ଏଇଟା ହେଲା ପ୍ରାୟ ତିରିଶ ଚାଳିଶ ବର୍ଷ ତଳର କଥା । ସେତେବେଳେ ତ କଟକରେ ନୂଆ କଲେଜ୍ ବସିଛି, ସେଠାରେ ଏଫ୍.ଏ. କ୍ଲାସ୍ ପର୍ଯ୍ୟନ୍ତ ପଢାହୁଏ । ଉପର କ୍ଲାସ୍ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସେମାନେ ସବୁ ସହର ଭିତରେ ନାନା ଜାଗାରେ ବସାକରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡିଂ ନ ଥିଲା । କଟକ ଚୌଧୁରୀବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ । ନାମଟି ପରି ସେ ପିଲାଟି ଦେଖିବାକୁ ମଧ୍ୟ ମଦନମୋହନ, ବୟସ ଜଣାଯାଏ ଷୋଳ ସତର ଭିତରେ । ସେ ବସାରେ ପୂଜାହାରୀ, ଗୋଟିଏ ଭଣ୍ଡାରି ଆଉ ସାଆନ୍ତ, ଏହି ତିନୋଟି ଲୋକ । ହେଲେ କଣ, କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଦୁଇ ତିନି ଜଣ ଧୂଳିଗୋଡିଆ ଲୋକ ଯା’ଆସ କରନ୍ତି । ଦିନେ ବୋଲି ଉପୁରି ଲୋକର ଛୁଟଣ ନାହିଁ । ଜିନିଷପତ୍ର ଧରି ଉପୁରିଲୋକଙ୍କ ଯା’ଆସ କରିବାର ଦେଖି ଏ ବସା ଆଖପାଖ ଦୋକାନୀଏ ବୁଝିଲେଣି ଯେ, ଏହି ବାବୁ ପିଲାଟି ମଫସଲର କୌଣସି ଜମିଦାର ଘରର ପୁଅ ହେବ ନିଶ୍ଚୟ । ଢେର୍ ଦିନ ପାଖରେ ଥିବା ଲୋକର ପରିଚୟ ଜାଣିବାପାଇଁ ଲୋକଙ୍କର ତ ସହଜରେ ଇଚ୍ଛା ବଳେ – ତା ଉପରେ ପୁଣି ବଡଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି । ଧୀରେ ଧୀରେ ପାଖ ଲୋକେ ସମସ୍ତେ ଜାଣିଗଲେଣି ଯେ, ସେ ପିଲାଟି ବଡନଈ ପରଗନାର ଶାଳପାଳ ତାଲୁକର ଜମିଦାର ଗୋଲାପଲୋଚନ ପଟ୍ଟନାୟକଙ୍କ ପୁଅ । ଏହା ମଧ୍ୟ ଜଣାଗଲାଣି, ଜମିଦାରଙ୍କର ଏହି ଗୋଟିଏ ବୋଲି ପୁଅ । ଏହି ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀ ବିଭାଗ କରାଯାଏ; ଏକପୁଅ ବାପ ମା ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଢିବେ – ଏକଥା ଲେଖକ ତମ୍ବା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢରୂପେ ବୋଲିବାକୁ ପ୍ରସ୍ତୁତ ଅଛନ୍ତି । ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ । ପୁଅଟିର ବେମାର – ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ । ଦିନରାତି ବିଛଣା ପାଖରେ ସେ ଜଗି ବସିଛନ୍ତି । ପୁଅଟି କେମିତି ସୁଖରେ ରହିବ, ଖାସ୍ ସେଇଥିଲାଗି ଦିନ ରାତି ଭାବନା । ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଯଥା ଉପରେ ଯଥା କିଣା ଲାଗିଛି । ଦେହର ରକ୍ତ ପରି ଟଙ୍କାଗୁଡାକ ପୁଅପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ବି ହାଲିଆ ହୋଇପଡିବେ ନାହିଁ । ଏମିତିକି ପରକାଳ ଗତିପାଇଁ ପ୍ରଭୁଙ୍କ ନାମ ଶୁଣିବାକୁ ବି ବେଳ ମିଳେ ନାହିଁ । ବାପ ମା’ଙ୍କର ଯେତେ କିଛି ଧର୍ମକାର୍ଯ୍ୟ ସେ ସବୁଗୁଡିକ ଖାଲି ପୁଅର ମଙ୍ଗଳ କାମନାରେ । ମଦନ ତ କଟକରେ ପଢୁଛି, ବାପ ମା’ଙ୍କ ପିଣ୍ଡରେ ଅଛି ପ୍ରାଣ – ହେଲେ ସେମାନଙ୍କ ମନ ରହିଛି ଯାଇ ପୁଅ ପାଖରେ । ରୋଜିନା ପୁଅ ଦେହପା’ର ମଙ୍ଗଳ ବାତିନ ନ ପାଇଲେ ସାଆନ୍ତାଣୀ ଖୁବ୍ ଅଥୟ ହୋଇପଡନ୍ତି । କଟକ ସହର ଦୋକାନର ଚାଉଳଗୁଡାକ ପାଣିପଶା, ବାଲିଗୋଡି ମିଶା, ମଳୁଖିଆ । ସାଆନ୍ତାଣୀ ଉଆସ ମଧ୍ୟରେ ପୋଇଲୀମାନଙ୍କୁ ଲଗାଇ ଉଆପଖିଆ ସରୁ ଉରିଆ କୁଟାଇ ବାହାଙ୍ଗୀ ବେଠିଆରେ କଟକ ପଠାଇଦେଲେ । ତୋଟାରୁ ପାଚଲା କଦଳୀ କାନ୍ଦିଏ ଅଇଲା । ହେଲେ ମା’ ମନ ତ କେତେକ ବୁଝେ, ଆଗରୁ ହାଣ୍ଡିଏ ଫୁଲବଡି ପରା ହୋଇଥିଲା । – ସବୁ କଟକକୁ ଘେନି ଯା । ମାତ୍ର ଆଜି ପଠାଇବାକୁ କିଛି ବି ନାହିଁ । ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଇ ପୁଅକୁ ଦେଖିଆସୁ । ରୋଜିନା ଏହିପରି ଚାଲିଛି ।
ଗାରୁଡି ମନ୍ତ୍ର
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ନିଜ କାମରେ, ନିଜ ହାତ
- ପରିଶ୍ରମ ହିଁ ଶ୍ରେଷ୍ଠ
- ଶିକାରୀ ଏବଂ କପୋତ ପକ୍ଷୀ
- ବୁଦ୍ଧି ଓ ବିବେକ
- ଈଶ୍ୱର ଏକ
- କଚ୍ଛପର ଖୋଳ
- ବିଶ୍ୱାସଘାତକତାର ଫଳ ଅତି ବିଷମ
- ବୀର ହନୁମାନ
- ନୂତନ ଦଣ୍ଡ
- ତାଳବେତାଳ ଓ କମଳିନୀ
- ରାଜକୁମାର ଓ ବିଶ୍ବସ୍ତ ବନ୍ଧୁ
- ଧନସମ୍ପତ୍ତି କାହାରି ନୁହେଁ
- ରୂପଧରଙ୍କ ଯାତ୍ରା
- ଭାଗ୍ୟବିଧାତା
- ପାଗଳ ପ୍ରେମୀ
- ବଳ ପରୀକ୍ଷା
- ସ୍ୱାର୍ଥତ୍ୟାଗୀ ସେଇ ଝିଅଟି
- ସିଂହ ଓ ସାଧକ
- ଠକକୁ ଜିତେ ଠକ
- ପ୍ରକୃତ ବନ୍ଧୁ
- ଅଧିକ ଦଣ୍ଡ
- ତିନି ସାଧୁ ଓ ଭଗବାନ
- ଦଗା!
