ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭୂତ କୋଠି

କୈଳାସର ଏକମାତ୍ର ଝିଅ । ସେହି ଝିଅଟିର ନାଆଁ ସୁରମା । ସୁରମାକୁ ଦଶ ବାର ବର୍ଷ ବୟସ ବେଳେ ତା’ ମାଆ ତ ମରି ଯାଇଥା’ନ୍ତି । କୈଳାସର ‘ସ୍ତ୍ରୀ’ ମରିଯିବା ପରେ ସେ ଗାଆଁର ଭିଟାମାଟି ତଥା ଜମିବାଡି ଯାହାଥିଲା ସେସବୁ ବିକ୍ରୟ କରି କୈଳାସ ସହରକୁ ଚାଲିଆସିଲା । ସହରରେ ଘରଭଡା ନେଇ ବାପ ଝିଅ ତ ବେଶ୍ ସୁଖରେ ଥାଆନ୍ତି । କୈଳାସ ସହରରେ ବେପାର ବଣିଜ କରେ । ଝିଅ ସୁରମା ଘରେ ଥାଏ । କୈଳାସ ଗାଆଁରୁ ସହରକୁ ଆସିବା ପ୍ରାୟ ସାତ ଆଠ ବର୍ଷ ହୋଇଗଲାଣି । ଝିଅ ବି ବଡ ହେଲାଣି । ନିଜର ସୀମିତ ଆୟରେ ପରିବାର ଚଳାଉଥାଏ ସେ କୈଳାସ । କିନ୍ତୁ ଝିଅ ସୁରମାର ବିଭାଘର, ସେଥିପାଇଁ କୈଳାସର ଭାରି ଚିନ୍ତା । କ’ଣ କରିବ । କାହିଁକିନା ଝିଅ ବିଭାଘରରେ ତ ଅନେକ ପଇସା ଆବଶ୍ୟକ ।

                ଦିନକର ଘଟଣା । କୈଳାସ ଗାଧୋଇ ପାଧୋଇ ଖାଇ, ପିଇ ତା ବେପାରକୁ ବାହାରିଥିବା ସମୟରେ ଘର ମାଲିକ ବଳିୟାର ସିଂ ଆସି କହିଲା କୈଳାସ, ଏହି ମାସରୁ ଘର ଭଡା ପଚାଶ ଟଙ୍କା ବଢାଇବି । ଅର୍ଥାତ୍ ଘରଭଡା ପୂର୍ବରୁ ମାସିକ ଶହେ ଟଙ୍କା ଦେଉଥିଲ, ଏଣିକି ଶହେ ପଚାଣ ଟଙ୍କା ଦବାକୁ ପଡିବ । ଏହା ଶୁଣି ସେ କୈଳାସ କହିଲା – ଆଜ୍ଞା, ଏତେ ପଇସା ଘରଭଡା ଦେଲେ କ’ଣ ମୋତେ ପୋଷାଇବ । ତହୁଁ ସେ ବଳିୟାର ସିଂ କହିଲେ ଯଦି ଏତେ ଟଙ୍କା ଘରଭଡା ଦେଇ ତୁମକୁ ପୋଷାଉ ନାହିଁ, ତେବେ ତୁମେ ଅନ୍ୟ ବ୍ୟବସ୍ଥା ଦେଖ । ସେ ବଳିୟାର ସିଂଙ୍କର ଏହି କଥା କ୍ଷୁରଠାରୁ ବି ଆହୁରି ଧାରୁଆ । ତାପରେ ମୁହଁ ଭଣ ଭଣ କରି ସେ ବଳିୟାର ସିଂ କେତେ କ’ଣ ଗପିଗଲା । କିନ୍ତୁ କୈଳାସକୁ ବଳିୟାର ସିଂ କଥା ଖୁବ୍ ବାଧିଲା । ତେଣୁ ହଠାତ୍ ଚିନ୍ତିତ ହୋଇ ପଡିଲା ସେ କୈଳାସ ।


ଗପ ସାରଣୀ

ତାଲିକାଭୁକ୍ତ ଗପ