ଦେଗାଁର ହନୁମାନଜୀ ପ୍ରତ୍ୟକ୍ଷ ଦେବତା । ସେ ତ ଆଉ ଆଜିକାଲିକା କଳିଯୁଗର ଦେବତା ନୁହଁନ୍ତି, ସତ୍ୟଯୁଗରୁ ସେଠାରେ ସେ ବିରାଜୁଛନ୍ତି । ସେଠାକାର ମହନ୍ତ ମହାରାଜାଙ୍କ ନାମ ହନୁମାନ ଦାସ । ତାଙ୍କର ବି ଠିକ୍ ସେହିପରି ମହିମା । ବଡ ବଚନସିଦ୍ଧ ପୁରୁଷ ଥିଲେ ସେ । ଯାହାକୁ ଯାହା ସେ ଆଜ୍ଞା କରୁଥିଲେ, ତୁରନ୍ତ ତାହା ଫଳିଯାଉଥିଲା । ତେଣୁ ତାଙ୍କ ମହିମା କଥା ପୃଥିବୀଯାକ ଜାରୀ । ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି ତାଙ୍କୁ ଦର୍ଶନ କରିବାକୁ ଅଇଲା । ସକାଳଓଳିଆ ମହନ୍ତ ମହାରାଜ ଗୋଟାଏ କାନ୍ଥଡା ଉପରେ ବସି ଗଞ୍ଜେଇ ଟିପୁଥିଲେ । ଦୂରକୁ ଅନାଇ ଦେଲେ ଯେ ଗୋଟାଏ ଖୁବ୍ ବଡ ଦନ୍ତାହାତୀ ଉପରେ ଅମାରି କସା, ତା ଉପରେ ପାଟଛତା ଉଡୁଛି, ଫୌଜଦାର ତା ଉପରେ ବସି ଆସୁଛି । ମହନ୍ତ ମହାରାଜ ଖାଲି ଏତିକି କହିଲେ, ହଁ – ଚେଲ୍ ବାବା କାନ୍ଥଡା ଚେଲ୍! ଆଉ କଣ କାନ୍ଥଡା ସେଠି ରହିପାରେ, ଚାଲିଲା । ତେଣୁ ଆସୁଛି ହାତୀ, ଏଣୁ ଯାଉଛି କାନ୍ଥଡା, ଅଧବାଟରେ ସେମାନେ ହେଲେ ଭେଟାଭେଟି! ଫୌଜଦାର ଯିମିତି ଅନାଇ ଦେଇଛି ଆଉ କଣ ହାତୀରେ ସେ ବସିପାରେ । ଖପ୍କରି ହାତୀରୁ ଡେଇଁପଡି ଲମ୍ ଲମ୍ ଗୋଡତଳେ ପଡିଗଲା । ମହନ୍ତ ମହାରାଜ ତାଙ୍କୁ କଲ୍ୟାଣ କଲେ, ଜୀତେରହୋ – ଜୀତେରହୋ ବଚ୍ଚା, ଉଠ – ଉଠ । ଫୌଜଦାର ଯିମିତି ଉଠିଛି, ସାଙ୍ଗେ ସାଙ୍ଗେ ତମ୍ବା ପାଟିଆରେ ବାରବାଟୀ ଜମି ଅକରା ସନନ୍ଦ କରିଦେଲା । ଏହି ମହନ୍ତ ଗାଦିରେ ବସିଥିଲେ – ବାରଶ ବାର ବରଷ ବାର ମାସ ବାର ଦିନ । ସେ ତ ଥିଲେ ଇଚ୍ଛାମୟ ପୁରୁଷ, ଆଉ ପୃଥିବୀରେ ରହିବାକୁ ତାଙ୍କର ମନ ବଳିଲା ନାହିଁ । ଅଯୋଧ୍ୟାକୁ ଖବର ଗଲା । ହନୁମାନ ଗାଦିରୁ ଜଣେ ଚେଲା ଆସିଲେ । ୟାଙ୍କ ହାତରେ ଗାଦି ଦେଇ ସେ ସ୍ୱର୍ଗକୁ ଚାଲିଗଲେ । ଏ ଚେଲାଙ୍କ ନାମ ମର୍କଟ ଦାସ ମହନ୍ତ ମହାରାଜ । ଗାଦିର ମହିମା – ଏ ମହନ୍ତ ବି ଠିକ୍ ସେହିପରି । ୟାଙ୍କ ସମୟରେ ପଡିଲା ଫିରିଙ୍ଗୀ ଅମଳ ଜାରୀ । ସବୁ ଶୁଣି କଟକ ସାହେବ କହିଲା, କ୍ୟା – ହିନ୍ଦୁ ଫକିରଟା ଖଜଣା ନ ଦେଇ କେଉଁ ଏତେଗୁଡାଏ ଜମି ମାହାଳିଆ ଖାଏଗା? ବୋଲାଓ ଉସ୍କୁ ହାମ୍ ଦେଖେଙ୍ଗା । ପରବାନା ପାଇ ମହନ୍ତ ଘୋଡାରେ ଚଢି ବାହାରିଲେ । ଆଗରେ ତାଙ୍କର ବାନା ବୈରଖ ଉଡୁଛି, ହରିବୋଲ ବି ପଡୁଛି, କୀର୍ତନ ଲାଗିଛି, ଯାଇ ବିଜେ ହୋଇଗଲେ ମହାନଦୀ କୂଳରେ । ଭୋଦୁଅ ମାସିଆ ଦିନ – ମହାନଦୀ ଏକୂଳ ସେକୂଳ ଖାଉଛି । ବର୍ଷା ତୋଫାନ ବୋଲେ ମୁହିଁ – ନାଉରି କହିଲା, ନାଆ ଫିଟାଇବି ନାହିଁ । ପାରି ହେଉଛନ୍ତି କିମିତି? ମହନ୍ତ ମହାରାଜ ଆଜ୍ଞା କଲେ, ପରବା ନାହିଁ । ତାଙ୍କ କାଖରେ ଯେଉଁ ବାଘଛାଲ ଥିଲା, ତାକୁ ସେ ପାଣିରେ ପାରି ଦେଲେ – ଆପେ ବିଜେ ହୋଇଗଲେ, ଅଧିକାରୀ ଟହଲିଆ ସୁଆର ଚଳିବା ଭଳି ଲୋକଙ୍କୁ ପାଖରେ ବସାଇ ନେଲେ । ଜଣେ ଛତିଆ ମହନ୍ତଙ୍କ ମୁଣ୍ଡ ଉପରେ ପାଟଛତି ଟେକିଥାଏ । ଦୁଇ ଜଣ ବାହିଆ ଛାଲ ବାହି ଯାଉଥାନ୍ତି । ଏଣେ ମହାନଦୀ ଆରକୂଳରେ ସାହେବ ରାଉଟି ପକାଇ ବସିଥିଲା । ଦୂରବୀନରେ ଚାହିଁଦେଲା, ପାଖ ଲୋକଙ୍କୁ ପଚାରିଲା, ଏ କ୍ୟା? ତହୁଁ ଲୋକେ କହିଲେ, ହିନ୍ଦୁ ଫକିର ବିଜେ ହୋଇ ଆସୁଛନ୍ତି । ଏସବୁ ଦେଖି ସେ ସାହେବ ଆଉ କଣ ଚୌକିରେ ବସିବ – ସିଧା ନଈକୂଳକୁ ଧାଇଁ ଆଇଲା । ମୁଣ୍ଡରୁ ଟୋପି ତଳେ ରଖି ସେ ତିନି ସଲାମ କଲା । କହିଲା – ଯାଓ ଫକିର! ତୁମାରା ଜମିନ ବାହାଲ । ଏ ମହନ୍ତ ଦେଢହଜାର ବର୍ଷ ଗାଦିରେ ବସିଥିଲେ । ତାଙ୍କର ଉତାରେ ସେ ଗାଦିରେ ବସିଲେ ଜମ୍ବୁବାନ ମହନ୍ତ ମହାରାଜ । ସେ ମନ୍ଦିର ପଛପଟରେ ଯେଉଁ ଦି ଫାଙ୍କୁଡିଆ ବୁଢା ସାହାଡା ଗଛ ଦେଖୁଛ, ଏଟା କଣ ଜାଣ? ମହନ୍ତ ଦିନେ ସାହାଡା ଦାନ୍ତକାଠିରେ ଦାନ୍ତ ଘଷୁଥିଲେ । କାଠିଖଣ୍ଡ ଦାନ୍ତରେ ଚିରି ଜିଭ ଛେଲିପକାଇ ଦୁଇ ଖଣ୍ଡ କାଠି ଯୋଡି ମାଟିରେ ପୋତିଦେଲେ । ତା ଉପରେ ଯେମିତି ସେ ଟୋପାଏ ପାଣି ପକାଇଛନ୍ତି, ସିମିତି ତାହା ଗଜେଇ ଗଲା । ଏଇଟା ହେଉଛି ସେଇ ଗଛ । ବର୍ତ୍ତମାନ ମହନ୍ତଙ୍କ ନାମ ବାନ୍ଦର ଦାସ ମହନ୍ତ ମହାରାଜ । ଏପରି ପୁରୁଷ କାହିଁ ଦେଖା ନାହିଁ, ନ ଥିବ ବୋଧେ । ପଂଚହତା ମର୍ଦ, ଗାଲ ଓଠ ଛାତିରେ ଲାଗିଯାଇଛି, ବେକ ଦିଶେ ନାହିଁ । ବାହୁ ଆଉ ଲୋକଙ୍କ ଜଙ୍ଘ ପରି, ମୋଟା ପେଟଟି ଗୋଟିଏ ଦଶନୌତିଆ ଘୁମ । ଅଜଣା ଲୋକ ତାଙ୍କୁ ହଠାତ୍ ଦେଖି କହିବେ, ମହନ୍ତ ଲଙ୍ଗଳା । ନାହିଁ ନାହିଁ – ଚାଖଣ୍ଡେ ଚୌଡା ଦେଢ ହାତ ଲମ୍ବ ଖଣ୍ଡେ କନା କୌପୀନ ସେ ମାରିଥାଆନ୍ତି । ଜଙ୍ଘକୁ ଜଙ୍ଘ ଲାଗିଯାଇଛି – ପେଟଟି ତାଙ୍କର ଝୁଲିପଡିଛି, ତେଣୁ କୌପୀନ ଦିଶେ ନାହିଁ । ଏ ମହନ୍ତଙ୍କର ବି ମହିମା ଅପାର । ସେ ମନ୍ଦିରରେ ଏତେ ଖଟ ପଲଙ୍କ, ହେଲେ ସେ କୋଉଥିରେ ବି ଶୋଇବେ ନାହିଁ, ସବୁବେଳେ ଖାଲି ସେ ଧୂଳିରେ ଗଡୁଥାନ୍ତି । ଏଣୁ ତାଙ୍କ ଦେହଯାକ ଧୂଳିଧୂସର । ତାଛଡା ସେ କେବେ ବି ସ୍ନାନ କରନ୍ତି ନାହିଁ, ପାଣି ମଧ୍ୟ ଛୁଅନ୍ତି ନାହିଁ । ଏଥିପାଇଁ ଲୋକମାନେ ସେ ମହନ୍ତ ମହାରାଜଙ୍କୁ ଧୂଳିଆବାବା ବୋଲି ଡାକନ୍ତି । ମନ୍ଦିରରେ ଏତେ ଧନଦୌଲତ, ଏତେ ପିଠା ଖଜା, ହେଲେ ସେ ମହନ୍ତ ସେସବୁ କିଛି ବି ଛୁଇଁବେ ନାହିଁ । ଦଶ ସେର ନିରୁତା ଦୁଧ ଆଉଟି ଆଉଟି ପାଂଚ ସେର ରହିବ – ଅଳତା ଫଡା ପରି ତା’ଉପରେ ସର ପଡିବ – ଦି’ପହର ଧୂପରେ ଠାକୁରଙ୍କ କତିରେ ତାହାହିଁ ଭୋଗ ଲାଗେ – ସେ ମହନ୍ତ ମହାରାଜ କେବଳ ସେତିକି ସେବା କରନ୍ତି । ଆଉ ତୋଳାଏ ଆପୁ, ପାଏ ଗଞ୍ଜେଇ ଖଞ୍ଜା । ଦିନରାତି ତାଙ୍କ ହାତରୁ ଗଞ୍ଜେଇ ଚିଲମ ମୋଟେ ଛୁଟଣ ନ ଥାଏ । ତେଣୁ ତାଙ୍କ ଆଖି ଯୋଡିକ ସାନ ସାନ ସିନ୍ଦୂରବିନ୍ଦୁ ପରି ଲାଲ । ସବୁବେଳେ ସେ ଖାଲି ମିଞ୍ଜିମିଞ୍ଜି କରି ଚାହାଁନ୍ତି । ତାଙ୍କ ଗଞ୍ଜେଇ ଚିଲମଟା ହାତେ ଲମ୍ବ । ଦଶ ପନ୍ଦର ଜଣ ଭଗତ-ଚେଲା ସବୁବେଳେ ତାଙ୍କୁ ବେଢି ବସିଥାନ୍ତି । ଗଞ୍ଜେଇଟିପା କାମ ପାଂଚ ଛ’ଜଣଙ୍କ ହାତରେ ଲାଗିଥାଏ । ମନ୍ଦିରରୁ ପ୍ରସାଦ ସେବାକରି ସବୁବେଳେ ଏମାନେ ପାଖରେ ହାଜର ।
