ଆଠ ଦଶ ବର୍ଷର ଝିଅଟିଏ ରୀମା । ବିଦ୍ୟାଳୟରେ ସେ ଖୁବ୍ ଭଲ ପାଠ ପଢେ । ସେଥିପାଇଁ ସମସ୍ତଙ୍କର ସେ ଥିଲା ଅତି ପ୍ରିୟ । ବାପାମାଆ ମଧ୍ୟ ଖୁବ୍ ଭଲ ପାଆନ୍ତି ତାକୁ । ରୀମା ଜମାରୁ ସମୟ ନଷ୍ଟ କରେ ନାହିଁ । ସଞ୍ଜ ବେଳେ ସେ ଟମି ସହିତ କିଛି ସମୟ ଖେଳାଖେଳି କରି କାଟେ । ରାତିରେ ପଢା ସାରି ସେ ରୀମା ତା ବାପାଙ୍କ ବାଟକୁ ଚାହିଁଥାଏ । ବାପା କିନ୍ତୁ ସଦାବେଳେ ବେଳ ଉଚ୍ଛୁର କରି ଘରକୁ ଫେରନ୍ତି । ତେଣୁ ସେ ଆସିଲା ବେଳକୁ ରୀମା ଅତ୍ୟନ୍ତ ମନ ଦୁଃଖରେ ଶୋଇ ପଡିଥାଏ । ସକାଳୁ ମଧ୍ୟ ବାପା ଉଠିବା ଆଗରୁ ରୀମା ତା ପାଠ ପଢିବାକୁ ଚାଲି ଯାଇଥାଏ । ଏହି ସବୁ କାରଣରୁ ରୀମା ତା’ର କୃତିତ୍ୱ ଓ ସଫଳତାର କଥା ତା ବାପାଙ୍କ ସହ ଆଦୌ ବାଂଟି ପାରି ନଥାଏ । ଖାସ୍ ସେଇଥିପାଇଁ ରୀମାର ମନ ଭାରି ଦୁଃଖ ।
ବାପା ବିଳମ୍ବରେ ଘରକୁ ଆସନ୍ତି କାହିଁକି ଏକଥା ସେ ରୀମା ଆଦୌ ଜାଣି ପାରିଲାନି । ମା’ ମଧ୍ୟ ରୀମାକୁ କିଛି ବି କହନ୍ତି ନାହିଁ । ଦିନକର କଥା । ସେ ଦିନ ରବିବାର ଥାଏ । ସକାଳୁ ଟମିକୁ ବାହାରକୁ ନେଲା ବେଳକୁ ଟମି ଜମାରୁ ବାହାରକୁ ଗଲା ନାହିଁ । ରୀମାର ଚାରି ପାଖରେ ଘଷି ହୋଇ ସେ ଟମି ଖାଲି ବୁଲିବାକୁ ଲାଗିଲା । ଏଥର ସେ ରୀମା ଜାଣି ପାରିଲା ଯେ ନିଶ୍ଚୟ କିଛି ଗୋଟାଏ କଥା ଅଛି । ତହୁଁ ସେ କୁକୁର ତା ମୁହଁରେ ଆଡେଇ ଅଖାତଳ ଥାକରେ ଥିବା ଅଟାଚକୁ ଦେଖାଇଲା । ରୀମା ଦେଖିଲା ବେଳକୁ ଚିରା ଅସନା ଅଖା ତଳେ ଥିବା ସୁଟକେଶ୍ରେ ବିଡା ବିଡା ଟଙ୍କା । ଏ ସବୁ ଦେଖି ସେ ରୀମା ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲା । ଏତେ ଟଙ୍କା ଆସିଲା କୁଆଡୁ? ବାପା ଟିକେ ଡେରିରେ ଉଠି ମୁହଁ ଧୋଇଲେ ତାପରେ ସେ ଚା’ ପିଇବେ କ’ଣ ବାଡି ଘରକୁ ଯାଇ କ’ଣ ଗୋଟେ ଖୋଜିବାକୁ ସେ ଲାଗିଲେ । ଏହା ଦେଖି ସେ ରୀମା ପଚାରିଲା ବାପା ! କ’ଣ ଖୋଜୁଛ କି? ବାପା କହିଲେ ହଁ ମୁଁ ଗୋଟେ ଦରକାରୀ କାଗଜ ଖୋଜୁଛି । ସେତେବେଳକୁ ରୀମା ଜାଣି ସାରିଥିଲା ଯେ ତାର ବାପା କ’ଣ ଖୋଜୁଛନ୍ତି? ତେଣୁ ସେ ରୀମା କହିଲା ବାପା ଆପଣଙ୍କର ଆଉ ଖୋଜିବା ଆଦୌ ଦରକାର ନାହିଁ, ଯାହା ହଜିଛି ତାହା ଟମି ପାଇ ମୋତେ ଦେଇଛି । ଏଇ ନିଅ ତୁମ ଦରକାରୀ ଜିନିଷ । ଏହା ପରେ ରୀମା ପଚାରିଲା ବାପା ! ସତ କୁହ ଏତେ ଗୁଡାଏ ଟଙ୍କା ଆପଣ ଆଣିଲେ କେଉଁଠୁ? ବାପା ଟିକେ ରାଗିଯାଇ କହିଲେ ତୁ ପାଠ ପଢା ପିଲା ପାଠ ପଢ । ଟଙ୍କା କେଉଁଠୁ କିପରି ଆସୁଛି ତାହା ଜାଣିବା ତୋର ଆଦୌ ଦରକାର ନାହିଁ । ତାପରେ ରୀମା ଟମିକୁ ଧରି ବାହାରକୁ ଚାଲିଗଲା ।
ହଠାତ୍ ବାପା ପଚାରିଲେ ରୀମା ! ତୁ କୁଆଡେ ଯାଉଛୁ ଶୁଣ? ତହୁଁ ସେ ରୀମା କହିଲା ପୋଲିସ୍ ଥାନାକୁ ମୁଁ ଯାଉଛି । ଏ କଥା ଶୁଣି ସେହିକ୍ଷଣି ରୀମା ବାପାଙ୍କର ମୁଣ୍ଡଟା ଘୁରିଗଲା । ଏବେ ସେ କରିବେ କ’ଣ? ରୀମା ପାଖକୁ ଯାଇ ତା ବାପା ନିଜକୁ ଦୋଷୀ ବୋଲି କହିଲେ । ତାପରେ ବାପା ପୁଣି କହିଲେ ତୁ ସାନ ହେଲେ ମଧ୍ୟ ତୋର ବିଚାର ଯୋଗୁଁ ମୋର ଆଜି ଆଖି ଖୋଲିଛି ବୋଲି ମୁଁ ମଧ୍ୟ ଭୁଲ୍ ମାଗିଲି । ଏ ଟଙ୍କା ଆଉ ମୋର ଦରକାର ନାହିଁ । ମୋ ସାଥୀରେ ଚାଲ ଏ ଟଙ୍କା ମୁଁ ଫେରେଇ ଦେଇ ଆସିବି । ସେ ଦିନଠାରୁ ରୀମାର ବାପା ଆଉ କାହାଠାରୁ ଟଙ୍କାଟିଏ ଛୁଇଁଲେ ନାହିଁ କି ରାତି ବିଳମ୍ବରେ ମଧ୍ୟ ଘରକୁ ଫେରିଲେ ନାହିଁ । ବରଂ ବେଳା ବେଳି ଆସି ରୀମା ଓ ଟମିକୁ ଧରି ସେ ଖେଳି ବସିଲେ । ଏହା ଦେଖି ସେ ରୀମାର ମନ କି ଖୁସ୍ ।