ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ସ୍ୱାଧୀନତା ଆନ୍ଦୋଳନରେ ନିର୍ଭୀକ ସନ୍ନ୍ୟାସୀ

“ସ୍ୱାମୀ ଶ୍ରଦ୍ଧାନନ୍ଦ ନ ଥିଲେ କେବଳ ସାଧୁସନ୍ଥ ଶ୍ରେଣୀ ମଧ୍ୟରେ ଗଣା

ସ୍ୱାଧୀନତା ଆନ୍ଦୋଳନରେ ଥିଲେ ସେ ସଚ୍ଚା ଦେଶପ୍ରେମୀ ଭାବରେ ଜଣା ।

ତାଙ୍କ ଦାମ୍ଭିକତା କଥାକୁ ଶୁଣିଲେ ଚକିତ ହୋଇବ ଶୁଣିବା ଲୋକ

ଗେରୁଆବସ୍ତ୍ରରେ ସନ୍ନ୍ୟାସୀ ବେଶଟା କରିଥିଲା ସେି କେତେ ନିର୍ଭୀକ?”

ସ୍ୱାମୀ ଶ୍ରଦ୍ଧାନନ୍ଦ କେବଳ ସାଧୁରୂପେ ଗଣା ନ ଥିଲେ । ସେ ମଧ୍ୟ ଜଣେ ସଚ୍ଚା ଦେଶପ୍ରେମୀ ଥିଲେ । ଆମ ଦେଶର ରାଷ୍ଟ୍ରୀୟ କଂଗ୍ରେସ ସହିତ ସେ ପ୍ରଥମରୁ ହିଁ ଜଡିତ ଥିଲେ । ଏହି କଂଗ୍ରେସ ୧୮୮୫ ମସିହାରୁ ଜଳନ୍ଧରରୁ ହିଁ ଜନ୍ମ ନେଇଥିଲା । ସେତେବେଳେ ଏହାକୁ ମୁସଲମାନମାନେ ବିରୋଧ କରିବାରୁ ଶ୍ରଦ୍ଧାନନ୍ଦଜୀ ଅତ୍ୟନ୍ତ ସାହସିକତାର ସହିତ ସମ୍ମୁଖୀନ ହୋଇ ବିଘ୍ନକୁ ଏଡାଇ ଦେଇ ପାରିଥିଲେ ।

ସ୍ୱାମୀ ଶ୍ରଦ୍ଧାନନ୍ଦ ଇଂରାଜୀ ଭାଷା ଓ ଅପସଂସ୍କୃତି କବଳରୁ ହିନ୍ଦୁଧର୍ମକୁ ରକ୍ଷା କରିବାପାଇଁ ଆର୍ଯ୍ୟ ସମାଜ ଓ ଗୁରୁକୁଳ ଆଶ୍ରମ ପ୍ରତିଷ୍ଠା କରିଥିଲେ । ଠିକ୍ ଏତିକିବେଳେ ଇଂରେଜମାନଙ୍କୁ ହଟାଇବା ଲାଲା ଲଜପତ୍ରାୟ ଓ ଇଂରେଜୀ ପଣିଆକୁ ନିଶ୍ଚିହ୍ନ କରିବା ପାଇଁ ଶ୍ରଦ୍ଧାନନ୍ଦ ସମ୍ମୁଖରେ ରହିଲେ । ଯେତେବେଳେ ୧୯୧୯ ମସିହାରେ ଇଂରେଜମାନଙ୍କ ସହିତ ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇଗଲା, ସେତିକିବେଳେ ସ୍ୱାମୀ ଶ୍ରଦ୍ଧାନନ୍ଦ ଆଗକୁ ବାହାରି ଆସି ଆନ୍ଦୋଳନରେ ଭାଗ ନେଲେ । ଜଣେ ସନ୍ନ୍ୟାସୀ ହୋଇ ମଧ୍ୟ ରାଜନୈତିକ ଆନ୍ଦୋଳନରେ ଭାଗନେଇ ସେ ଅମର ହୋଇଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