ଧୂଳିଆବାବା
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ସୋମସେନଙ୍କ ଚିତ୍ର
- ଗୁରୁ ମହାଶୟ ଗୋପାଳ
- ସୂର୍ଯ୍ୟଦେବଙ୍କ ବାହାଘର
- ପଶୁପକ୍ଷୀଙ୍କ ଶବ୍ଦ
- ଝାଡୁଦାରର ବିବାହ
- ଓଟର ନାଚ
- ବୀର ହନୁମାନ
- ପାପର ଫଳ
- ଟଙ୍କା ଥଳି
- କନକ ଉପତ୍ୟକାର କାହାଣୀ
- ଏମିତି ଭି ହୁଏ
- ଗଜମୂର୍ଖ
- ମାନସିକ ରୋଗୀ
- ବୁଢୀ ଓ ତା’ର କୁକୁଡା
- ନମ୍ରଭାବ ଶ୍ରେଷ୍ଠ କରାଏ
- ଚତୁରୀ ଦାସୀ
- ନିଷ୍ଠାପର ସାଧନା ମଣିଷକୁ ମହାନ୍ କରିଦିଏ
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ
- କନକ ଉପତ୍ୟକାର କାହାଣୀ
- ଆଶୀର୍ବାଦ ହିଁ ବିଜୟ
- କେହି କାହାର ପ୍ରଭୁ ନୁହଁନ୍ତି
- ସମୁଚିତ ଶାସ୍ତି
- ସୁନା ଗୋଟିଏ ମୂଲ୍ୟବାନ୍ ଧାତୁ
- ପରୋପକାରୀ
- ବୋଝ
- ବିଷ୍ଣୁ ପୁରାଣ
- ସ୍ୱର୍ଗ ଓ ନର୍କର କାହାଣୀ
- ମୁକ୍ତି
- ଶିବ ପୁରାଣ
- ସୋମିଲାକ୍ ତନ୍ତ୍ରୀ କଥା
- ଚତୁର ମାଙ୍କଡ
- ଚନ୍ଦ୍ର ଜ୍ୟୋତି କଥା
- କର୍ମ ହେଉଛି ଭଗବାନ୍
- ପତିବ୍ରତା
- ନଳପାନ ଜାତକ
- ଚତୁର ଶତ୍ରୁ
- ବୃଷଭ ବୁଝିଲା
- ସମ ଜାତି ସହ ବନ୍ଧୁତା
- ବିଟ ପୁରୁଷର ପ୍ରେମ
- ଭିନ୍ନ ବିଦ୍ୟା
- କୃଷକର ପତ୍ନୀ
- ପ୍ରତାପଙ୍କ ଉପବାସ
- ତିନି ତୁଣ୍ଡରେ ଛେଳି କୁକୁର ହେବା କଥା
- ଲୋଭୀ ବେପାରୀ
- ସଦୁପଦେଶ
- ଯାଦୁକାରୀ ଘଂଟି
- ମନ୍ଥରକ ତନ୍ତୀ କଥା
- ପରିଶ୍ରମର ଫଳ
- ବୁଦ୍ଧି ଦାତା ଗୋପାଳ
- ଅଧା ଆଲୋକ ଅଧାଛାଇ
- ସମାଧାନ
- ସବୁଠାରୁ ମଣିଷର ବିଷ ଅଧିକ ଉତ୍କଟ
- ମଖଦେବ ଜାତକ
- ଜ୍ଞାନବତୀ କଥା
- କଞ୍ଜୁସ୍ ଓ କରିତ୍କର୍ମା
- ଭାଲୁର ବୋକାମି
- ପକ୍ଷୀ ଗଣତି
- କମଳିନୀ ବିବାହ
- ଶୁଭ ମୁହୂର୍ତ୍ତ
- ଅଦ୍ଭୁତ ମୁକୁଟ
- ଆଜି ଆମର ଏକ ସୌଭାଗ୍ୟର ଦିନ
