ଗଧିଆ ଆଉ ବଗ ମଧ୍ୟରେ ଘନିଷ୍ଠ ମିତ୍ରତା ସ୍ଥାପିତ ହେଲା । ଦିନେ ଗଧିଆଙ୍କ ଘରେ ଭୋଜି ହେଲା । ସେ ବଗକୁ ନିମନ୍ତ୍ରଣ କରି କହିଲା କାଲି ଆମ ଘରେ ଭୋଜି ତଥା ଖିଆ ପିଆର ବ୍ୟବସ୍ଥା ହେଉଛି ତମେ ନିଶ୍ଚିତ ଆମ ଘରକୁ ଆସିବ । ତା’ ପରଦିନ ବଗ ଗଧିଆ ଘରକୁ ଗଲା ନିମନ୍ତ୍ରଣ ରକ୍ଷା କରିବା ଉଦ୍ଧେଶ୍ୟରେ । ତାକୁ ଦେଖି ଗଧିଆ ଗୋଟିଏ ବଡ ଚଉଡା ଥାଳୀରେ କିଛି କ୍ଷୀରି ନେଇ ଆସିଲା ଏବଂ ବଗକୁ ଖାଇବାକୁ ଦେଲା । ଆସ ଆସ ଭାଈ ଏକା ସାଙ୍ଗରେ ଆମେ ଦୁହେଁ ଭୋଜନ କରିବା । କିନ୍ତୁ ବଗର ଥଂଟ ଲମ୍ବା ଥିବାରୁ ଚଉଡା ଥାଳୀରୁ କ୍ଷୀରି ଖାଇବା ତା ପାଇଁ ଅସମ୍ଭବ ହୋଇ ଗଲା । କିନ୍ତୁ ଗଧିଆ ସେଥିରୁ ଆରାମ୍ରେ ଖାଇ ପକାଇଲା । ଗଧିଆର ଚାଲାକି ବଗଟି ଜାଣି ପାରିଲା । ବଗ କହଲା କିଛି ନୁହେଁ ତୁମେ ଖାଅ ବନ୍ଧୁ । ବଗ ତା’ ମୁହଁକୁ କେବଳ ଅନାଇ ରହିଲା । ଏଥର ଗଧିଆ ବଗକୁ ତାଚ୍ଛଲ୍ୟ କରି କହିଲା – ଖାଅ… ଭାଈ ଖାଅ । ଖାଉନ କାହିଁକି? କ୍ଷୀରି ତ ବହୁତ ବଢିଆ ଭାବରେ ତିଆରି ହୋଇଛି, କ’ଣ ତୁମକୁ ପସନ୍ଦ ହେଉ ନି କି?
ବଗ ବିଚାରା ଭୋକିଲାରେ ଭୋଜିରେ ଭାଗ ନେବାକୁ ଆସି ଥିଲା । ସେ କେବେ ଚିନ୍ତା ମଧ୍ୟ କରି ନଥିଲା କି ଗଧିଆ ତା’ ସହିତ ଏଭଳି ଛଳ କରିବ ବୋଲି ଆଉ ଲୋକଙ୍କ ପାଖରେ ମୋତେ ଛୋଟ କରିବ ବୋଲି । ପରନ୍ତୁ ସେ ଆଉ କରିବ କ’ଣ? ବାସ୍ ଭୋକ ଉପାସରେ ଘରକୁ ଫେରି ଆସିଲା । କିଛି ଦିନ ପରେ ବଗ ଗଧିଆକୁ ପୁଣି ତାଙ୍କ ଘରକୁ ଭୋଜି ହେବ ବୋଲି ନିମନ୍ତ୍ରଣ ଦେଲା । ଏଭଳି ନିମନ୍ତ୍ରଣ ପାଇ ଗଧିଆ ଖୁସି ମନରେ ନାଚି ନାଚି ବଗ ଘରକୁ ଚାଲି ଗଲା । ବହୁ ବିଳମ୍ବ ପର୍ଯ୍ୟନ୍ତ ନାଚ ଗୀତ ଚାଲୁ ଥାଏ ।