- ମହାଭାରତ
- ଧୂସର ଦୁର୍ଗ
- ବିଲେଇ ବେକରେ ଘଂଟି ବାନ୍ଧିବ କିଏ?
- ଅଧା ଆଲୋକ ଅଧାଛାଇ
- କଠୋର ତପସ୍ୟା
- ସାପ ଓ ନେଉଳ
- ସବୁଠାରୁ ବଡ ମୂର୍ଖ
- ସଦାନନ୍ଦ
- ଭଲପାଠ ପଢେନି ବୋଲି ଘରୁ ତଡା ଖାଇଥିବା ପିଲାଟି ବିଶ୍ୱରେ ନାଆଁ ରଖିଲା
- ଯାଦୁ ମହଲ
- ରୋଜଗାର
- ଚିକିତ୍ସା
- ଚନ୍ଦ୍ରହାର
- ପ୍ରକୃତ ଶୁଭେଚ୍ଛୁ
- ନିଷ୍ଠୁରତାର ପ୍ରତିଫଳ
- ସ୍ୱର୍ଗୀୟ ଦାନ
- ପରନ୍ତପ ଜାତକ
- ଧୂସର ଦୁର୍ଗ
- ରୂପ-ସୁନ୍ଦରୀ କଥା
- ଉପଯୁକ୍ତ ବର
- ଚୋର ଭୂତ
- ଗର୍ବ କଲେ ଖର୍ବ ହୁଏ
- ଅକୃତଜ୍ଞକୁ ଶାସ୍ତି
- ଗୁରୁଭକ୍ତି
- ଗୁରୁ ଆଶୀର୍ବାଦ
- ଗୋପାଳ ଭାଣ୍ଡ
- ପରିବର୍ତ୍ତନ
- ଚତୁର ପ୍ରଶ୍ନ
- ପ୍ରତାପଙ୍କ ଉପବାସ
- ସେବା ଧର୍ମ
- ଭୁଲ୍ ବୁଝିଲା ବିନୟ
- ଦୁର୍ଜ୍ଜନ ସଙ୍ଗର ଫଳ
- ସିଂହ ଏବଂ ମୂଷା
- ବିହଙ୍ଗ କଥା
- ସାହସୀ
- ଭଲ ଓ ଭେଲ
- ପୁରସ୍କାର
- ତିଳୋତମା ବିବାହ
- ବିଚିତ୍ର ବଂଶୀ
- ତିନି ପୁରୁଷର ବିତ୍ତ
- ଧୈର୍ଯ୍ୟ ମଣିଷର ଶ୍ରେଷ୍ଠ ଗୁଣ
- ପକ୍ଷ ଅପସରା
- ରବିଭାମା କଥା
- ମଇଁଷି ପାଇଲା ଆଶୀର୍ବାଦ
- କାଳିକାପ୍ରସାଦ ଗୋରାପ
- ଅଯେୟ ଯୋଦ୍ଧା
- ଭଗବାନଙ୍କର ମୂର୍ତ୍ତି
- ଅଭୁଲା ସ୍ମୃତି
- ଯଶ ଲିପ୍ସା
- ବୋକାମାନଙ୍କର ତାଲିକା
- ବୀର ହନୁମାନ
- ମନ୍ତ୍ରୀ ନିର୍ବାଚନ
- ପକ୍ଷୀପାଗଳ ବାଳକ
- ମଣିଷର ବଡ ସମ୍ପଦ ହେଲା ଆତ୍ମସମ୍ମାନ
- ଶାଶୁଙ୍କ ଆତ୍ମା
- ଅସଦିସ ଜାତକ
- ଭୂତୁଣୀ
- ରାକ୍ଷସ ନୀତି
- କାରଣ
- ଶିବି ଜାତକ
- କବିର ପରୀକ୍ଷା
- ଅଜା ନାତି କଥା
- ବୁଦ୍ଧିମାନ କିଏ
