କୁକୁର ଆଉ ଗଞ୍ଜା କୁକୁଡ଼ା ଭିତରେ ଘନିଷ୍ଠ ବନ୍ଧୁତ୍ୱ ଗଢି ଉଠି ଥିଲା । ଦିନେ ଦୁଇ ଜଣ ବୁଲୁ ବୁଲୁ ଜଙ୍ଗଲ ଭିତରେ ପହଁଚି ବହୁତ ଗପ କରିବାକୁ ଲାଗିଲେ । ଧୀରେ ଧୀରେ ସନ୍ଧ୍ୟା ନଇଁ ଆସିଲା । ତା’ପରେ ରାତି ମଧ୍ୟ ହୋଇ ଆସିଲା । ଦୁଇ ଜଣ ବ୍ୟସ୍ତ ହୋଇଗଲେ ବର୍ତ୍ତମାନ କ’ଣ କରିବା? ସେମାନେ କଥାବାର୍ତ୍ତାରେ ଏତେ ଭୋଳ ହୋଇ ଯାଇ ଥିଲେ ଯେ କେତେ ବେଳେ ସୂର୍ଯ୍ୟ ବୁଡି ଚନ୍ଦ୍ର ଆକାଶରେ ଦେଖା ଦେଲେଣି ସେକଥା ସେମାନେ କିଛିବି ଜାଣି ପାରିଲେ ନାହିଁ । ଏବେ ରାତିରେ କିଭଳି ଘରେ ପହଁଚିବେ । ସେଇ ଚିନ୍ତା ତାଙ୍କୁ ଘାରିଲା ।
କୁକୁର କହିଲା – ଏତେ ବ୍ୟସ୍ତ ହୋଇବା କ’ଣ ଦରକାର? ତୁମେ ଫୁର୍ କରି ଉଡି ସେହି ଗଛ ଡାଳରେ ଯାଇ ବସ ଆଉ ଏ ରାତିଟା କାଟି ଦିଅ । ମୁଁ ମଧ୍ୟ ଏହି ଗଛ ମୂଳରେ ଡେରା ପକାଇ ଘୁଙ୍ଗୁଡି ମାରିକି ଶୋଇ ପଡିବି । ଯେତେ ବେଳେ ସକାଳ ହେବ ସେତେ ବେଳେ ବୁଲା ବୁଲି କରି ଘରେ ପହଁଚି ଯିବା ।
ଏହା ଶୁଣି ଗଞ୍ଜା କୁକୁଡ଼ା ଫୁର୍ର କରି ଗଛ ଡାଳରେ ଯାଇ ବସିଲା ଆଉ କୁକୁର ଗଛ ମୂଳରେ ମାଟିରେ ଶୋଇଲା । ସକାଳ ହେବା ଆଗରୁ କୁକୁଡା ତା’ର ଅଭ୍ୟାସାନୁସାରେ ଜୋର୍ରେ ପାଟି କରି କହିଲା – କୁକୁଡେ କୁ… ।