନକୁଦିନ କମିବା ପରିବର୍ତ୍ତେ ଓଲଟି ବଢିବାକୁ ଲାଗୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