ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଲାଉର ତୀର୍ଥ ଦର୍ଶନ

     ଜଣେ ଶେଠ୍ ତାଙ୍କର ଜୀବନ କାଳ ଭିତରେ ନାନା କୁକର୍ମ କରି ଅନେକ ଧନଠୁଳ କରିଥିଲେ । ମାତ୍ର ତାଙ୍କର ଶେଷ ଜୀବନରେ ସେ ତୀର୍ଥ ଭ୍ରମଣ କରି ପୁଣ୍ୟ ଅର୍ଜନ କରିବା ଲାଗି ଇଚ୍ଛା କଲେ । ଧର୍ମ ବିଶ୍ୱାସ ଅନୁସାରେ ସ୍ୱାମୀସ୍ତ୍ରୀ ଦୁହେଁ ମିଶି କରି ତୀର୍ଥଯାତ୍ରାରେ ଯିବାକୁ ଶେଠ୍ ଚାହିଁଲେ । ସ୍ୱର୍ଗପ୍ରାପ୍ତି ହେବା କଥା ଶେଠ୍ ଶୁଣିଲେ । ତେଣୁ ସ୍ତ୍ରୀକୁ ସାଥୀରେ ନେବା ପାଇଁ କହିଲେ ।

       ମାତ୍ର ଶେଠ୍ ସ୍ତ୍ରୀ କହିଲେ, “ତୁମେ ଗଲେ ଯାଅ, ମାତ୍ର ମୁଁ ଏତେଗୁଡିଏ ଧନ ସମ୍ପତି ଛାଡି ଯାଇପାରିବି ନାହିଁ । ଘରେ ରହି ଏସବୁ ଜଗିବି, ଈଶ୍ୱର ପୂଜା ଓ ଅତିଥିସେବା କରିବି । ମାତ୍ର ମୋର ଗୋଟିଏ ଛୋଟିଆ କଥା ତୁମକୁ ରଖିବାକୁ ହେବ । ତୁମେ ଗଲାବେଳେ ମୋ ଠାରୁ ଏକ ଲାଉ ସାଥିରେ ନେଇଯିବ । ତୁମେ ଯେଉଁଠାରେ ସ୍ନାନ କି ଠାକୁର ଦର୍ଶନ କରିବ, ଏ ଲାଉକୁ ବି କରାଉଥିବ । ଏହା ମୋର ପ୍ରତିନିଧି ସ୍ୱରୂପ ପୁଣ୍ୟ ଫଳ ପ୍ରଦାନ କରିବ ।”

       ସ୍ତ୍ରୀଙ୍କର ଏଭଳି କଥାକୁ ଶେଠ୍ ଖୁସିମନରେ ଗ୍ରହଣ କଲେ । ଏଥର ସେ ଲାଉକୁ ସାଥୀରେ ନେଇ ତୀର୍ଥ ଭ୍ରମଣରେ ବାହାରି ପଡିଲେ । ଆଜିକାଲି ଭଳି ସେତେବେଳେ ଯାତ୍ରା ଲାଗି ଯାନବାହନର ବିଶେଷ ସୁବିଧା ନଥିଲା । ସୁତରାଂ ଶେଠ୍ ର ତୀର୍ଥଯାତ୍ରା ଏକବର୍ଷରୁ ଊଦ୍ଧ୍ୱର୍କାଳ ଲାଗିଗଲା । ଶେଠ୍ ମଧ୍ୟ ଲାଉଟିକୁ ଅତି ଯତ୍ନରେ ରଖି ସ୍ନାନ ଓ ଠାକୁର ଦର୍ଶନ କରାଉଥାନ୍ତି । ହେଲେ ବେଶୀଦିନ ହୋଇଯିବାରୁ ଲାଉ ଭିତରେ ଭିତରେ ପଚି ଯିବାକୁ ଲାଗିଲା ।

       ଠିକ୍ ବର୍ଷକ ପରେ ଶେଠ୍ ତୀର୍ଥଭ୍ରମଣରୁ ଫେରିଲେ । ସାଥୀରେ ନେଇଥିବା ଲାଉଟିକୁ ପତ୍ନୀଙ୍କୁ ଫେରାଇବା ସହିତ ଯାତ୍ରାର ବିବରଣୀ ମଧ୍ୟ ଜଣାଇଲେ । ଫେରି ଆସିବା ଖୁସିରେ ଶେଠ୍ ଘରେ ପ୍ରୀତିଭୋଜନର ବ୍ୟବସ୍ଥା ହେଲା । ଅନେକ ବ୍ୟଞ୍ଜନ ସହିତ ଏକ ଅନୁପମ ପଦାର୍ଥ ଆଗନ୍ତୁକମାନଙ୍କୁ ଖାଇବାକୁ ଦିଆଗଲା । ତାହା ହେଲା ସେହି ଲାଉରୁ ପ୍ରସ୍ତୁତ ଶାକର ଯାହା ସବୁ ତୀର୍ଥ ଦର୍ଶନ କରିଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