- କାମ କନ୍ଦଳା କଥା
- ପୁତ୍ରର କର୍ତ୍ତବ୍ୟ
- ପାଞ୍ଚ ପ୍ରଶ୍ନ
- ସର୍ବୋଚ୍ଚ ନ୍ୟାୟାଳୟ
- ସାବାସ୍ ଗୌରବ
- ସେନାପତି ନିର୍ବାଚନ
- ଅଣାଏ ପଇସା
- ସବୁ ମଣିଷଙ୍କୁ ସମାନ ମଣି ସେବା କର
- ସେତ ଆମରି ମାଆ
- ବେତାଳ ଗୁପ୍ତ ରହଣୀ
- ସ୍ୱର୍ଗ ରାଜାଙ୍କ ଶୁଆ
- ଦୁଃଖର ଅଶ୍ରୁ
- ସାତ ନକ୍ଷତ୍ର
- ଚୋରୀ
- ଗୋଟିଏ ହାତରେ ତାଳି ବାଜେନା
- ବସଣୀ ଚୋରି
- ଯାଦୁକାରୀ ଘଂଟି
- ତୋ ବାବା ମୁଁ
- ପୁଷ୍ପାକୁମାରୀ କାହାଣୀ
- ସଭିଏଁ ନୁହଁନ୍ତି ମଣିଷ
- ସୁନୟନା କଥା
- ଦିବ୍ୟଦୃଷ୍ଟି
- ତିନି ସୂତ୍ର
- ଯଥାର୍ଥ ଦାନ
- କାହାକୁ ହୀନ ମଣିବା କାହିଁକି
- ରାଜାଙ୍କ ସ୍ୱପ୍ନ
- ନେଳି ଟୋପି
- ଦୂର ପରବତ
- ଗୁରୁତ୍ୱପୂର୍ଣ୍ଣ କଥା
- ଶାଶ୍ୱତର ଆକର୍ଷଣ
- ଚିଦାମ୍ବରର ଧର୍ମଜ୍ଞାନ
- ବିଷ୍ଣୁଭଟ୍ଟ ବିରଚିତ
- ବୋଝ
- କନକ ଉପତ୍ୟକାର କାହାଣୀ
- ଅଦ୍ଭୁତ ବଂଶୀ
- ଝୁଡି ଓ ବୁଢାବାପା
- ବୀର ହନୁମାନ
- ରାଜା ନନ୍ଦ ଏବଂ ମନ୍ତ୍ରୀ ବରରୁଚି
- ଶିଷ୍ୟ ଗୁରୁଙ୍କୁ ବଳିଗଲେ
- କାଠୁରିଆ ପୁଅ ଓ ଦୁଇ ଭୂତୁଣୀ
- ମନ୍ଦିର ଅମରନାଥ
- ଧାର୍ ଆଣିବା
- ପକ୍ଷୀ ଏବଂ ମାଙ୍କଡ କଥା
- ଗଜମୂର୍ଖ
- କଇଁଚର ଦୌଡ
- ସୁନା ସମ୍ପଦ
- ତାଜା ମିଠାଇ
- ତିନି ତାନ୍ତ୍ରିକ
- ବାଘ
- ମାଛି ସନ୍ଦେଶ ଖାଉଛି
- ବୀର ହନୁମାନ
- ନିମ୍ବ
- ଜ୍ଞାନବତୀ କଥା
- କୃଷ୍ଣାବତାର
- ସୁନାଲୋଭୀ ମିଦାସ୍
- କୌଣସି କାର୍ଯ୍ୟ ଅସାଧ୍ୟ ନୁହେଁ
- ରୂପଧରଙ୍କ ଯାତ୍ରା
- ଚିଡିଆ ଗୋଲାମ୍
- ଚୋରର ଭାବାନ୍ତର
- କଥାରେ କଥାରେ
