ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଆଶୀର୍ବାଦ ବି ଅଭିଶାପ

ଜଣେ ଜମିଦାର ଥିଲେ । ତାଙ୍କର ଧନସମ୍ପତ୍ତି ବି କିଛି କମ୍ ନଥିଲା । କିନ୍ତୁ ସେ ନ୍ୟାୟବନ୍ତ ହେବା ପରିବର୍ତ୍ତେ ଥିଲେ ଅହଂକାରୀ, ନିଷ୍ଠୁର ତଥା ସଂସ୍କାର ଶୂନ୍ୟ । ଅପର ପକ୍ଷରେ ତାଙ୍କ ପତ୍ନୀ କିନ୍ତୁ ଥିଲେ ବୁଦ୍ଧିମତୀ, ଦୟାଶୀଳା ଓ କ୍ଷମାଶୀଳା । ତେଣୁ ସେ ଦୁହିଁଙ୍କ ଚରିତ୍ରରେ ଆଦୌ ମେଳ ଖାଉ ନଥିଲା । ଅମାପ ଧନସମ୍ପତ୍ତି ଥିବା ସତ୍ତ୍ୱେ ମଧ୍ୟ ସେମାନେ ଦୁହେଁ ନିଃସନ୍ତାନ ଥିଲେ ।

ଦିନକର କଥା । ଜଣେ ଗରିବ ପଣ୍ଡିତ ବ୍ରାହ୍ମଣ ସେ ଜମିଦାରଙ୍କ ଘରକୁ ଭିକ୍ଷା ପାଇବା ଆଶାରେ ଆସିଲେ । ସେତେବେଳେ ତ ସେ ଜମିଦାର ତାଙ୍କ ଘରେ ନଥିଲେ । ଜମିଦାରଙ୍କ ପତ୍ନୀ ସମ୍ମାନପୂର୍ବକ ସେ ବ୍ରାହ୍ମଣଙ୍କୁ ଚର୍ଚ୍ଚା କରୁଥିବା ସମୟରେ, ହଠାତ୍ ଜମିଦାର ଆସି ତାଙ୍କ ଘରେ ପହଁଚିଗଲେ ।

ଏ ବ୍ରାହ୍ମଣକୁ ଦେଖି ଅତ୍ୟନ୍ତ କ୍ରୋଧରେ ଅଗ୍ନିଶର୍ମା ହୋଇ, ସେ ଜମିଦାର ଜଣକ ବ୍ରାହ୍ମଣଙ୍କୁ ନାନାଦି କଟୁ କଥା କହିବାକୁ ଲାଗିଲେ । କିନ୍ତୁ ଏ କ’ଣ? ବ୍ରାହ୍ମଣ ଥିଲେ ନିର୍ବିକାର, ସେ ଜମିଦାରଙ୍କର ଏ ପ୍ରକାର କଥା ଶୁଣି ଧୀରସ୍ଥିର ଭାବରେ ସେଠାରୁ ସେ ବ୍ରାହ୍ମଣ ଉଠିଲେ । କହିଲେ, ତୁମ ପତ୍ନୀଙ୍କ ବ୍ୟବହାର ମୋତେ ଅତିଶୟ ମୁଗ୍ଧ କରିଛି । ସେଥିପାଇଁ ମୁଁ ତୁମକୁ ଆଶିର୍ବାଦ କରୁଛି । ତୁମେ ଖୁବ୍ ଶୀଘ୍ର ଗୋଟିଏ ପୁତ୍ର ସନ୍ତାନର ଜନକ ହେବ । ସେ ପୁତ୍ରଟି ଅତ୍ୟନ୍ତ ରୂପବାନ୍, ଗୁଣବାନ୍, ନ୍ୟାୟବାନ୍ ଓ ଚରିତ୍ରବାନ ହେବ । ଏହା କହି ସେ ବ୍ରାହ୍ମଣ ସେହି ସ୍ଥାନ ପରିତ୍ୟାଗ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