ଖରାଦିନେ ଚାରିଆଡେ ସୁବିଧାରେ ଖାଇବାକୁ ମିଳୁଥାଏ । ପିମ୍ପୁଡି ଦିନଯାକ କାମ କରି ଯାହା ବି ପାଏ ସେଥିରୁ ଅଧା ଖାଏ ଓ ବାକି ଅଧା ବର୍ଷା ଦିନ ପାଇଁ ରଖିଦିଏ । କିନ୍ତୁ ଝିଂଟିକା ଏସବୁ ଆଦୌ ଭାବେ ନାହିଁ, ଯାହା ଖାଇବାକୁ ମିଳେ ତାକୁ ସେ ଖାଇଦିଏ ଏବଂ ବାକି ସମୟ ଗୀତ ଗାଇ କଟେଇ ଦିଏ । ଏପରିକି ସେ ଝିଂଟିକା ବର୍ଷାଦିନ ପାଇଁ ବି କିଛି ଜିନିଷ ସାଇତି ରଖେ ନାହିଁ ।
ଯେମିତି ବର୍ଷାଦିନ ଆସିଲା, ଚାରିଆଡେ ଖାଲି ଜଳମୟ ହୋଇଗଲା । ଖାଇବା ଜିନିଷ ଆଉ କେଉଁଠି ବି ମିଳିଲା ନାହିଁ । ଏଣେ ପିମ୍ପୁଡି ତାର ସାଇତି ରଖିଥିବା ଖାଇବା ଜିନିଷ ବାହାର କରି ଖାଇଲା । ହେଲେ ଝିଂଟିକା ପାଖରେ ତ କିଛି ବି ଖାଇବାକୁ ନାହିଁ । ତେଣୁ ତାକୁ ଭାରି ଭୋକ ହେଲା ଓ ସେ ଯାଇ ପିମ୍ପୁଡିକୁ ଖାଇବାକୁ ମାଗିଲା ।
ଏକଥା ଶୁଣି ପିମ୍ପୁଡି ସେ ଝିଂଟିକାକୁ ପଚାରିଲା, “ତୁ କାହିଁକି ଖରାଦିନେ ଖାଇବା ସାଇତି କରି ରଖିଲୁ ନାହିଁ!” ତହୁଁ ସେ ଝିଂଟିକା କହିଲା “ମୋ ପାଖରେ ସମୟ କେଉଁଠି ଥିଲା? ମୁଁ ତ ଖରାଦିନ ଯାକ ଗୀତ ଗାଉଥିଲି ।” ଏହା ଶୁଣି ପିମ୍ପୁଡି ରାଗିକରି କହିଲା “ଯଦି ଖରାଦିନଯାକ ଗୀତ ବୋଲୁଥିଲୁ, ତାହେଲେ ବର୍ଷାଦିନଯାକ ତୁ ନଖାଇ ନପିଇ ନାଚ ।”
ଖରାପ ସମୟ ପାଇଁ ଭଲ ସମୟରେ ସଂଚୟ କରିବା ନିହାତି ଦରକାର ।