ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ନୂଆ ମହାଭାରତ

ଦିନେ ମୁର୍ଶୀଦାବାଦ୍ ନବାବ୍ ସାହେବ୍ ମହାରାଜା କୃଷ୍ଣ ଚନ୍ଦ୍ରଙ୍କ ପାଖକୁ କହି ପଠାଇଲେ ଯେ ତୁମ୍ଭର ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ସେହି ପରି ମହାଭାରତ ଖଣ୍ଡେ ମୋ ନାମରେ ରଚନା କରି ପଠାଇବେ । ଏହା ଯଦ୍ୟପି ନକର ତାହା ହେଲେ ତୁମ୍ଭର ବିଶେଷ ଅମଙ୍ଗଳ ହେବ । ନବାବ୍ଙ୍କର ମହାଭାରତ କଥା ଶୁଣି ରାଜା ନିରୂପାୟ ହୋଇ ଭାବନା କରୁ ଛନ୍ତି । ଏହି ସମୟରେ ଗୋପାଳ ଭାଣ୍ଡ ଆସି ଦେଖିଲେ ଯେ ରାଜା ବଡ ଚିନ୍ତିତ ହୋଇ ବସି ଛନ୍ତି ।

                 ଗୋପାଳ ପଚାରିଲେ –

                 ମହାରାଜ ଏତେ ଦୁଃଖିତ ହୋଇ ବସିଛନ୍ତି କାହିଁକି?

                 ରାଜା କହିଲେ –

                 ଗୋପାଳ ।

                 ଆଜି ନବାବ୍ ସାହେବ୍ ହୁକୁମ୍ କରିଛନ୍ତି ଯେ ଆମ ହିନ୍ଦୁ ଧର୍ମରେ ଯେପରି ମହାଭାରତ ଅଛି ଠିକ୍ ସେହି ପରି ମହାଭାରତ ତାଙ୍କ ନାମରେ କରି ନ ପଠାଇଲେ ମୋର ବିଶେଷ ଅମଙ୍ଗଳ ହେବ । କିନ୍ତୁ ପଣ୍ଡିତ ମାନଙ୍କୁ କହିଲେ –


ଗପ ସାରଣୀ

ତାଲିକାଭୁକ୍ତ ଗପ