ଗୋଟିଏ ବଗ କ୍ଷେତ ଭିତରେ ବସା ବନାଇ ରହି ଥିଲା । ସେହିଠାରେ ବଗଟି ମଧ୍ୟ ନିଜ ଛୁଆଙ୍କୁ ଲାଳନ ପାଳନ କରୁ ଥିଲା । ଯେତେବେଳେ କ୍ଷେତରେ ଧାନ ପାଚିଗଲା ବଗଟି ଚିନ୍ତା କରିବାକୁ ଲାଗିଲା । ବର୍ତ୍ତମାନ କ୍ଷେତରେ ଧାନ କାଟିବା ଚାଲିବ । ସେଥି ପାଇଁ ଏଠାରେ ରହିବା ତଥା ଛୁଆଙ୍କୁ ଲାଳନ ପାଳନ କରିବା ଅସମ୍ଭବ । କିନ୍ତୁ ଛୁଆ ମାନେ ବର୍ତ୍ତମାନ ସୁଦ୍ଧା ଉଡିବାକୁ ଶିଖି ନାହାଁନ୍ତି ସେଥି ପାଇଁ କିଛି ଦିନ ଏହି କ୍ଷେତରେ ରହିବାକୁ ପଡିବ । ସେ ଛୁଆ ମାନଙ୍କୁ କହିଲା – ମୁଁ ସବୁଦିନ ବସାରୁ ବାହାରକୁ ଯାଉଛି । ଏହି ସମୟରେ ଧାନ କାଟିବାକୁ କିସାନ୍ ମାନେ ଆସିବେ । ଆଉ ସେମାନେ ନାନା କଥା ଆଲୋଚନା କରିବେ । ତମେ ମାନେ ତାହା ଶୁଣିବ ଏବଂ ମୋତେ ଶୁଣାଇବ ଯାହା ଦ୍ୱାରା କି ତୁମ ମାନଙ୍କର ଭଲ ପାଇଁ ଠିକ୍ ଠିକ୍ କିଛି କାମ ମୁଁ କରି ପାରିବି ।
ଦିନେ ବଗଟି ବସା ବାହାରକୁ ବାହାରି କିଛି କୀଟ ପତଙ୍ଗ ଆଣିବାକୁ ଯାଇଛି । କିଛି ସମୟ ପରେ ସେଠାରେ ଚାଷୀ ମାନେ ଆସି ଗଛ ଗୁଡିକ ଦେଖି ସେମାନେ କହିଲେ ଧାନ ପାଚି ଯାଇଛି । କାଟିବା ସମୟ ଉପସ୍ଥିତ ହୋଇ ଯାଇଛି । ଆଚ୍ଛା ଏବେ ଯାଉଛୁ । ପଡୋଶୀ ମାନଙ୍କୁ କହି ଦେବା । ସେମାନେ ଆସିବେ ଏବଂ ଧାନ କାଟି କରି ନେଇ ଯିବେ ।
ଯେତେ ବେଳେ ବଗଟି ବସାକୁ ଫେରି ଆସିଲା ଛୁଆ ମାନେ ସେମାନେ ଶୁଣି ଥିବା ଚାଷୀ ମାନଙ୍କ କଥା ମା’ବଗଟିକୁ ଶୁଣାଇଲେ । ପୁଣି ତାହାକୁ କହିଲେ ଚାଲ କୌଣସି ଅନ୍ୟ ଜାଗାକୁ ପଳେଇ ଯିବା । ଜଣା ନାହିଁ କେତେ ବେଳେ ଚାଷୀ ମାନେ ଏଠାକୁ ଆସିବେ ଆଉ ଧାନ କାଟିବା ସହିତ ଆମ ଜୀବନ ମଧ୍ୟ ନେଇ ଯିବେ ।