- ଯାଦୁ ସିଢି
- କର୍ମ ଘେନି ଫଳ
- ପିଣ୍ଡଦାନ
- ସ୍ୱାଧୀନ ଜୀବନ ସବୁଠୁ ଭଲ
- ଅହଙ୍କାର ର ଫଳ
- ବ୍ରହ୍ମା ଏବଂ ସରସ୍ବତୀ
- ଶିବି ଜାତକ
- ବିପଦର ବାନ୍ଧବୀ ଅପ୍ସରା
- ଗାରୁଡି ମନ୍ତ୍ର
- ଡାକୁ ଉଗ୍ରଶୀଳ
- ମଇଁଷି ପାଇଲା ଆଶୀର୍ବାଦ
- କଥା କହୁଥିବା ଗୁମ୍ଫା
- ମିଠା କଥା କୁହା ଦୁଷ୍ଟ ମିତ୍ର
- ରୂପଧରଙ୍କ ଯାତ୍ରା
- ମାଆଙ୍କ ପ୍ରେରଣା ପିଲାଟିକୁ ବଡମଣିଷ କରିଦେଲା
- ମହାଭାରତ
- ଭାଗ୍ୟର ବିଡମ୍ବନା
- ଆଜ୍ଞାବହ ଆରୁଣୀ
- ସାଧୁ ଲୋଭ ଯୋଗୁ ମଲେ
- ଦାସିଆ ବାଉରୀ
- କୃଷ୍ଣାବତାର
- ବଧୁ ନିର୍ବାଚନ
- ବାଘ
- ପ୍ରକୃତ ସାହାଯ୍ୟ
- ବର୍ଷା ରାତିର ଚୋର
- ଭୋଜିକୁ ନିମନ୍ତ୍ରଣ କରିଥିବା ବ୍ୟକ୍ତି ଆଗ ଖାଇବସିଲେ
- ପ୍ରେମ ଜ୍ୟୋତି
- ବସନ୍ତର ବାର୍ତ୍ତାବହ
- ରାଜା ମଦନ ପାଳ କଥା
- ସୁନାକୁଣ୍ଡରେ ସ୍ନାନ
- ଚାଲାଖ୍ ବେପାରୀ
- ପ୍ରକୃତ ବନ୍ଧୁ
- ରହସ୍ୟମୟ ଋଷି
- ବିଚିତ୍ର ପୁଷ୍ପ
- ଶ୍ରେଷ୍ଠ ଭକ୍ତ କିଏ?
- ଯେସାକୁ ତେସା
- ଭୂତୁଣୀର ସର୍ତ୍ତ
- ମାଠିଆରୁ ପାଣି କୁଆ ପିଇଲା
- ସୌନ୍ଦର୍ଯ୍ୟ
- ମଣିଷପଣିଆ
- କୁରାଢ଼ୀ ଓ ଜଳ ଦେବତା
- ସିଦ୍ଧିଲାଲୟମ୍ – ୧୯
- ଏହା ମୋର ଦାଢି
- ସୁବର୍ଣ୍ଣ ମୂଷିକ
- ଗୋବିନ୍ଦଙ୍କ ଇଚ୍ଛା
- ଶକରକନ୍ଦ
- ତୃତୀୟ ପ୍ରଶ୍ନ
- ରୋଗ
- ଦେବୀଭକ୍ତ
- ବିଚାରବାନ ଚୋର
- ସୁନା ପାଇଁ କାହିଁକି ଲୋଭ
- ଶିବଲୀଳା
- କନ୍ୟା ମନୋନୟନ
- ଦ୍ୱାଦଶ ରାଜକୁମାରୀ କାହାଣୀ
- କୃଷ୍ଣାବତାର
- ଆତ୍ମାଭିମାନ
- ମନ୍ତ୍ରୀଙ୍କର ମହାନ୍ ତ୍ୟାଗ
- ମିଠା କଥାର ମହତ୍ୱ
- ବ୍ୟର୍ଥବର
- ରୋଜି ଓ ପରୀରାଣୀ
- ନିଜେ ଚେଷ୍ଟାକର
- ବିବ୍ରତ
- ବୁଧିଆ ଶିଆଳ
- କାହାର ପତ୍ନୀ
- ମୌସୁମୀ ବର୍ଷା
- ପୁଣ୍ଡରିକଙ୍କ ପିତୃମାତୃ ସେବା
- ହୃଦୟ ପରିବର୍ତ୍ତନ
- ପରନ୍ତପ ଜାତକ
- ପିଲାଟିଦିନରୁ ବିପ୍ଳବୀ ନେତା
- ଅବୋଲକରାର ଜନ୍ମ କଥା
- ସଦାଶୟୀ କୈପାଙ୍ଗ
