ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅତିଲୋଭ

ଗୋଟିଏ ମାଠିଆରେ ବହୁତ କୋଳି ରଖାଯାଇଥିଲା । ତାକୁ ଦେଖି ଜଣେ ପିଲାର ପାଟିରୁ ଖାଲି ଲାଳ ବୋହିଲା । ସେ ସବୁତକ କୋଳି ଖାଇଦେବାକୁ ଚାହିଁଲା । ତେଣୁ ସେ ପିଲାଟି ହାତ ପୂରାଇ ମୁଠାଏ କୋଳି ଧରିଲା । କିନ୍ତୁ ତା’ର ହାତ ମୁଠାଟି ମାଠିଆ ମୁହଁରେ ଅଟକିଗଲା । ହେଲେ ସେ ପିଲାଟି ଆଉ ତା’ହାତ ବାହାରକୁ ଆଣି ପାରିଲା ନାହିଁ । ତେଣୁ ସେ ଖାଲି ମନ ଦୁଃଖରେ ବସି କାନ୍ଦିଲା ।

                ଏହା ଦେଖି ତା’ ମା’ ତାକୁ କହିଲେ, “ଏକା ଥରକେ ମୁଠାଏ କୋଳି ଆଣିବା କ’ଣ ଦରକାର? ଅଧମୁଠା କରି କୋଳି ଆଣିଲେ ବି ତ ତୋ ହାତ ସେ ମାଠିଆରୁ ଆପେ ବାହାରି ଆସିବ ।”

ଏଥର ମା’ର କଥାମାନି ସେ ପିଲାଟି ଅଧମୁଠା ଲେଖା କୋଳି ଆଣି ଖୁସିରେ ତାକୁ ଖାଇପାରିଲା ।

ଅତି ଲୋଭ କଲେ କିଛି ବି ମିଳେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