ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଅଂଶୁଘାତ ବୁଢା ଭିକାରି

ଭିକାରି ବୁଢାଟିଏ । ଗାଆଁ ଗାଆଁ ଭିକ ମାଗି ଚଳେ । ରୁଗ୍ଣ ଶରୀର, ଅସ୍ଥିସାର କଙ୍କାଳ । ପରିଧେୟ ମଇଳା ଗଞ୍ଜି ସାଙ୍ଗକୁ ସାତସିଆଁ ଧୋତି, ଆଖି ଉପରେ କଳା ରଙ୍ଗର ଶସ୍ତା ଚଷମା । ମୁଣ୍ଡରେ ବର୍ଷ ବର୍ଷ ଧରି ତେଲ ଟୋପାଏ ବି ବାଜି ନାହିଁ । ସେ ଭିକାରି ବୁଢାଟିର ଘର ସ୍ୱର୍ଣ୍ଣପୁର ଗାଆଁରେ । ସଂସାରରେ ତା’ର ନିଜର ବୋଲି ଆଉ କେହି ବି ନାହିଁ । ଝିଅକୁ ଦି’ ବରଷ ବେଳେ ହଇଜାରେ ସ୍ତ୍ରୀ ଆଖି ବୁଜିଲା । ବନ୍ୟାରେ ତା’ ଘର ଖଣ୍ଡିକ ବି ଭୁଷୁଡି ପଡିଲା । ପାଂଚ ବରଷର ଝିଅ କାନ୍ଥ ତଳେ ଚାପି ହୋଇଗଲା । ଝିଅକୁ ହରେଇ ସେ ବୁଢା ବି ବହୁତ କାନ୍ଦିଲା । ଗ୍ରାମବାସୀମାନେ ସେ ବୁଢାକୁ ବହୁତ ସାନ୍ତ୍ୱନା ଦେଲେ । ପାଳିକରି ଓଳିଏ ଲେଖାଏଁ ସେ ବୁଢାକୁ ଖାଇବାକୁ ଦେଲେ । ଚାନ୍ଦାକରି ସେ ବୁଢାର ଘର ବି ସଜାଡି ଦେଲେ । କିନ୍ତୁ ସେ ବୁଢାର ବିବେକ ବୁଢାକୁ ବାଧା ଦେଲା । ତେଣୁ ସେ ବୁଢା ଆଉ ଗ୍ରାମବାସୀମାନଙ୍କଠାରୁ ପାଳି ଭାତ ତିଅଣ ଖାଇଲା ନାହିଁ । ଗାଆଁ ପାଖରେ ଥିବା ଗାଆଁ ଓ ପାଖ ଗାଆଁମାନଙ୍କରେ ହାଟ ବଜାରରେ ସେ ବୁଢା ଏଥର ଭିକ ମାଗିଲା । ତାପରେ ସେ ନିଜେ ବି ରାନ୍ଧି ଖାଇଲା ।

                ଦିନକର ଘଟଣା । ଜ୍ୟେଷ୍ଠ ମାସ । ଏଣେ ସେ ଭିକାରି ବୁଢା କିଛି ବି ଖାଇ ନାହିଁ । ସେଥିରେ ସେ ସକାଳୁ ଭିକ ମାଗିବାକୁ ବାହାରି ପଡିଲା । ଯାଇ ପହଁଚିଲା ଗୋଟିଏ ଗାଆଁରେ । ଭିକମାଗି କିଛି ଚାଉଳ ପନିପରିବା ଧରି ସେ ଭିକାରି ବୁଢା ନିଜ ଗାଆଁକୁ ଫେରୁଛି । ମନେ ମନେ ପୁଣି ସେ ବୁଢା ଭାବୁଛି ଘରେ ଶୀଘ୍ର ପହଁଚିଲେ କେମିତି ଗଣ୍ଡାଏ ରାନ୍ଧି ଖାଇବ । ବୁଢା ପଛରେ ସ୍କୁଲ୍ ପିଲାମାନେ ଛୁଟି ହୋଇ ଅତ୍ୟନ୍ତ ଖୁସିରେ ଘରକୁ ଫେରୁଥାନ୍ତି । ସେତେବେଳକୁ ଦିନ ପ୍ରାୟ ଏଗାରଟା କି ବାରଟା ହେବ । ସୂର୍ଯ୍ୟ ବି ଠିକ୍ ମୁଣ୍ଡ ଉପରେ । ଦେହ ମୁହଁ ଖାଲି ପୋଡି ଯାଉଥାଏ । ହଠାତ୍ କ’ଣ ହେଲାନା ସେ ବୁଢା ଭିକାରିଟି ଢଳି ଢଳି ରାସ୍ତାରେ ପଡିଗଲା । ବୁଢାଟି ଏପରି ପଡିଯିବାର ଦେଖିଦେଲା ଘନଶ୍ୟାମ । ସେ ଘନଶ୍ୟାମ ତ ନିହାତି ଶାନ୍ତ ସୁଧାର ପିଲା । ଦଶମ ଶ୍ରେଣୀରେ ସେ ପାଠ ପଢେ । ଭଲ ପାଠ ବି ପଢେ । ଭଲ ପିଲା ବୋଲି ଶିକ୍ଷକ ମଧ୍ୟ ସେ ଘନଶ୍ୟାମକୁ ଖୁବ୍ ଭଲ ପାଆନ୍ତି । ଘନଶ୍ୟାମ ଦେଖିଲା ବୁଢା ବାଟରେ ପଡିଗଲା । ବୁଢା ପଡିଯିବାର ଦେଖି ଘନଶ୍ୟାମ ସେ ବୁଢା ନିକଟକୁ ଦୌଡିଗଲା । ତା’ ସାଙ୍ଗ ପିଲାମାନଙ୍କୁ ତୁରନ୍ତ ଡାକିଲା । ଘନଶ୍ୟାମର ସାଙ୍ଗମାନେ ଆସି ସମସ୍ତେ ସେ ବୁଢା ଚାରିପଟେ ଘେରିଗଲେ । ବହି ଧରି ବୁଢାକୁ ବିଂଚି ଦେଲେ । ଆଉ ସେ ବୁଢାର କାନ ଫୁଙ୍କିଲେ । ଆଖ ପାଖରେ କେଉଁଠି ବି ପାଣି ନଥିଲା । ଘନଶ୍ୟାମ ତ ଆଉ ପିଇବାପାଇଁ ତା’ ବୋତଲରେ ପାଣି ନେଇଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