ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଉପସ୍ଥିତ ବୁଦ୍ଧି ବିପଦରୁ ରକ୍ଷା କରେ

       ଗୋଟିଏ ଜଙ୍ଗଲରେ ଯୋଡିଏ ପକ୍ଷୀ ରହୁଥିଲେ । ସେମାନଙ୍କର ଚମତ୍କାର ଗୁଣରେ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ । ପକ୍ଷୀ ଦ୍ୱୟ ମଣିଷ ଭଳି କଥାବାର୍ତା ହେଉଥିଲେ । ଯାହା କହୁଥିଲେ ଆଶ୍ଚର୍ଯ୍ୟଜନକ ଭାବରେ ତାହା ଫଳି ଯାଉଥିଲା ।

       ଥରେ ଜଣେ ବାଣୁଆର ଏଇ ପକ୍ଷୀ ଦୁଇଟି ଉପରେ ନଜର ପଡିଗଲା । ସେ ମନେ ମନେ ଭାବିଲା ଏଭଳି ପକ୍ଷୀରୁ ଗୋଟିକୁ ଧରି ନେଲେ ମୋର ବହୁତ ଉପକାର ହେବ । ଏହା ଭାବି ସେ ଦିନେ କୌଶଳରେ ଗୋଟିଏ ପକ୍ଷୀକୁ ଧରି ପକାଇଲା । ସେହି ସମୟରେ ଅନ୍ୟ ପକ୍ଷୀଟି ବସାରେ ନ ଥିଲା । ସେ ଯେତେବେଳେ ବସାକୁ ଫେରି ଦେଖେ ତା’ର ସାଥୀ ପକ୍ଷୀଟି ନାହିଁ, ସେ ଦୁଃଖରେ ମ୍ରିୟମାଣ ହୋଇ ପଡିଲା ।

       ଏଣେ ବାଣୁଆ ଧରିନେଇଥିବା ପକ୍ଷୀକୁ ଅତି ଯତ୍ନରେ ପଞ୍ଜୁରୀରେ ରଖି ତା’ର ଚମତ୍କାର ଅନ୍ୟମାନଙ୍କୁ ଦେଖାଇ ଯଥେଷ୍ଟ ଟଙ୍କା ରୋଜଗାର କଲା । ତା’ର ଯଥେଷ୍ଟ ଟଙ୍କା ରୋଜଗାର ହେବାରୁ ସେ ପକ୍ଷୀକୁ ଏକ ସୁନାପଞ୍ଜୁରୀରେ ରଖିଲା । ବହୁତ ଭଲ ଭଲ ଖାଦ୍ୟ ବି ଖାଇବାକୁ ଦେଲା । ମାତ୍ର ପକ୍ଷୀଟି ମନ ଦୁଃଖରେ ବସୁଥିଲା । ସେ ତା’ର ସାଥୀକୁ ଝୁରୁଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