ସତ୍ୟବ୍ରତ ସ୍କୁଲରୁ ତାର ପ୍ରିୟ ସାଙ୍ଗ ସୁବ୍ରତର ଗୋଟିଏ ବହି ଚୋରିକରି ଘରକୁ ଆଣି ତା’ ମା’କୁ ଦେଖାଇଲା । ତା’ର ମା ଏଥିରେ ଭାରି ଖୁସି ହୋଇଗଲା । ଏମିତି ଛୋଟ ଛୋଟ ଚୋରି କରୁକରୁ ସେ ସତ୍ୟବ୍ରତ ବଡ ଧରଣର ଚୋରି କରିବାକୁ ଆରମ୍ଭ କଲା ଏବଂ କ୍ରମଶଃ ସେ ଏକ ବଡ ଚୋରରେ ପରିଣତ ହେଲା । ଦିନେ ଚୋରି କରୁକରୁ ଗୋଟିଏ ଲୋକକୁ ମଧ୍ୟ ସେ ସତ୍ୟବ୍ରତ ମାରିଦେଲା । ଲୋକକୁ ମାରି ଦେଇଥିବାରୁ ତାକୁ ଫାସି ଦଣ୍ଡ ଦିଆଗଲା ।
ପୁତ୍ର ସତ୍ୟବ୍ରତ ଫାସି ପାଇବାକୁ ଯିବାବେଳେ ତା ମା’ ତାକୁ ଦେଖିବାକୁ ଆସିଥିଲା । ସେ ସତ୍ୟବ୍ରତ ବି ଶେଷଥର ପାଇଁ ତା’ର ମା’ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଚାହିଁଲା । ମା’ ସାଙ୍ଗରେ କଥାବାର୍ତ୍ତା କଲାବେଳେ ସେ ସତ୍ୟବ୍ରତ ତା ମା’ର କାନକୁ ଯୋରକରି କାମୁଡି ଦେଲା ଫଳରେ ତା ମା’ ହଠାତ୍ ଚିତ୍କାର କରି ଉଠିଲା । ଲୋକେ କହିଲେ, ଏ କିମିତିଆ ପୁଅ, ଶେଷରେ ନିଜ ମା’ର କାନକୁ ବି କାମୁଡି ଦେଲା ।
ସେତେବେଳେ ସତ୍ୟବ୍ରତ କହିଲା “ହଁ ମୁଁ ମୋ ମା’ର କାନକୁ କାମୁଡିଲି କାହିଁକି ନା, ମୁଁ ପିଲାବେଳେ ପ୍ରଥମେ ଯେତେବେଳେ ବହି ଚୋରି କରି ଆଣିଥିଲି, ମା’ ମୋତେ ଯଦି ଗାଳି ଦେଇଥାନ୍ତା କିମ୍ବା ମୋ କାନ ଧରି ମୋତେ ଦୁଇ ଚାପଡା ମାରିଥାନ୍ତା, ତାହେଲେ ମୁଁ ଆଉ କେବେବି ଚୋରିକରି ନଥାନ୍ତି ଏବଂ ଆଜି ଏ ଫାସି କାଠରେ ବି ଚଢୁନଥାନ୍ତି ।
ପାପକୁ ମୂଳରୁ ହିଁ ଶେଷ କରିଦେବା ଭଲ ।