- ଧୂସର ଦୁର୍ଗ
- ଅସୁନ୍ଦର ରାଜକୁମାର ଓ ସୁନ୍ଦରୀ ରାଜକୁମାରୀ
- ବୋକାମିର ଫଳ
- ବିଫଳତା ହେଉଛି ସଫଳତାର ଗୋଟିଏ ଗୋଟିଏ ପାହାଚ
- ଓଟର ନାଚ
- ମାୟାବିନୀ ଅସୁରୁଣୀ କଥା
- ପେଟେଂଟ ମେଡିସିନ୍
- କାନ୍ଦୁରୀ ରିଙ୍କି
- କନକ ଉପତ୍ୟକାର କାହାଣୀ
- ଭୀମସେନ ଜାତକ
- ସ୍ତ୍ରୀର ଚାକର
- ସମାଧାନ
- ବୁଦ୍ଧିମତୀ ରାଜକୁମାରୀ
- ବୀର ହନୁମାନ
- ଗୋପାଳ ଘରେ ଅଦ୍ଭୁତ ଚୋରୀ
- ମହାଭାରତ
- ବର୍ଷା ରାତିର ଚୋର
- ବିଚିତ୍ର ପୁଷ୍ପ
- ବାବୁ କହିଥିଲେ
- କୁକୁର ଏବଂ ଗଧର କାହାଣୀ
- ବୀର ହନୁମାନ
- ଡାଆଁସର ଗର୍ବ
- ବିଧବା ସ୍ତ୍ରୀଟିର ବିଚାର
- ଜାମାତା ନିର୍ବାଚନ
- ଦସ୍ୟୁ ରାଜକୁମାର
- ହୃଦୟ ନିର୍ମଳ ବ୍ୟକ୍ତି ହିଁ ମହାନ୍
- ବୀର ହନୁମାନ
- କୁଶଳ ବୁଦ୍ଧି
- ରୂପଧରଙ୍କ ଯାତ୍ରା
- କେଳା ଝିଅ ଓ ଶହେ ଡକାୟତ
- ସହନଶୀଳତା
- ମାନସିକ ବ୍ୟାଧି
- ଉତ୍ତରାଧିକାରୀର ଅଧିକାର
- ଖୋଳିଥିବା ଗର୍ତ୍ତରେ ନିଜେ
- ପାଗଳ ପ୍ରେମୀ
- କଣା ଚାହେଁ ସମସ୍ତେ କଣା ହୁଅନ୍ତୁ
- ବନ୍ଦିନୀ ପରୀ
- ଅଗ୍ରପୂଜ୍ୟ ଗଣେଶ
- ଗନ୍ଧର୍ବର ବିସ୍ମୟ
- ଚକ୍ରଧରର କାହାଣୀ
- ଆମ ସଂସ୍କୃତି
- ନାରୀ ମାୟା ଦେବେ ଅଗୋଚର
- ବଡ ବୋକା
- ଦରିଦ୍ର ରାଜା
- ସମୁଦ୍ର ପାଣି ଲୁଣିଆ କାହିଁକି?
- ଫୁଲ ଝଡିପଡେ କାହିଁକି?
- ମୂଲ୍ଲାଙ୍କ ଚତୁରତା
- ହସର କାରଣ
- ମିଛୁଆ, ଖଚୁଆ, ଚୁଗୁଲିଆ
- ପିଶାଚର ଶସ୍ତ୍ର-ଚିକିତ୍ସା
- ରାଜଜ୍ୟୋତିଷ
- ମୃତ୍ୟୁକୁ ଭୟ କାହିଁକି?
- ସ୍ୱାମୀ ବିବେକାନନ୍ଦ କାନ୍ଦି ପକାଇଲେ
- ଅସରନ୍ତି ଧନ