- ଚିରନିଦ୍ରା ହିଁ ମହାନ୍ ବ୍ୟକ୍ତିଙ୍କ ବିଶ୍ରାମ
- ବିଶ୍ୱସ୍ତ ଭୃତ୍ୟ
- ଖୋସାମତିଆ
- ରାକ୍ଷସ ଅଙ୍ଗାରକ
- ନାନ୍ଦୁରା କାନ୍ଦୁରା ଚନ୍ଦରା
- ମାଙ୍କଡ ଏବଂ ଘଂଟି
- ଉତ୍ତରାଧିକାର
- ରୂପଧରଙ୍କ ଯାତ୍ରା
- କୃଷ୍ଣାବତାର
- ଅତି ଲୋଭରୁ ମୃତ୍ୟୁ
- ଧର୍ମ ସହିବ ନାହଁ
- ଯମୁନା ନଦୀର କାନ୍ଦ
- ତିଳୋତମା କଥା
- ଚିତ୍ରଲେଖା କଥା
- ଈର୍ଷ୍ୟା
- ଜ୍ୟୋତିଷ ଶୁକପକ୍ଷୀ
- ରୂପରେଖା କଥା
- ବିନାମୂଲ୍ୟରେ ପ୍ରବେଶ
- ଗ୍ରହଣ ଛୁଟା
- ସୁନା ସଂଗ୍ରହ ପାଇଁ ଚାଲାକି
- ଲୋଭୀ କିଏ?
- ଚାଷୀର ପ୍ରାର୍ଥନା
- ବ୍ରହ୍ମଚର୍ଯ୍ୟର ଶକ୍ତି
- ଦେବୀଙ୍କ ଶାଢୀ
- ସୁନ୍ଦରୀ ଓ ଅଦ୍ଭୁତ କଣ୍ଢେଇ
- ଫାଇଦା ଧାରୀର ଭଲ ହୁଏ ନାହିଁ
- ବୀର ହନୁମାନ
- ରାଜ କୁମାରଙ୍କର ପରିବର୍ତ୍ତନ
- ଅସଲ କବିରାଜ
- ରାଜକୁମାରୀ ବିଚିତ୍ରା
- ମହାଭାରତ
- ଜଣଙ୍କର ଭଲରେ ଆର ଜଣଙ୍କର ବିପତ୍ତି
- ଯୋଗ୍ୟ ବ୍ୟକ୍ତିର ସ୍ଥାନ ସବୁଠାରେ
- ତିନି ତ୍ୟାଗୀ
- ଜାହାଁପନା, ଆପଣ ତ ପ୍ରଥମ ଚାନ୍ଦ!
- ବିକ୍ରମାଦିତ୍ୟଙ୍କ ବିବାହ
- ମନ୍ତ୍ରୀ ନିର୍ବାଚନ
- ଯାଦୁ ମହଲ
- ହରିଣର କୁଣିଆ
- କାଶୀ ପଣ୍ଡିତ
- ମହା ଗଧ
- କୁଜାର ଭେଳିକି କାରସାଦି
- ହାର୍-ଜିତ୍
- ବିଧବା ସ୍ତ୍ରୀଟିର ବିଚାର
- ଯୋଗୀ ଗୁଣିଆ କଥା
- ଗୋପୀର ସହର ଯାତ୍ରା
- ତମାଖୁ ଶରୀର ପାଇଁ କ୍ଷତିକାରକ
- ଉପସ୍ଥିତ ବୁଦ୍ଧି
- ଶିବଲୀଳା
- ଆଗନ୍ତୁକା
- ମାନସିକ ବ୍ୟାଧି
- ଛୋଟ କାମ କରିବାକୁ ଘୃଣା କର ନାହିଁ
- ମହାଭାରତ
- ରୂପ-ସୁନ୍ଦରୀ କଥା
- ଝିଅର ବିବେକ
- ଭୁବନ ସୁନ୍ଦରୀ
- ଭାଗ୍ୟରେ ଥିଲେ
- ଅଜା ନାତି କଥା
- କୁମୁଦର ସଦ୍ଗୁଣ
- ସର୍ପ – ମନ୍ତ୍ର
- ବୁଦ୍ଧି
- ଘୋଡା ବୁଦ୍ଧିରେ ବଳିଗଲା
- ସାଧୁକୃପା
- ବିଚିତ୍ର ପୁଷ୍ପ
- ଶାଶ୍ୱତର ଆକର୍ଷଣ
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- କାନ୍ଦୁରୀ ରିଙ୍କି
- ଧାର୍ ଆଣିବା



