ଚାରି ଆଡେ ଶୁନ୍ ଶାନ୍ । ସହର ଠାରୁ କିଛି ଦୂରରେ ଠିଆ ହୋଇଛି ସେହି ପୁରାତନ ଘର । ପ୍ରାୟ ଦୁଇ ଏକର ଜାଗା ମଝିରେ କାହିଁ କେଉଁ ବ୍ରିଟିସ୍ ଅମଳରୁ ମୁଣ୍ଡ ଟେକି ଠିଆ ହୋଇଛି ସେହି ପ୍ରାସାଦଟି । କେଉଁ ରାଜା ରାଜୁଡା ସେ ଘର ତିଆରି କରିଥିଲେ କେଜାଣି । ବର୍ତ୍ତମାନ ତା ମଧ୍ୟରେ କମିସନର ସାହେବ୍ ନିଜେ ରହୁଛନ୍ତି । ଘର ଗୁଡିକ କେବଳ ରଙ୍ଗ ବୋଳା ହୋଇ ଆଧୁନିକ ଦେଖା ଯାଉ ଥିଲେ କ’ଣ ହେବ । ପୁରାତନ ସ୍ମୃତି ତା ମଧ୍ୟରେ ଉଦ୍ଜୀବିତ ଥିଲା । ପାର୍କ, ଘୋଡା ଶାଳ, ତୋପ, ରୋଷେଇ ଘର, ସେଂଟ୍ରି ଜଗିବା ଗୁମୁଟି ଇତ୍ୟାଦି । କମିସନ୍ଙ୍କୁ ଜଗିବା ପାଇଁ ମଧ୍ୟ କର୍ମଚାରୀଙ୍କ ଗୃହ, ମାଳୀ ଗୃହ ମଧ୍ୟ ତା ମଧ୍ୟରେ ଅଛି । ଚାରି ଆଡେ କେବଳ ଗଛ ଆଉ ଗଛ, ନଡିଆ, ପଣସ, ଆମ୍ବ, କାଜୁ, ସପୁରୀ, ବଉଳ, ଦେବଦାରୁ କଦଳୀ, ଅନେକ ଫଳ, ଫୁଲ, ଆଉ ମଧ୍ୟ ଜଙ୍ଗଲୀ ବୃକ୍ଷ ଭରି ରହିଛି ସେହି ଘରର ଚାରି କଡରେ । ଯେଉଁ ସିଜିନ୍ରେ ଯେଉଁ ଫଳ ପାଚେ ମହକି ଉଠେ । ଫୁଲ ମଧ୍ୟ ସେହି ପରି ।
ଜଗୁଆଳୀ ଦିନ ରାତି ଅହରହ ସେହି ଘରଟିକୁ ଜଗି ରହି ଥାନ୍ତି । ତା ମଧ୍ୟରୁ କିଛି ଯେପରି ବାହାରକୁ ଯାଇ ନ ପାରେ । ସେଦିନ ଗୋଟେ ଘଟଣା ଘଟି ଗଲା । ଜଗୁଆଳି ମାନେ ନିଜ ଲୋଭ ସମ୍ଭାଳି ନପାରି ରାତ୍ରିରେ ଅନେକ ଫଳ ତୋଳି ନିଜ ନିଜ ଘରକୁ ନେଇ ଯାଆନ୍ତି କିନ୍ତୁ ଏତେ ବଡ ବଗିଚାରେ ରାତ୍ରିରେ ଭୂତ ଭୟ ମଧ୍ୟ ଥାଏ । କେତେବେଳେ କାହାକୁ ଭୂତ ଡରାଇ ଥିବାର ନଜର ମଧ୍ୟ ଅଛି । ସେ ଦିନ କିନ୍ତୁ ଦିପକ୍ ଜଗୁଆଳି ଆମ୍ବର ଲୋଭ ମୋଟେ ସମ୍ଭାଳି ପାରିଲାନି । କଲମି ଆମ୍ବ ଓହଳିଛି ମନ ଲୋଭା କରି । ପ୍ରାୟ ଗୋଟାକ ଏକ କିଲୋ ପାଖା ପାଖି ହେବ । ମନେ ମନେ ଦୀପକ୍ ଯୋଜନା ପ୍ରସ୍ତୁତ କଲା ରାତିରେ ତାର ପୁଣି ସେହି ଠାରେ ଡିଉଟି ଅଛି ।