ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନୀତି ବାକ୍ୟ

  • ଯଥା ଯୋଗ୍ୟ ବଳେ ବଳୀୟାନ ହୋଇ

ଧରାକୁ ମଣିଲେ ସରା ।

ସେହି ମନୋଭାବ ବିପଦେ ପକାଏ

ମୂଢେ ନ ଜାଣନ୍ତି ପରା ।

  • ଅହଂକାର ଦୂର କର ସର୍ବ ନର

ଜଗତ ଚଳାଏ ବିହି ।

ନିଜ ବୁଦ୍ଧି ବଳେ ଚଳୁଥାନ୍ତି ଯେବେ

ଦୁଃଖ ନ ଭୋଗନ୍ତି କେହି ।

  • କେତେଦିନ ଲାଗି ମର୍ତ୍ୟୟ ଅବା ଘର

ଏଥିଲାଗି କିମ୍ପା ଏତେ ଆଡମ୍ବର ।

  • ପୋଥିଗତ ବିଦ୍ୟା ଆଉ ପରହସ୍ତ ଧନ ।

ସମୟେ କାର୍ଯ୍ୟ ପଡିଲେ ନୁହେଁ ପ୍ରୟୋଜନ ।

  • ଜାଣିବାକୁ ଶିଖି ନାହିଁ ନର ମନ ।

ସେ କି କେବେ ପ୍ରଭୁପଣକୁ ଭାଜନ ।

  • ଦରିଦ୍ରଙ୍କୁ ଦାନ ରାଜାଙ୍କୁ କର ।

ଜ୍ଞାତି ଭୋଜନ ଶତ୍ରୁକୁ ଶର ।

  • ଗୋଟିଏ ହୋଇବି ପୁତ୍ର ଅତି ବିଚକ୍ଷଣ ।

ଶତ ହୋଇ ମୂର୍ଖ ହେଲେ କିସ ପ୍ରୟୋଜନ ।

  • ଯଦି ଇଛା ଧନ କର ହେ ପ୍ରଦାନ

ଧନ ବାରିଦର ପରି

ଯଦି ଇଚ୍ଛା ସୁଖ ଶିଖ ଦେବା ସୁଖ,

ଧର୍ମଶାସ୍ତ୍ର ପଢି କରି ।

  • ଦୂର ଦେବାଳୟେ ଯିବା ନାହିଁ ପ୍ରୟୋଜନ ।

ନିଜ ଅଭ୍ୟନ୍ତରେ ବାବୁ କର ନିରୀକ୍ଷଣ ।

ହୃଦ କପିଳାସେ ତୋର ବହେ ପ୍ରେମଝର ।

ବିଜେ କରିଛନ୍ତି ତହିଁ ସ୍ୱୟମ୍ଭୁ ଈଶ୍ୱର ।

  • ବଳବନ୍ତଠାରେ ବଳବନ୍ତ ସିନା ପ୍ରକାଶଇ ପରାକ୍ରମ ।

ବଳହୀନଠାରେ ବଳ ଦେଖାଇବା, ନୁହଁଇ କ୍ଷତ୍ରୀୟ ଧର୍ମ ।

  • ଉଚ୍ଚ ଲୋକଠାରେ ଉଚ୍ଚ ଆଶା କଲେ, ନ ହୁଏ କେବେ ନିଷ୍ଫଳ ।

ଜଳ ସ୍ତମ୍ଭ ଯେବେ ଉଦ୍ଧ୍ୱର୍କୁ ଉଠଇ ବରି ନିଏ ମେଘ ଜଳ ।

  • ମାତାରଜ ପିତାବୀର୍ଯ୍ୟ ମିଶେ ଯେତେବେଳେ ।

ଧାତା ଯାହା ଲେଖି ଥାଇ ଜୀବନର କପାଳେ ।

ଗପ ସାରଣୀ

ତାଲିକାଭୁକ୍ତ ଗପ