ଆଜକୁ ଚାଳିଶ ବର୍ଷ ପୂର୍ବ କଥା । ବାଲେଶ୍ୱର ଜିଲ୍ଲାରୁ ଲୁଣ ପୋକ୍ତାନ ଉଠିଗଲା । ଲୁଣାଦାଣ୍ଡୀ ଲୋକମାନଙ୍କର ସର୍ବନାଶ ଉପସ୍ଥିତ । ବାଲେଣ୍ୱର ଜିଲ୍ଲାର ପୂର୍ବାଂଚଳ ଉତ୍ତର ସୁବର୍ଣ୍ଣରେଖା କୂଳଠାରୁ ଦକ୍ଷିଣ ଧାମରା ନଦୀକୂଳ ପର୍ଯ୍ୟନ୍ତ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନର ନାମ ଥିଲା ଲୁଣାଦାଣ୍ଡୀ । ଏ ଅଂଚଳବାସୀ ଅର୍ଦ୍ଧଲକ୍ଷାଧିକ ଲୋକର ଜୀବନାବଲମ୍ବନ ଏକମାତ୍ର ଲବଣ ପୋକ୍ତାନ । କେହି ଲୁଣ ମାରେ, କେହି ତହିଁରେ ନାନା ପ୍ରକାର ସହାୟତା କରେ । ଥୋକେ ବ୍ୟବସାୟୀ, ଅନେକ ସରକାରୀ ଚାକର, କେହି କିଛି ନ ପାରିଲା ତ ସେ ହେଲା ଚୋର । ଲୁଣ ଚୋର ଓ ଚୋର ପଇକାର ଅସଂଖ୍ୟ । ଚୁଲିଆ ଲୁଣ ମାରି ଜମା କରିଛି, ତାହା ସଂଖ୍ୟା ନେବେ ଓ ବିକ୍ରି କରିବେ ସରକାର । ତାହାର (ଚୁଲିଆର) ଯୋଗ ସାଲସରେ ଯେବେ କେହି କେହି ସେ ଲୁଣ ନେଇ ରାତି ଭିତରେ ଗଡଜାତକୁ ଚଲାଣ ଦେଇ ଶସ୍ତାରେ ବିକ୍ରି କରେ, ସେ ଚୋର ନୁହେଁ ତ ଆଉ କ’ଣ? ସମସ୍ତଙ୍କର ଉପାୟ ଏକାବେଳକେ ବନ୍ଦ । ତହିଁ ଉପରେ ପୁଣି ଭୟଙ୍କର ବିପଦ ଉପସ୍ଥିତ, ଲୁଣ କିଣି ଖାଇବାକୁ ହେବ । ମଫସଲର ସାଧାରଣ ଲୋକ ପକ୍ଷରେ ପନିପରିବା ସୁଲଭ ନୁହେଁ । ଶାଗ ପିତାପାଣି ଭରସା, ଲବଣ ମାତ୍ର ସହାୟ, ସେହି ଲବଣର ଅଭାବ । ଅଭାବ କ୍ୟାଁ? ବିଲାତୀ ଲାଫ୍ରି ଲୁଣ ଢେର୍ ହାଟରେ ଜମା ଅଛି । ହେଲେ ତାହା ତ ତୁଚ୍ଛା ମିଳିବ ନାହିଁ, ପଇସା ଦେଇ କିଣିବାକୁ ହେବ । ମାତ୍ର ପଇସା କାହିଁ? ଆଉ ଗୋଟିଏ ବିପଦ, ହାଟ ଅନେକ ଗ୍ରାମଠାକୁ ଦୁଇକୋଶ ଅଢାଇକୋଶ ଦୂର । ହାଟକୁ ଯାଉଛି କିଏ?” କଥାରେ ନାହିଁ “ନିତି ଆଣି ନିତି ଖାଏ, ସେ ଲୋକ କି ବନ୍ଧୁଘର ଯାଏ?” ସବୁ ବାଟ ତ ବନ୍ଦ, ଏବେ ଉପାୟ କ’ଣ? ଅନ୍ୟ ଉପାୟ ଜଣା ନାହିଁ । ଏଣେ ଲୁଣ ବିନା ପ୍ରାଣ ପାଏ । ସୁତରାଂ ଚୋରି ବାଟଟା ହିଁ ମେଲା । “ନଷ୍ଟସ୍ୟ କାନ୍ୟା ଗତିଃ?” “ନଷ୍ଟସ୍ୟ କ୍ୟାଁ? ତୁମ୍ଭେ ଆମ୍ଭେ ଏପରି ଲଣ୍ଡଭଣ୍ଡରେ ପଡିଲେ କ’ଣ କରନ୍ତୁ ବେଳେ ବିଚାର କରି ଦେଖିବାର କଥା । ଲୁଣ ବିନା ପ୍ରାଣ ଯାଏ, ମିଳିବା ବାଟ ଏକ ପ୍ରକାର ବନ୍ଦ । ଏଣେ ଭଗବାନ୍ ଘର ଚାରିପାଖରେ କୋଟି କୋଟି ମହଣ ଲୁଣ ଢାଳି ଦେଇଅଛନ୍ତି । ଓଳିପନ୍ଦାଡରୁ ମାଟିମୁଠାଏ ଆଣି ପାଣିରେ ଗୋଳାଇ ମାରିଦେଲେ ଲୁଣ । ଖୁବ୍ ସହଜରେ ଅତି ଅଳ୍ପ ସମୟରେ ପିଲାଝିଲା ଯେ ସେ ଲୁଣ ମାରିପାରେ । ମାତ୍ର ସରକାରରୁ ମନା, ଲୁଣ ମାରି ଖାଇଲେ ଚୋରିରେ ଚଲାଣ ହେବ । ଏଥକୁ ଲୋକମାନେ ସରକାରୀ ହୁକୁମ କେତେଦୂର ମାନି ବାଟ ଚାଲିଥିଲେ କଥାଟା ସହଜରେ ସମସ୍ତେ ବୁଝିପାରିବେ ।
ପୁନର୍ମୂଷିକୋଭବ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଯମୁନା ନଦୀର କାନ୍ଦ
- ଯଥାର୍ଥ ବର
- ଆକବର ଏବଂ ମଦୁଆ
- ଅସୀମ ସାହସ ଓ ତ୍ୟାଗର ଫଳ
- ଛଦ୍ମକୁ ସାବଧାନ
- ଚୋର ଓ ବ୍ରହ୍ମରାକ୍ଷାସ କଥା
- ମହାଜନୀ କାରବାର
- କୂପର ବିବାହ
- ପିଶାଚର ଶସ୍ତ୍ର-ଚିକିତ୍ସା
- ମାଛ ଫସଲ
- ମୂଲ୍ୟ
- କୁ-ସଙ୍ଗରୁ ବୁଦ୍ଧି ନାଶ
- ଜ୍ଞାନ ଓ ଭାଷଣ
- ସୁନାର ଘୋଡା
- ପିମ୍ପୁଡି ଓ ଝିଂଟିକା
- ଦୃଢ ସଂକଳ୍ପ
- ତତ୍କଳ ଜାତକ
- ବହ୍ନି ଦ୍ୱୀପ
- ତିନିଟି ଜିନିଷ
- ସମୟକୁ ଆଦର କଲେ, ସମୟ ତୁମକୁ ଆଦର କରିବ
- ମାଛ କଡେଇରେ ଶଗଡିଆର ଆଶା
- ଅସଲ କବିରାଜ
- କାମ କନ୍ଦଳା କଥା
- ମହାକାବ୍ୟ
- ଅଧିକାର
- ମନ୍ତ୍ରୀ ନିର୍ବାଚନ
- ଯେସାକୁ ତେସା ଜବାବ୍
- ଚାରି ପ୍ରଶ୍ନ
- କୁରାଢ଼ୀ ଓ ଜଳ ଦେବତା
- ସିଂହର ଛୁଆ
- ବିଚିତ୍ର ପୁଷ୍ପ
- ବୀର ହନୁମାନ
- ମାତୃଭକ୍ତ ପରଶୁରାମ
- ଶିବି ଜାତକ
- ସ୍ୱର୍ଗ ନର୍କ
- କେଳା ଝିଅ ଓ ଶହେ ଡକାୟତ
- ସ୍ୱାର୍ଥପର ଘୋଡା
- ମହାରାଜାଙ୍କ କଳା
- ବୀର ହରିହର
- “କାଲିକୁ ଆସ”
- ଅନୁରୋଧବତୀ କଥା
- ହସର କାରଣ
- କୁହୁକ ଦ୍ୱୀପ
- ପୁଅକୁ ବଳି ବାପ
- ମନ୍ତ୍ରୀଙ୍କ ଯୁକ୍ତି
- ମହାଭାରତ
- ବିଶ୍ୱାସରେ କେବେ ବିଷ ଦିଅନା
- ଶିବ ପୁରାଣ
- ସିଂହ ଏବଂ ମୂଷା
- ଆମ ସଂସ୍କୃତି
- ଭାଗ୍ୟକୁ ବିଶ୍ୱାସ
- ପିଶାଚର ଦୁରାଶା
- ଚତୁର୍ଥ ଯାମିନୀ ଓ ବେତାଳ
- ବୀର ହନୁମାନ
- ପ୍ରକୃତ ପୂଜକ
- ଭଗବାନ କାହାର
- ଆରୋଗ୍ୟ ରହସ୍ୟ
- କୀର୍ତ୍ତି!
