ଏକଦା ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ଅସୁସ୍ଥ ହୋଇ ଗୁମ୍ଫା ଭିତରେ ଶୋଇ ରହି ଥିଲା । ଏଥିରେ ଚିନ୍ତିତ ହୋଇ ଜଙ୍ଗଲର ସବୁ ପ୍ରାଣୀ ଆସି ସିଂହ ରାଜାଙ୍କ ଭଲ ମନ୍ଦ ପଚାରି ବୁଝି ଯାଉ ଥିଲେ ଆଉ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ଦିନ ଔଷଧ ତଥା ଦାରୁର ବ୍ୟବସ୍ଥା କରୁ ଥିଲେ । ପରନ୍ତୁ ଯେତେ ସେବା କଲେ ମଧ୍ୟ ସିଂହରାଜାଙ୍କ ଦେହ ଦିନକୁ ଦିନ ଖରାପ ଆଡକୁ ଗତି କରୁ ଥିଲା । ନା ସିଂହ ରୋଗରୁ ମୁକ୍ତ ହେଲା ନା ସିଂହକୁ ଆରାମ୍ ମିଳିଲା ।
ଥରେ ସିଂହରାଜ ସବୁ ପଶୁମାନଙ୍କ ଉପରେ ନଜର ପକାଉ ପକାଉ କହି ଉଠିଲା – କାହିଁ ବିଲୁଆ ତ ଦେଖା ଯାଉ ନାହିଁ । ମୁଁ କେବେଠୁ ଅସୁସ୍ଥ ହୋଇ ପଡିଛି – ବିଲୁଆ ତ ଗୋଟିଏ ଦିନ ମଧ୍ୟ ମୋ ପାଖକୁ ଆସି ନାହିଁ । କାହିଁ ତା’ର ତ କିଛି ଖୋଜ ଖବର ନାହିଁ । ସେ ତୁମ ମାନଙ୍କ ସହିତ ମିଳା ମିଶା କରୁଛି ତ ନା ନାହିଁ?
ଗଧିଆ ଏହି ସୁଯୋଗର ଅପେକ୍ଷାରେ ଥିଲା । ସେ ସବୁ ବେଳେ ବିଲୁଆକୁ ଘୃଣା କରୁ ଥିଲା । ସିଂହର କଥା ଶୁଣି ଗଧିଆ ହାତ ଯୋଡି କରି କହିଲା – ତାହାର ନାଁ ନିଅନ୍ତୁ ନାହିଁ ସରକାର । ଆଜି କାଲି ତା’ର ଏପରି ଗର୍ବ ହୋଇ ଗଲାଣି ଯେ ସେ କାହା ସହିତ ଠିକ୍ ଭାବରେ କଥାବାର୍ତ୍ତା ମଧ୍ୟ କରୁ ନାହିଁ । ଥରେ ତାକୁ ଦେଖା କରି କହିଲି ଯେ ବଣର ରାଜ ପଶୁ ରାଜ ସିଂହ ବେମାରରେ ପଡିଛନ୍ତି ।