ମହାରାଜା କୃଷ୍ଣ ଚନ୍ଦ୍ର ଗୋପାଳ ଭାଣ୍ଡ କାର୍ଯ୍ୟର ରସିକତା ପରୀକ୍ଷା କରିବା ସକାଶେ ଆପଣାର ଦାସୀ ଚମ୍ପାକୁ ଡାକି କହିଲେ –
ଆଲୋ ଚମ୍ପା! ତୁ ଗୋପାଳ ଘରକୁ ଯାଇ ଭାଣ୍ଡର ଭାରିଯାଠୁ ଟିକେ ମଧୁ ମାଗି ଆଣିବୁ ଗଲୁ । ଚମ୍ପା କହିଲା –
ମଣିମା!
ଆପଣଙ୍କ ଘରେ କ’ଣ ମଧୁ ନାହିଁ, ଭାଣ୍ଡ ଘରକୁ କାହିଁକି ମଧୁ ସକାଶେ ପଠାଉ ଛନ୍ତି?
ରାଜା ପୁଣି କହିଲେ –
ହଁ ଚମ୍ପା ଆମ ଘରେ ମଧୁ ଅଛି ସତ, କିନ୍ତୁ ଭାଣ୍ଡ ଘର ମଧୁ ପରି ଘରେ ନାହିଁ । ଚମ୍ପା ଯାଉଛି ବୋଲି କହି ଭାଣ୍ଡର ଘରେ ଯାଇ ପହଁଚିଲା, ଚମ୍ପାକୁ ଦେଖି ଗୋପାଳ ଭାଣ୍ଡର ଭାର୍ଯ୍ୟା କହିଲା –
କିଲୋ ଚମ୍ପା ତୁ କୁଆଡେ?