- ଓଡ଼ିଆଙ୍କ ବୌଦ୍ଧ ସଭ୍ୟତା
- ବିଦୂଷକଙ୍କ ମନ୍ତ୍ରଶକ୍ତି
- ବିଦ୍ୟା ଠାରୁ ବୁଦ୍ଧି ବଡ଼
- ତିନି ମୁଦ୍ରିକା
- ବୁଦ୍ଧିମାନ ବୃଦ୍ଧ
- ଦରିଦ୍ର ବର
- ରେବତୀ
- ରାଜାଙ୍କ ସ୍ୱପ୍ନ
- ହଠାତ୍ ବିନୟ!
- ତିନୋଟି ପରୀକ୍ଷା
- ଉତ୍ତମ ଗାଈ
- ରାକ୍ଷସ ଓ ସାହସୀ ପିଲା
- ରାଜ-ଚରିତ୍ର
- ଦୋମୁହାଁ ବିଚାର
- ଯେସାକୁ ତେସା
- କୃଷ୍ଣାବତାର
- ତିନି ପରୀକ୍ଷା
- ସତ୍ସଙ୍ଗର ଫଳ
- ପ୍ରକୃତ ସୁସଙ୍ଗାତ
- ମହାଭାରତ
- ବେପାରୀ-ମନ
- ପିତୃଭକ୍ତିର ପରାକାଷ୍ଠା
- ବହ୍ନି ଦ୍ୱୀପ
- ଅଜ୍ଞାନୀ – ଜ୍ଞାନୀ
- ଡାକମୁନ୍ସି
- ତିନି ତାନ୍ତ୍ରିକ
- ରାଜା ମଦନ ପାଳ କଥା
- ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ
- ମୂଲ୍ୟବାନ ଶିକ୍ଷା!
- ଯୋଗ୍ୟ ବ୍ୟକ୍ତିର ସ୍ଥାନ ସବୁଠାରେ
- ଦରବାରୀ ପେଟୁ
- ଦୁଇ ବିରଳ ବିପ୍ଳବୀ
- କବର ଭିତର ସୁନା ଛାଆଣି
- ପ୍ରତ୍ୟୁତ୍ପନ୍ନମତି
- ବିଶ୍ୱାସଘାତକତାର ଫଳ ଅତି ବିଷମ
- ଦାନର ମହିମା
- ଅକୃତଜ୍ଞକୁ ଶାସ୍ତି
- ସତ୍ୟ ଅସତ୍ୟ
- ତିନି ତୁଣ୍ଡରେ ଛେଳି କୁକୁର ହେବା କଥା
- କୁବେରଙ୍କ ଗର୍ବ ଭାଙ୍ଗିଲା
- ଭୂତୁଣୀର ସର୍ତ୍ତ
- ଦୁର୍ମଦ
- କୃଷ୍ଣାବତାର
- ଉଦାସୀନ ରାଜପୁତ୍ର
- ସିଂହ ଏବଂ ଠେକୁଆର ଗପ
- ଦଲିଲ୍ର ବ୍ୟାଖ୍ୟା
- ଧର୍ମବତୀ କଥା
- କହିବା, କରିବା
- ସୁନା ସମ୍ପଦ
- ମହା ଠକ
- ମୁଁ ଘାତକିନୀ ରାଜ ଜେମା
- ପାପର ଫଳ
- ହାଡଗିଳା ଭୂତ
- ମାଟି ଓ ଆଖୁ
- ଚିକିତ୍ସା ଶାସ୍ତ୍ର
- ବୀର ହନୁମାନ
- ବୃଦ୍ଧ ହୋଇ ମରିବା
- ଭୂତ ପୋଖରୀ
- ମୋଟା ବୁଦ୍ଧିଆରୁ ବୈଜ୍ଞାନିକ
- ଚୋର ବୁଦ୍ଧି ଶିଖିଲା
- ଧୂସର ଦୁର୍ଗ
- ନାଗ କଥା
- ବୁଦ୍ଧିମାନ ବାଳକ
- ପୁଷ୍ପାକୁମାରୀ କାହାଣୀ
- ଧୂସର ଦୁର୍ଗ
- ଚକ୍ରଧରର କାହାଣୀ
- ଗରିବ ଚାଷୀ ଓ ଗଣ୍ଡଭୈରବ ଚଢେଇ
- ସମୁଦ୍ର ପାଣି ଲୁଣିଆ କାହିଁକି?
- ଅଗ୍ରପୂଜ୍ୟ ଗଣେଶ
- ଶତ୍ରୁକୁ ସାହାଯ୍ୟ
- କଥା କହୁଥିବା ଗୁମ୍ଫା
- ଅହଂକାର ସବୁ ଅନିଷ୍ଟର ମୂଳ
- କଳିବୁଢୀ ଶାଶୁ
- ମିଠା କଥା କୁହା ଦୁଷ୍ଟ ମିତ୍ର
- ନଟ ଆଉ ହଟ
- ଶିବୁର ଚାଲାକି
- ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା
- ଦୁଃଖର ଅଶ୍ରୁ
- କଚ୍ଛପର ଖୋଳ
- ଦୁଷ୍ଟା ଦାସୀ
- କିଏ ଚୋର?
- ପାପ ଓ ପୁଣ୍ୟ
- ମହତ୍ତ୍ୱ ପରୀକ୍ଷା
- ଦୁଇବନ୍ଧୁ
- ଦୁଇ ଦ୍ୱୀପ
- ଏ ବାକ୍ସ କାହାର?
- ଶିବ ପୁରାଣ
- ସଂଗେ ସଂଗେ ଧରିଆଣ
- ଦୁଇ ଜ୍ୟୋତିଷ ଓ ସୁଲତାନ
- ଯାଦୁ ମହଲ
- ପ୍ରେମ ଜ୍ୟୋତି
- ପ୍ରକୃତ ପ୍ରତିନିଧି
- ଦାଢି ଟାଣୁଥିବା ବ୍ୟକ୍ତିକୁ ପୁରସ୍କାର
- ଅଦ୍ଭୁତ କବଚ
- ବତ୍ରିଶ ସିଂହାସନ
- ପଶୁପକ୍ଷୀଙ୍କ ଶବ୍ଦ
- ବିଚିତ୍ର ପୁଷ୍ପ
- ମହାଶିଳ୍ପୀ
- ଗୁଣ ବଡ ନା ସଂଖ୍ୟା ବଡ
- ରାଜା ଏବଂ ଝାଡୁଦାର କଥା
- ଦୂର ପରବତ
- ନିର୍ଭରତା ଶିଖ
- ପାଞ୍ଚ ପ୍ରଶ୍ନ
- ଅର୍ଥହୀନ ସ୍ୱାର୍ଥ
- ଚିକିତ୍ସକଙ୍କର ସାଂସାରିକ ଜ୍ଞାନ
- ତୋପଠାରୁ ବଳି
- ଚତୁରୀ ରମଣୀ
- “ଅତିଥି”
- ନାରାୟଣ ଓ ନଡିଆ
- ବୀର ହନୁମାନ
- ସନ୍ତରଣ ବିଦ୍ୟା
- ବୈଦେହୀ କଥା
- କପୋଳ କଳ୍ପିତ
- ଦୁଷ୍ଟଙ୍କଠାରୁ ଦୂରରେ
- ଠକଙ୍କ ଗୁରୁ
- ଶୃଗାଳ ଚତୁରକ କଥା
- ବୀରକ ଜାତକ
- ଠକ ଦଣ୍ଡ ପାଇଲା
- ବଣ ଆମର ବନ୍ଧୁ
- ମହାଭାରତ
- ଯେସାକୁ ତେସା
- ଗୋଟିଏ କୁକୁରର କାହାଣୀ
- ପ୍ରକୃତ ବନ୍ଧୁ
- ଲାଗିଲେ ଛାଡିବିନି
- ନିର୍ଭୀକଙ୍କୁ ଭାଗ୍ୟ ସହାୟ
- ନମ୍ରତା ଶ୍ରେଷ୍ଠ ଭୂଷଣ
- ଦସ୍ୟୁ ରାଜକୁମାର
- ରୋଗୀକୁ ଭଲ ପାଅ ରୋଗକୁ ନୁହେଁ
- ଜ୍ୟୋତିଷ ଶୁକପକ୍ଷୀ
- ମିଠା କଥାର ମହତ୍ୱ
- ଯେମିତି ଦିଅଁକୁ ସେମିତି ପୂଜା
- ବୁଦ୍ଧିର ବଳ
- ମଧୁମାଳତୀ କଥା
- ବିଧବା ତା ଧନ ଫେରିପାଇଲା
- ସହାନୁଭୂତି
- କୀର୍ତିମତୀ କଥା
- ବୈଜ୍ଞାନିକ ଆଇନଷ୍ଟାଇନଙ୍କ ମାନବିକତା
- ମହାଭାରତ
- ଇଚ୍ଛା ପୁର୍ତି
- ଯଦୁମଣି ରହସ୍ୟ
- ସଙ୍କେତର ଅର୍ଥ
- ବିଚିତ୍ର ପୁଷ୍ପ